• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଡ଼ ଘର ବଡ଼ ଗୁମର କଥା । ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ବ୍ରିଟେନର ରାଜପରିବାର । ନିଜ ଆତ୍ମଜୀବନୀରେ ରାଜପରିବାରର ଅନେକ ଗୁମର ଖୋଲିଛନ୍ତି ପ୍ରିନ୍ସ ହ୍ୟାରୀ । ପ୍ରିନ୍ସ ହ୍ୟାରୀଙ୍କ ବିସ୍ଫୋରକ ଦାବି ପରେ ପୁଣି ବିବାଦ ଘେରକୁ ବ୍ରିଟିଶ୍ ରାଜପରିବାର ।ପତ୍ନୀଙ୍କୁ ସୁରକ୍ଷା ଦେବାକୁ ଯାଇ ବଡ଼ଭାଇଙ୍କ ଠାରୁ ମାଡ଼ ଖାଇଛନ୍ତି ରାଜକୁମାର ହ୍ୟାରୀ ।  ଏନେଇ ନିଜର ଅଟୋବାୟୋଗ୍ରାଫି ସ୍ପେୟାରରେ ସେ ଲେଖିଥିବା ଚର୍ଚ୍ଚା ହେଉଛି ।

ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା କିଭଳି ଉଗ୍ର ରୂପ ଧାରଣ କରିଥିଲା ସେନେଇ ହ୍ୟାରୀ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ୱିଲିୟମ୍ ତାଙ୍କର କଲର ଧରିବା ସହ ଚେନ୍ ଛିଣ୍ଡାଇବା କଥା ସେ ନିଜ ବହିରେ ଲେଖିଥିବା ଚର୍ଚ୍ଚା ହେଉଛି । ବର୍ତ୍ତମାନ ତାଙ୍କର ପୁସ୍ତକ ଉନ୍ମୋଚନ ହୋଇନାହିଁ ସତ, କିନ୍ତୁ ଏହାକୁ ନେଇ ବ୍ରିଟେନରେ ଚର୍ଚ୍ଚା ଜୋର ଧରିଛି ।

ବ୍ରିଟିଶ ରାଜପରିବାର ବିବାଦ ଲାଗି ରହିଛି । ପୂର୍ବରୁ ବ୍ରିଟେନର ରୟାଲ୍ ଫ୍ୟାମିଲି ବିରୋଧରେ ବର୍ଣ୍ଣବୈଷ୍ଣମକୁ ନେଇ ବିବାଦ ଉଠିଥିଲା । ଆଉ ପ୍ରିନ୍ସ ହ୍ୟାରୀଙ୍କ ପତ୍ନୀ ମ୍ୟାଗନ ମର୍କଲଙ୍କ ବିସ୍ଫୋରକ ସାକ୍ଷାତକାରକୁ ନେଇ ଜୋର ଧରିଥିଲା ଚର୍ଚ୍ଚା । ସାକ୍ଷାତକାରରେ ମର୍କଲଙ୍କ ବିସ୍ଫୋରକ ବୟାନ ପରେ ବିବାଦ ତୀବ୍ର ହୋଇଥିଲା । ଫଳରେ ବିବାଦ ଘେରକୁ ଟାଣି ହୋଇ ଆସିଥିଲା ବ୍ରିଟିଶ ରାଜପରିବାର ।

ତେବେ ବିଭିନ୍ନ ସମୟରେ ବିବାଦ ପାଇଁ ଗଣମାଧ୍ୟମରେ ଚର୍ଚ୍ଚାରେ ଥାଆନ୍ତି ବ୍ରିଟିଶ ରାଜକୁମାର ହ୍ୟାରୀ । ଏପରିକି ଏଥିପାଇଁ ତାଙ୍କୁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ମଧ୍ୟ କରିବାକୁ ପଡ଼ିଛି । ସେପଟେ ମ୍ୟାଗନ୍ ମର୍କଲ ଆମେରିକାର ଜଣେ ଚର୍ଚ୍ଚିତ ଅଭିନେତ୍ରୀରୁ ବନିଯାଇଥିଲେ ବ୍ରିଟେନର ଡଚେସ୍ ଅଫ୍ ସସେକସ୍ ।

ଅତୀତରେ କିଭଳି ବିବାଦ ଘେରକୁ ଟାଣିହୋଇ ଆସିଥିଲେ ପ୍ରିନ୍ସ ହ୍ୟାରୀ । ୨୦୧୨ ମସିହାରେ ହ୍ୟାରୀଙ୍କ ଅଶ୍ଲୀଳ ଫଟୋକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ପ୍ରତିଷ୍ଠିତ ସମ୍ବାଦପତ୍ର ଦ ସନରେ ହ୍ୟାରୀଙ୍କ ଅଶ୍ଳୀଳ ଫଟୋ ପ୍ରକାଶ ପାଇବା ପରେ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଏହି ଫଟୋ ପ୍ରକାଶ ପାଇବା ପରେ ହ୍ୟାରୀଙ୍କ ବ୍ୟକ୍ତିଗତ ଜୀବନର ଅନେକ ଗୁମର ଫିଟି ଯାଇଥିଲା ।

ସେହିପରି ୨୦୧୮ ମସିହାରେ ବ୍ରିଟେନ୍ ରାଜକୁମାର ହ୍ୟାରୀ ଓ ତତ୍କାଳୀନ ଆମେରିକୀୟ ଅଭିନେତ୍ରୀ ମ୍ୟାଗନ୍ ମର୍କଲଙ୍କ ବିବାହକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହୋଇଥିଲା । ୱିଣ୍ଡସର୍ କ୍ୟାସଲସଲିତ ସେଣ୍ଟ ଜର୍ଜ ଚାପେଲ୍ ଚର୍ଚ୍ଚରେ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା ଏହି ରାଜକୀୟ ବିବାହ । ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅନେକ ପ୍ରସିଦ୍ଧ ବ୍ୟକ୍ତି ଯୋଗଦେଇଥିଲେ ଏହି ବିବାହ ଉତ୍ସବରେ ।