/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687263926.jpg)
Police robots
ସିଙ୍ଗାପୁର ପୋଲିସରେ ସାମିଲ୍ ହେଲା ପାଟ୍ରୋଲିଂ ରୋବଟ । ପ୍ରାରମ୍ଭିକ ଭାବରେ ବିମାନବନ୍ଦର ଓ ରେଲୱେ ପ୍ଲାଟଫର୍ମ ଆଦିରେ ପାଟ୍ରୋଲିଂ ରୋବଟ ନିୟୋଜିତ ହୋଇଛି । ତେବେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ବିଭିନ୍ନ ପରୀକ୍ଷଣ ପରେ ବିଭିନ୍ନ ସହରରେ ପାଟ୍ରୋଲିଂ ରୋବଟକୁ ବହୁଳ ଭାବରେ ମୁତୟନ କରାଯିବ । ଏବେ ପୋଲିସ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଏପ୍ରିଲରୁ ଚାଙ୍ଗି ବିମାନବନ୍ଦରର ଟର୍ମିନାଲରେ ରୋବଟକୁ ନିୟୋଜିତ କରାଯାଇଥିବା କହିଛି ସିଙ୍ଗାପୁର ପୋଲିସ ଫୋର୍ସ (ଏସପିଏଫ) ।
ପାଟ୍ରୋଲିଂ ରୋବଟ ମୁତୟନ କରିବାର ମୂଳ ଲକ୍ଷ୍ୟ
ସିଙ୍ଗାପୁରରେ ପୋଲିସକୁ ସାହାଯ୍ୟ କରିବା ତଥା ସିଷ୍ଟମ୍କୁ ପ୍ରଗତିଶୀଳ ଢଙ୍ଗରେ ପ୍ରସ୍ତୁତ କରିବା ପାଇଁ ଏହି ଯୋଜନା କରାଯାଇଛି । ପାଟ୍ରୋଲିଂ ରୋବଟ୍ରେ କ୍ୟାମେରା, ସେନ୍ସର, ସ୍ପିକର, ଡିସପ୍ଲେ ପ୍ୟାନେଲ୍, ବ୍ଲିଙ୍କର୍ ଏବଂ ସାଇରନ୍ ଆଦି ରହିଛି । ଏହି ରୋବଟ୍ରେ ଏକ ୩୬୦ ଡିଗ୍ରୀ କ୍ୟାମେରା ମଧ୍ୟ ରହିଛି ।
ଏହାଦ୍ୱାରା କଣ୍ଟ୍ରୋଲ ରୁମର ଅଧିକାରୀମାନେ ଗ୍ରାଉଣ୍ଡ ଭ୍ୟୁ ଦେଖି ପାରନ୍ତି । କେବଳ ଏତିକି ନୁହେଁ ରୋବଟ୍ର ଉଭୟ ପାର୍ଶ୍ୱରେ ଲାଗିଥିବା ଚ୍ୟାନେଲ ମାଧ୍ୟମରେ ଅଧିକାରୀମାନେ ସିଧାସଳଖ ଲୋକଙ୍କ ସହିତ ଯୋଗାଯୋଗ କରିପାରିବେ । କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ବ୍ଲିଙ୍କର୍, ସାଇରନ୍ ଏବଂ ସ୍ପିକର ବ୍ୟବହାର କରି ମାନବ ପୋଲିସ୍ ପୋଲିସ ପହଞ୍ଚିବା ପୂର୍ବରୁ ରୋବର୍ଟ ପୋଲିସ୍ ଅଞ୍ଚଳକୁ ପ୍ରଥମେ କଡନ୍ କରିବ । ଆଉ ତା’ପରେ ବିହିତ ପଦକ୍ଷେପ ନେବ ।
ସୂଚନା ଅନୁସାରେ ପାଟ୍ରୋଲିଂ ରୋବଟ୍ ସାହାଯ୍ୟରେ ପୋଲିସର ଜୀବନ ବଞ୍ଚିପାରିବ ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ପଡିବ । ଅଗ୍ନିକାଣ୍ଡ କିମ୍ବା ଆକ୍ରମଣ ଘଟଣାରେ ପାଟ୍ରୋଲିଂ କରୁଥିବା ରୋବଟ ଗୁଡିକ ମଣିଷ ଅପେକ୍ଷା ଅଧିକ ପ୍ରଭାବଶାଳୀ । ବିଶେଷଜ୍ଞ ମତରେ ସମଗ୍ର ବିଶ୍ୱ ଏଭଳି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଚାହୁଁଛି, ଯାହାଫଳରେ କମ୍ ମୂଲ୍ୟରେ ଉନ୍ନତ ଏବଂ ସଠିକ୍ କାର୍ଯ୍ୟ କରାଯାଇପାରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)