Advertisment

ଚୀନର ୮ ସହରରୁ ଆସିଲା ‘ଜିନ୍‌ପିଙ୍ଗ ହଟାଓ’ ନାରା, କଟକଣା ସତ୍ତ୍ୱେ ଲାଗିଲା ପୋଷ୍ଟର, ବ୍ୟାନର

ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।

Protest against China's Xi Jinping

Protest against China's Xi Jinping

Advertisment

ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ଜିନ୍‌ପିଙ୍ଗଙ୍କ ବିରୋଧରେ ବ୍ୟାନର ଲାଗିଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏକ ବ୍ରିଜରେ ଲାଗିଥିବା ଏକ ପୋଷ୍ଟର ସାମ୍ନାକୁ ଆସିଛି ଯେଉଁଥିରେ କରୋନା ସମୟରେ ଜିନପିଙ୍ଗଙ୍କ ପରିଚାଳନାଗତ ତ୍ରୁଟି, କଡ଼ା ଲକଡାଉନ ନିୟମ, ଅନାବଶ୍ୟକ କଟକଣା ଓ ଜିରୋ କୋଭିଡ୍‌ ପଲିସିକୁ ତୀବ୍ର ସମାଲୋଚନା କରାଯାଇଛି।  

Advertisment

ଜାତୀୟ ମିଡିଆର ସୂଚନା ମୁତାବକ, ଚାଇନାରେ ଗଣତନ୍ତ୍ର ସ୍ଥାପନା ସପକ୍ଷରେ ଏକ ଜନମତ ସୃଷ୍ଟି ହୋଇଛି। ଚୀନର କିଛି ନାଗରିକ ଜିନପିଙ୍ଗକୁ କ୍ଷମତାରୁ ହଟାଇବା ପାଇଁ ସ୍ଲୋଗାନ ଦେଇଛନ୍ତି। ଏପରି ବିରୋଧର ସ୍ୱର ଗୋଟିଏ ବା ଦୁଇଟି ନୁହେଁ ୮ଟି ସହର ସେନଜେନ, ସାଂଘାଇ, ବେଜିଂ, ଗୁଆନଞ୍ଜୁ ଏପରିକି ହଂକଂରୁ ଶୁଣିବାକୁ ମିଳିଛି। ଜିନପିନଙ୍ଗଙ୍କ ଶାସନ ନୀତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ବିରୋଧରେ ସ୍ଲୋଗାନ ଓ ନାରାବାଜି ଆରମ୍ଭ ହୋଇଛି । ଏପରିକି ଜିନପିଙ୍ଗ ବିରୋଧୀ ସ୍ଲୋଗାନ ଥିବା ବ୍ୟାନର ଲୋକଙ୍କ ବାଥରୁମ୍‌ ଏବଂ ସ୍କୁଲ କାନ୍ଥରେ ଝୁଲୁଥିବା ଦେଖିବାକୁ ମିଳୁଛି।

ତେବେ ଚାଇନାରେ ଏପରି ବିରୋଧ ସାଧାରଣତଃ ଦେଖିବାକୁ ମିଳି ନ ଥାଏ। ଅଧିକାଂଶ ଅଞ୍ଚଳ ସିକ୍ୟୁରିଟି କ୍ୟାମେରା ଓ ରାଡାର ସ୍କାନରରେ ଥାଏ। ହେଲେ ଏଥର ପୁଞ୍ଜିଭୂତ ଅସନ୍ତୋଷ ପଦାକୁ ବାହାରି ଆସିଛି। ଲୋକେ ଲୁଚି ଲୁଚି ପ୍ରତିବାଦ କରୁଛନ୍ତି।କେବଳ ଦେଶ ନୁହଁ ବିଦେଶରେ ମଧ୍ୟ ଜିନପିଙ୍ଗଙ୍କ ବିରୋଧରେ ସ୍ୱର ତେଜିଛି। ମୁଖ୍ୟତଃ ଅନ୍ୟ ରାଷ୍ଟ୍ରର ୨୦୦ଟି ବିଶ୍ୱବିଦ୍ୟାଳୟରେ ଜିନପିଙ୍ଗଙ୍କ ବିରୋଧରେ ପ୍ରତିବାଦ କରାଯାଇଛି। ଆମେରିକା, ଜାପାନ, ଦକ୍ଷିଣ କୋରିଆ ଏବଂ ତାଇୱାନରେ ଏହି ପ୍ରତିବାଦ ଦେଖିବାକୁ ମିଳିଛି।

Advertisment
Beijing Xi Jinping China Power Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ