Advertisment

ବ୍ରିକ୍ସ ସମ୍ମିଳନୀ: ଦୀର୍ଘ ୫ ବର୍ଷ ପରେ ମୋଦି-ଜିନ୍ ପିଙ୍ଗ ଭେଟ

ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି ।

ଅଦ୍ୟତନ ହୋଇଛି
PM Modi meets Chinese President

PM Modi meets Chinese President

Advertisment

ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନ୍ ପିଙ୍ଗ ଭେଟ । ଚୀନ୍ ରାଷ୍ଟ୍ରପତି ସି-ଜିନ ପିଙ୍ଗଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୫ ବର୍ଷ ପରେ ଉଭୟ ଶୀର୍ଷ ନେତାଙ୍କ ସାକ୍ଷାତ ହୋଇଛି । ରୁଷ, କାଜାନରେ ବ୍ରିକ୍ସ ସମ୍ମିଳନୀ ଅବସରରେ ଭେଟଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୧୯ରେ ଶେଷ ଥର ପାଇଁ ଭେଟିଥିଲେ ଦୁଇ ରାଷ୍ଟ୍ରମୁଖ୍ୟ । ବ୍ରାଜିଲରେ ବ୍ରିକ୍ସ ଶିଖର ସମ୍ମିଳନୀରେ ହୋଇଥିଲା ସାକ୍ଷାତ । 

Advertisment

ଆଜି ରୁଷର କାଜାନ ସହରରେ ଏକ ଐତିହାସିକ ବୈଠକ ଅନୁଷ୍ଠିତ ହେବାକୁ ଯାହା ଉପରେ ଆମେରିକା ସମେତ ସମଗ୍ର ବିଶ୍ୱର ନଜର ରହିଛି। ଏହି ବୈଠକରେ ଏସିଆର ଦୁଇ ଅଗ୍ରଣୀ ଦେଶର ପ୍ରମୁଖ ୫ ବର୍ଷ ପରେ ଗୋଟିଏ ଟେବୁଲରେ ବସି ଔପଚାରିକ ଆଲୋଚନା କରିବାକୁ ଯାଉଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ସମଗ୍ର ବିଶ୍ୱରେ ଚାଲିଥିବା ଅଶାନ୍ତି ଏବଂ ବିଭିନ୍ନ ଦେଶରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଏହି ବୈଠକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

୨୦୧୯ରେ ବ୍ରାଜିଲରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଜିନପିଙ୍ଗ ଓ ପିଏମ ମୋଦି ପରସ୍ପରର ଭେଟାଭେଟି ହୋଇଥିଲେ । ବର୍ତ୍ତମାନ ୨୦୨୪ରେ ବ୍ରିକ୍ସ ଶିଖର ସମ୍ମିଳନୀରେ ଉଭୟ ନେତା ପୁନର୍ବାର ସାକ୍ଷାତ କରିବାକୁ ଯାଉଛନ୍ତି। ରୁଷର କାଜାନ ସହରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଆଲୋଚନାକୁ ନେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି ସ୍ପଷ୍ଟ କରିଛନ୍ତି।

Advertisment

ସୂଚନା ଅନୁସାରେ, ପୂର୍ବ ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC)ରେ ପାଟ୍ରୋଲିଂ ସମ୍ପର୍କରେ ଭାରତ ଓ ଚୀନ୍ ମଧ୍ୟରେ ଚୁକ୍ତି ହେବା ପରେ ଦୁଇ ଦେଶ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେଉଛି । ଗତ କିଛି ବର୍ଷ ଧରି ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସାମରିକ ବିବାଦ ବର୍ତ୍ତମାନ ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି । ଚୀନ୍ ସ୍ପଷ୍ଟ କରିଛି ଯେ ପୂର୍ବ ଲଦାଖରେ ଦୁଇ ସେନା ମଧ୍ୟରେ ଚାଲିଥିବା ବିବାଦକୁ ଶେଷ କରିବା ପାଇଁ ଭାରତ ସହ ଏକ ଚୁକ୍ତି ହୋଇଛି । 

PM Modi Chinese President Xi Jinping Xi Jinping BRICS Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ