Advertisment

ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ; ଜାଣନ୍ତୁ କଣ ହେଲା ଆଲୋଚନା...

କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍।

ଅଦ୍ୟତନ ହୋଇଛି
PM Modi meets US President

PM Modi meets US President

Advertisment

ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। 

Advertisment

କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍। ତା ସହ ଆହୁରି ଲେଖିଛନ୍ତି ଯେ, ମୋଦିଙ୍କ ସହ ଯେତେବେଳେ ଏକାଠି ହେଉ, ସେତେବେଳେ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗିତାର ଅନ୍ୟ ଦିଗ ସମ୍ପର୍କରେ ଆଲୋଚନା କରୁ। ଆଉ ଆଜି ମଧ୍ୟ ସେଇୟା ହୋଇଛି। 

ମୋଦି ଗତକାଲି, ବାଇଡେନଙ୍କ ହୋମ୍ ଟାଉନ୍ ୱିଲିଂଟନ୍ ଡେଲାୱେରରେ ପହଞ୍ଚିବା ପରେ ମୋଦିଙ୍କୁ ନିଜ ବାସଭବନକୁ ପାଛୋଟି ନେଇଥିଲେ ବାଇଡେନ। ପରେ ୨ ରାଷ୍ଟ୍ର ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି। ସେପଟେ ଆମେରିକାର ଭାରତୀୟ ସମୁଦାୟ ପକ୍ଷରୁ ମଧ୍ୟ ମୋଦିଙ୍କୁ ପାରମ୍ପରିକ ଢଙ୍ଗରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା। 

Advertisment

ଏପଟେ ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳି କରାଯିବ। ଆମେରିକାର ୱିଲମିଙ୍ଗଟନଠାରେ ଆୟୋଜିତ କ୍ବାଡ୍ ସମ୍ମିଳନୀରେ ଭାରତ, ଆମେରିକା, ଜାପାନା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ସହମତି ପ୍ରକାଶ ପାଇଛି। ସମ୍ମିଳନୀ ଶେଷରେ ଏ ନେଇ ଏକ ମିଳିତ ବିବୃତ୍ତି ଜାରି ହୋଇଛି। ଯେଉଁଥିରେ ଜାତିସଂଘର ସୁରକ୍ଷା ପରିଷଦର କଳେବର ସଂସ୍କାର ସହ ଏହାକୁ ଗଣାତନ୍ତ୍ରିକ ପ୍ରକ୍ରିୟାରେ ଅଧିକ ଉତ୍ତର ଦାୟିତ୍ବ ସଂପନ୍ନ କରିବା ଉପରେ ଜୋର ଦେଇଛନ୍ତି 4 ଦେଶର ଶୀର୍ଷ ନେତା। 

କ୍ବାଡ୍ ସମ୍ମିଳନୀ ପାଇଁ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରଲିଆ  ପ୍ରଧାନମନ୍ତ୍ରୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ କିସିଡାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲା ଆଲୋଚନା ହୋଇଥିଲା। ଯେଉଁଥିରେ ବିଶ୍ବର ସାଂପ୍ରତିକ ସମସ୍ୟା ସହ 4 ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। 

Advertisment
Joe Biden US President Joe Biden US President PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ