Pope Francis Funeral
ପୋପ୍ ଫ୍ରାନ୍ସିସଙ୍କ ଆଜି ହେବ ଶେଷକୃତ୍ୟ । ଭାରତୀୟ ସମୟ ଦିନ ୧ଟା ୩୦ ବେଳକୁ ତାଙ୍କୁ କବର ଦିଆଯିବ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ୫୦ ରାଷ୍ଟ୍ରମୁଖ୍ୟ ଓ ୧୦ ରାଜା ଉପସ୍ଥିତ ରହିବେ । ୧୩୦ ବିଦେଶୀ ଅତିଥିଙ୍କ ସହ ପ୍ରାୟ ୨ ଲକ୍ଷ ଖ୍ରୀଷ୍ଟ ଧର୍ମାବଲମ୍ବୀ ଯୋଗଦେବେ । ଗତ ୨୧ ତାରିଖରେ ଭାଟିକାନର କାସା ସେଣ୍ଟ ମାରିସ୍ଥିତ ବାସଭବନରେ ପୋପ୍ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଗତକାଲି ଦିବଙ୍ଗତ ପୋପ୍ଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ରାଷ୍ଟ୍ରପତି ରୋମ୍ ଭାଟିକାନ୍ ସିଟି ଗସ୍ତ କରି ସେଣ୍ଟ ପିଟର୍ସ ବାସିଲିକାରେ ପୋପ୍ଙ୍କ ଶେଷ ଦର୍ଶନ କରିଥିଲେ । ସେଠାରେ କଫିନରେ ପୋପ୍ ଫ୍ରାନ୍ସିସଙ୍କ ମରଶରୀର ରଖାଯାଇଥିବା ବେଳେ, ଶେଷ ସମ୍ମାନ ଜଣାଇଥିଲେ । ସଂସଦୀୟ ବ୍ୟାପାର ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ମଧ୍ୟ ରାଷ୍ଟ୍ରପତି ମୁର୍ମୁଙ୍କ ସହ ରୋମ୍ ଗସ୍ତ କରି ପୋପ୍ ଫ୍ରାନ୍ସିସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
କିପରି ହେବ ଶେଷକୃତ୍ୟ:
ପୋପଙ୍କ ମରଶରୀରକୁ ଧଳା ପୋଷାକ ପିନ୍ଧାଇ ସ୍ୱତନ୍ତ୍ର କଫିନରେ ରଖିଯାଇଛି । ଭାଟିକାନର କାମଚଳା ମୁଖ୍ୟ ବା 'କାମେରଲିଙ୍ଗୋ' ବନିଥିବା କାର୍ଡିନାଲ୍ କେଭିନ୍ ଫାରେଲ୍ ପୋପଙ୍କ ଫିସରମ୍ୟାନ୍ସ ରିଙ୍ଗ୍ ଓ ସିଲକୁ ହାତୁଡ଼ି ବାଡ଼େଇ ନଷ୍ଟ କରିବେ । ଏହା ସେହି ପୋପଙ୍କ ଯୁଗର ଅବସାନ ଘୋଷଣା ସହ ସିଲ୍ ଦୁରୁପଯୋଗକୁ ରୋକିଥାଏ ।
ପୋପ୍ ଫ୍ରାନ୍ସିସଙ୍କ କଫିନ୍ ତାଙ୍କ ବାସଭବନ ସେଣ୍ଟ୍ ମାର୍ଥା ରେସିଡେନ୍ସରେ ରହିଛି । ଶେଷକୃତ୍ୟ ପୂର୍ବରୁ ପୋପଙ୍କ ମୁହଁ ଉପରେ ଧଳା ରେଶମ କପଡ଼ା ଘୋଡ଼ାଇ ଦିଆଯିବ । ତାଙ୍କର ସଫଳତାକୁ ନେଇ ଲିଖିତ ରଇତୋ ଦସ୍ତାବିଜ ପାଠ କରାଯିବ । ଏହାପରେ କଫିନ ଭିତରେ ତାଙ୍କ ଅମଳରେ ଜାରି ମୁଦ୍ରା ଓ ରଇତୋ ରଖି ସିଲ୍ କରାଯିବ ।
ସାଧାରଣତଃ ପୋପଙ୍କ ମରଶରୀରକୁ ସେଣ୍ଟ ପିଟର୍ସ ବାସିଲିକାରେ କବର୍ ଦିଆଯାଏ । ଅନ୍ୟ ପୋପଙ୍କ ଭଳି ହେବନି ଫ୍ରାନ୍ସିସଙ୍କ ଶେଷକୃତ୍ୟ । ୧୦୦ରୁ ଅଧିକ ବର୍ଷ ଭିତରେ ପ୍ରଥମ ପୋପ୍ ଭାବେ ଭାଟିକାନ୍ ସିଟି ବାହାରେ କବର୍ ଦିଆଯିବ । ରୋମ୍ ସ୍ଥିତ ସାଣ୍ଟା ମାରିଆ ମ୍ୟାଗିଓର୍ ବାସିଲିକାରେ କବର୍ ଦିଆଯିବ । ପୋପଙ୍କ କଫିନ ସମେତ ମୋଟ୍ ୩ଟି ସୌଖୀନ କଫିନ୍ କବର ଦେବାର ପରମ୍ପରା ରହିଛି । ତେବେ ଗୋଟିଏ କଫିନରେ ତାଙ୍କୁ କବର ଦେବାକୁ କହିଯାଇଛନ୍ତି ପୋପ୍ ଫ୍ରାନ୍ସିସ । ସାଧାରଣ କାଠ ଓ ଦସ୍ତାରେ ତିଆରି କଫିନରେ ଫ୍ରାନ୍ସିସଙ୍କୁ କବର ଦିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745634807.jpg)