Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ

ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

PM modi in Egypt

PM modi in Egypt

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ । ୨ ଦିନିଆ ଇଜିପ୍ଟ ଗସ୍ତ ଅବସରରେ ତାଙ୍କୁ ସେଠାକାର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ 'ଅର୍ଡର ଅଫ ଦି ନାଇଲ' ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଅବଦେଲ ଫତେହ ଅଲ୍-ସିସି । ବିଦେଶରୁ ସର୍ବୋଚ୍ଚ ସମ୍ମାନ ହାସଲରେ ଏହା ହେଉଛି ମୋଦିଙ୍କ ୧୩ତମ ସମ୍ମାନ ଗ୍ରହଣ। ଏହି ଅବସରରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ବାଣିଜ୍ୟ, ପୁଞ୍ଜି ନିବେଶ, ପ୍ରତିରକ୍ଷା ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଭାଗିତା ବୃଦ୍ଧି ଦିଗରେ ଆଲୋଚନା କରିଛନ୍ତି ମୋଦି ଓ ଅଲ-ସିସି।

Advertisment

ଏଥିସହ ଭାରତ ଓ ଇଜିପ୍ଟ ମଧ୍ୟରେ କୃଷି, ପତ୍ନତତ୍ତ୍ବ ଓ ଆଇନ କ୍ଷେତ୍ରରେ ୩ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାଇରୋରେ ଦ୍ବିପାକ୍ଷିକ ବୈଠକ ପରେ, ଗିଜାର ପ୍ରଖ୍ୟାତ ଗ୍ରେଟ୍ ପିରାମିଡ୍ ପରିଦର୍ଶନ କରିଛନ୍ତି ମୋଦି। ତାଙ୍କ ସହିତ ଥିଲେ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୁସ୍ତାଫା ମଦବୌଲି । ଖ୍ରୀଷ୍ଟପୂର୍ବ ଷଡ଼ବିଂଶ ଶତାବ୍ଦୀରେ ନିର୍ମିତ ଫାରୋ ଖୁଫୁଙ୍କ ଏହି ସମାଧିସ୍ଥଳ ଇଜିପ୍ଟର ସର୍ବବୃହତ ପିରାମିଡ୍ ଏବଂ ଅନ୍ୟତମ ପ୍ରାଚୀନ ବିଶ୍ୱ ଆଶ୍ଚର୍ଯ୍ୟ।

Advertisment

ଏହା ପୂର୍ବରୁ କାଇରୋର ଐତିହାସିକ ଅଲ ହକିମ୍ ମସଜିଦ ମଧ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହଜାରେ ବର୍ଷ ପୁରାତନ ଏହି ମସଜିଦର ପୁନଃନିର୍ମାଣରେ ସହଯୋଗ କରିଥିଲେ ଭାରତର ଦାଉଦି ବୋରା ସମ୍ପ୍ରଦାୟ।

ଏଥିସହ ହେଲିଓପୋଲିସରେ ପ୍ରଥମ ବିଶ୍ବଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଏହା ମୋଦିଙ୍କ ପ୍ରଥମ ଇଜିପ୍ଟ ଗସ୍ତ ଏବଂ ୧୯୯୭ ମସିହା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆଫ୍ରିକୀୟ ଦେଶ ଗସ୍ତ। ।

Advertisment
Narendra Modi Egypt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ