/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652289339.jpg)
Gotabaya Rajapaksa
ସବୁ ପ୍ରତୀକ୍ଷାର ଘଟିଲା ଅନ୍ତ । ଶ୍ରୀଲଙ୍କାରେ ସରିଲା ଗୋଟାବାୟା ଯୁଗ । ଶ୍ରୀଲଙ୍କା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଗୋଟାବାୟା ରାଜପକ୍ସା । ସେ ନିଜ ଇସ୍ତଫା ପତ୍ର ପଠାଇଥିବା ଶ୍ରୀଲଙ୍କା ସଂସଦର ବାଚସ୍ପତି ସ୍ପଷ୍ଟ କରିଛନ୍ତି । ସିଙ୍ଗାପୁରରେ ପହଞ୍ଚିବା ପରେ ସେ ନିଜ ଇସ୍ତଫା ପତ୍ର ପଠାଇଥିବା କୁହାଯାଉଛି ।
Advertisment
ଆଜି ସାଉଦି ଆରବର ଏକ ଘରୋଇ ବିମାନରେ ସିଙ୍ଗାପୁରରେ ପହଞ୍ଚିଛନ୍ତି ଗୋଟାବାୟା । ସାଉଦି ଆରବରେ ଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ସିଙ୍ଗାପୁର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଗୋଟାବାୟା ରାଜପକ୍ସା ସିଙ୍ଗାପୁରକୁ ପ୍ରାଇଭେଟ୍ ଭିଜିଟ୍ରେ ଆସିଛନ୍ତି । ସେ ଶରଣ ଲୋଡ଼ି ନାହାନ୍ତି, କି ତାଙ୍କୁ ସେଭଳି କୌଣସି ଅନୁମତି ମଧ୍ୟ ଦିଆଯାଇନି । ୨୦୧୯ରେ ଶ୍ରୀଲଙ୍କାର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗୋଟାବାୟା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)