Advertisment

ଋଷ, ଚୀନ, ପାକିସ୍ତାନ ପରେ ତାଲିବାନକୁ ସାଥ୍‌ ଦେବ ବ୍ରିଟେନ ! ବୋରିସ ଜନସନ୍‌ କଲେ ବଡ ଘୋଷଣା

ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌।

ଅଦ୍ୟତନ ହୋଇଛି
undefined

UK’s prime minister Boris Johnson

Advertisment

ଲଣ୍ଡନ: ଆଫଗାନିସ୍ତାନରେ ତାଲିବାନି ଶାସନକୁ ନେଇ ସାରା ବିଶ୍ୱ ଚିନ୍ତିତ । ତାଲିବାନ ଭୟରେ ଆଫଗାନବାସୀ ଦେଶଛାଡ଼ି ଚାଲିଯିବାକୁ ବସିଛନ୍ତି। ତାଲିବାନ କବ୍‌ଜାକୁ ଯିବା ପରେ ଆଫଗାନିସ୍ତାନରେ ହୃଦୟଥରା ସ୍ଥିତି ଦେଖିବାକୁ ମିଳିଛି। ଏପରି ସ୍ଥଳେ ଅନେକ ଦେଶ ଅଛନ୍ତି ଯେଉଁମାନେ ତାଲିବାନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି। ଋଷ, ଚୀନ ଏବଂ ପାକିସ୍ତାନ ପରେ ଏବେ ବ୍ରିଟେନ ତାଲିବାନକୁ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌।

Advertisment

ବୋରିସ ଜନସନ୍‌ କହିଛନ୍ତି, ଯଦି ଆବଶ୍ୟକ ପଡେ ତେବେ ସେ ତାଲିବାନ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ସେତିକି ନୁହେଁ, ଜନସନ ନିଜ ସରକାରର ବିଦେଶ ମନ୍ତ୍ରୀ ଡୋମେନିକ ରାଓଙ୍କୁ ମଧ୍ୟ ସମର୍ଥନ କରିଛନ୍ତି। ବୈଦାଶିକ ବ୍ୟାପାର ମନ୍ତ୍ରୀ ଡୋମିନିକ୍‌ କାବୁଲ ସ୍ଥିତିକୁ ନଇ ଚର୍ଚ୍ଚାକୁ ଆସିଥିଲେ।
ବୋରିସ କହିଛନ୍ତି, ‘ମୁଁ ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଚାହେଁ ଯେ, ଆ‍ଫଗାନିସ୍ତାନ ସ୍ଥିତିର ସମାଧାନ ପାଇଁ ଆମେ ଉପାୟ ଚିନ୍ତା କରୁଛୁ। ଏଥିପାଇ ଯଦି ଆବଶ୍ୟକ ପଡେ ତାଲିବାନ ସହ କାମ କରିବା ପାଇଁ ତାହାଲେ ଆମେ ପ୍ରସ୍ତୁତ ଅଛୁ। ସେ ଆହୁରି କହିଛନ୍ତି, କାବୁଲ ଏୟାର ପୋର୍ଟ ସ୍ଥିତିରେ ସୁଧାର ଆସୁଛି। ଗତ ଶନିବାରଠାରୁ ବର୍ତ୍ତମାନ ସୁଦ୍ଧା ସରକାର ୧୬୧୫ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିସାରଲାଣି। 

Advertisment

ଅନ୍ୟପକ୍ଷ ଜୋ ବେଇଡେନ ଏକ ପ୍ରେସ କନ୍‌ଫରେନ୍ସ କରି କହିଛନ୍ତି, କାବୁଲ ବିମାନ ବନ୍ଦର ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣରେ ଅଛି। ସେଠାରୁ ନାଗରିକମାନଙ୍କୁ ଉଦ୍ଧାର କାମ ଜାରି ରହିଛି। ଆମେ ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ୧୮ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସାରିଛୁ। ଏଥିସହିତ ଅଗଷ୍ଟ ୧୪ରୁ ଆରମ୍ଭ ହୋଇଥିବା ସେନା ଏୟାର ଲିଫ୍ଟ ଅଭିଯାନରେ ପ୍ରାୟ ୧୩ ହଜାରରୁ ଅଧିକ ଲୋକଙ୍କୁ କାବୁଲରୁ ଉଦ୍ଧାର କରାଯାଇ ସାରିଲାଣି। ଏହି ଉଦ୍ଧାର କାମକୁ ଅତ୍ୟନ୍ତ ବିପଦପୂର୍ଣ୍ଣ ବୋଲି ରାଷ୍ଟ୍ରପତି ବାଇଡେନ କହିଛନ୍ତି। ବିପଦଜ୍ଜନକ ସ୍ଥିତିରେ  ଆମେରିକୀ ସେନା କାବୁଲରୁ ଲୋକଙ୍କୁ ଉଦ୍ଧାର କରୁଛନ୍ତି। 

ସେପଟେ ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ  ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା। ପୂର୍ବ ସରକାରର ୩ ଜଣ ସେନା କମାଣ୍ଡରଙ୍କୁ ସର୍ବସମ୍ମୁଖରେ ଫାଶୀ ଦେଇଛି ତାଲିବାନ। ଜର୍ମାନୀର ଜଣେ ସାମ୍ବାଦିକଙ୍କୁ ନ ପାଇ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିଛି। ଘରକୁ ଘର ଯାଞ୍ଚ କରି ପୂର୍ବ ସରକାରଙ୍କ ସମର୍ଥକଙ୍କୁ ଖୋଜୁଛନ୍ତି ଏହାର ଆତଙ୍କବାଦୀ।  ଭାରତର ଦୁଇଟି କନ୍‌ସ୍ୟୁଲେଟରକୁ ମଧ୍ୟ ଭଙ୍ଗାରୁଜା କରିଛି ତାଲିବାନ।। ଏସବୁ ସତ୍ତ୍ୱେ  ତାଲିବାନୀଙ୍କ ବିରୋଧରେ ଆଫଗାନିସ୍ତାନରେ ତେଜିବାରେ ଲାଗିଛି ଲୋକଙ୍କ ଖୋଲା ବିରୋଧ।

Advertisment

ଅନ୍ୟପକ୍ଷେ ତାଲିବାନମାନେ ଆଫଗାନିସ୍ତାନ ଜେଲରେ ବନ୍ଦ ଥିବା ଇସ୍‌ଲାମିକ ଷ୍ଟେଟର କଏଦୀଙ୍କୁ ମୁକ୍ତି ଦେଇଛି। ଏହାକୁ ନେଇ ଆମେରିକା ଚିନ୍ତା ପ୍ରକଟ କରିଛି। ଏହି ଆତଙ୍କୀ ସମସ୍ତଙ୍କ ପାଇଁ ବିପଦ ହୋଇ ଛିଡା ହେବେ ବୋଲି ବାଇଡେନ କହିଛନ୍ତି। ତେବେ ଦେଶ ଭିତରେ ତାଲିବାନଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର ହୋଇଗଲାଣି। ବିରୋଧୀମାନଆ ତାଲିବାନ କବ୍‌ଜାରେ ଥିବା ବାଘଲାନ ପ୍ରାନ୍ତର ୩ ଜିଲ୍ଲାକୁ ମୁକ୍ତ କରିସାରିଲେଣି। ଏହି ଜିଲ୍ଲାର ନାମ ହେଉଛି ପୋଲ-ଏ-ହେସର, ହେଡ ସହାଲ ଏବଂ ବାନୋ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧରେ ଅନେକ ତାଲିବାନଙ୍କର ମୃତ୍ୟୁ ଘଟିଛି। 

Afghanistan Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ