Advertisment

Trump-Zelenskyy Meeting: ଶାନ୍ତି ଓ ସୁରକ୍ଷା ଫେରିଲେ ୟୁକ୍ରେନରେ ଭୋଟ୍ ହେବ: ଜେଲେନସ୍କି

ହ୍ବାଇଟ୍ ହାଉସରେ ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଟ୍ରମ୍ପ୍-ଜେଲେନସ୍କିଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଯଥାଶୀଘ୍ର ପୁଟିନ୍ ଓ ଜେଲେନ୍ସ୍କିଙ୍କ ସହ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
Trump-Zelenskyy

Trump-Zelenskyy

Advertisment

ହ୍ବାଇଟ୍ ହାଉସରେ ଟ୍ରମ୍ପ୍-ଜେଲନସ୍କିଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩ ବର୍ଷ ଧରି ଲାଗି ରହିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ହ୍ବାଇଟ ହାଉସର ଓଭାଲ ଅଫିସରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆଲାସ୍କାରେ ପ୍ରଥମେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ବୈଠକ ହେବାର ତିନି ଦିନ ପରେ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସହ ବୈଠକ କରିଛନ୍ତି ଟ୍ରମ୍ପ।

Advertisment

ବୈଠକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଆମେ ଯଥାଶୀଘ୍ର ରୁଷ ରାଷ୍ଟ୍ରପତି ପୁଟିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଏକ ତ୍ରିପାକ୍ଷିକ ବୈଠକ କରିବାକୁ ଚେଷ୍ଟା କରିବୁ। ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି। ରୁଷିଆ ରାଷ୍ଟ୍ରପତି ପୁଟିନ୍ ମଧ୍ୟ ଯୁଦ୍ଧ ବନ୍ଦ ପାଇଁ ଚାହୁଁଛନ୍ତି। ଟ୍ରମ୍ପ କହିଛନ୍ତି ମୁଁ ୬ଟି ଯୁଦ୍ଧ ବନ୍ଦ କରି ସାରିଛି; ଏପରିକି ଭାରତ-ପାକିସ୍ତାନ ଯୁଦ୍ଧ ମଧ୍ୟ। ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବା ଦରକାର। ୟୁରୋପୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ତାଙ୍କ ବୈଠକ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି।

ସେପଟେ ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ବହୁତ ଭଲ ଆଲୋଚନା ହୋଇଛି। ଆମେ ବହୁତ ସମ୍ବେଦନଶୀଳ ବିନ୍ଦୁ ବିଷୟରେ କଥା ହୋଇଥିଲୁ, ପ୍ରଥମଟି ହେଉଛି ସୁରକ୍ଷା ଗ୍ୟାରେଣ୍ଟି। ୟୁକ୍ରେନର ସୁରକ୍ଷା ଆମେରିକା ଉପରେ। ଆମେ ସମସ୍ତେ ଏହି ଯୁଦ୍ଧ ସମାପ୍ତ କରିବାକୁ ଚାହୁଁଛୁ। ଯଦି, ସୁରକ୍ଷା ଫେରେ ତାହେଲେ ୟୁକ୍ରେନ୍ ରେ ନିର୍ବାଚନ ହେବ ବୋଲି ସେ ବଡ଼ ଘୋଷଣା କରିଛନ୍ତି।

Advertisment

ତ୍ରିପାକ୍ଷିକ ବୈଠକରେ ସମସ୍ତ ସମ୍ବେଦନଶୀଳ ବିଷୟ ଏବଂ ଅନ୍ୟ ସବୁକିଛି ଆଲୋଚନା କରାଯିବ। ରାଷ୍ଟ୍ରପତି ଟ୍ରମ୍ପ ଏହି ବୈଠକ ଆୟୋଜନ କରିବାକୁ ଚେଷ୍ଟା କରିବେ। ଯଦି ରାଷ୍ଟ୍ରପତି ଟ୍ରମ୍ପ ବୈଠକରେ ସାମିଲ ହୁଅନ୍ତି ତେବେ ୟୁକ୍ରେନ ଖୁସି ହେବ।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚୀନ୍, ଯୋଗାଇ ଦେଉଛି ଅସ୍ତ୍ରଶସ୍ତ୍ର

Ukraine President Volodymyr Zelenskyy Russia Ukraine Crisis US President Donald Trump White House
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ