/odishatv-khabar/media/post_attachments/uploadimage/library/16_9/16_9_0/Pornhub_1709373317.jpg)
Pornhub
ବିନା ଅନୁମତିରେ ଇଣ୍ଟରନେଟରେ ଘୁରି ବୁଲୁଛି ଗୋପନୀୟ ଫଟୋ । ଏପରି ଏକ କେସ ବର୍ତ୍ତମାନ ସାମ୍ନାକୁ ଆସିଛି । ପର୍ଣ୍ଣହବ୍ ଡଟ୍ କମ୍ ସହ ଅନ୍ୟ କେତେକ ୱେବସାଇଟଗୁଡିକରେ ବିଭିନ୍ନ ପ୍ରକାର ଆପତ୍ତିଜନକ ଫଟୋ ପ୍ରକାଶ ହେଉଛି । ଉକ୍ତ ୱେବସାଇଟ ଗୁଡ଼ିକ ଏପରି ଫଟୋ ପ୍ରକାଶ ପାଇଁ ଅନୁମତି ଦେଉଥିବାରୁ ମାମଲା ରୁଜୁ ହୋଇଛି ।
ୱେବସାଇଟଗୁଡ଼ିକରେ ଅନୁମତି ବିନା ବ୍ୟକ୍ତିଗତ ଫଟୋ ପୋଷ୍ଟ କରାଯାଇ ପାରୁଛି ବୋଲି ମାମଲା ରୁଜୁ ହୋଇଛି । ଗତ କିଛିଦିନ ତଳେ ଜଣେ ମହିଳା ଜାଣିବାକୁ ପାଇଥିଲେ ଯେ, ତାଙ୍କର ପୂର୍ବତନ ପ୍ରେମିକ ମହିଳାଙ୍କର ବିନା ଅନୁମତିରେ ଏକ ୱେବସାଇଟରେ ବ୍ୟକ୍ତିଗତ ଫଟୋ ଓ ଭିଡିଓ ପୋଷ୍ଟ କରି ଦେଇଛନ୍ତି । ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ ।
ଆଡଲ୍ଟ ସାଇଟ୍ ଗୁଡ଼ିକ ଏଭଳି ଫଟୋ ପ୍ରକାଶ କରିବା ଆଗରୁ ଅନୁମତି ନେବାର ଆବଶ୍ୟକତା ରହିଛି । କିନ୍ତୁ ଅନେକ ସମୟରେ ଏହାର ଉଲଂଘନ ହେଉଛି । କାନାଡ଼ା ସରକାର ଏଥିପାଇଁ ଉଦ୍ବେଗ ପ୍ରକାଶ କରିଛନ୍ତି । ଏନେଇ ପୋଲିସ ତରଫରୁ କୁହାଯାଇଛି ଯେ, ପର୍ଣ୍ଣହବ୍ ପରି ବିଭିନ୍ନ ସାଇଟଗୁଡିକରେ ଗୋପନୀୟତା ସୁରକ୍ଷାକୁ ନିଲାମ କରାଯାଉଛି ।
ଫଳରେ କାନାଡ଼ାରେ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସରକାର । ପର୍ଣ୍ଣହବ୍ ମାଲିକଙ୍କୁ ଏପରି କରିବାରୁ ନିବୃତ୍ତ ରହିବାକୁ ମଧ୍ୟ କହିଛନ୍ତି । ଅନ୍ୟପଟେ ଗତ ୨୦୧୫ ମସିହାରେ ଏହି ମହିଳା ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବ୍ୟକ୍ତିଗତ ଫଟୋ ପ୍ରକାଶିତ ହେବା ପରେ ଏହାକୁ ହଟାଇବା ପାଇଁ କମ୍ପାନୀ ବହୁ ଉଦ୍ୟମ କରିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)