• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଡ଼ୋଶୀ ଦେଶରେ ମହଙ୍ଗା ମାଡ଼ରେ ଚେପା ଜନତା । ପାକିସ୍ତାନର ଅର୍ଥନୈତିକ ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି । ନୂଆ ସରକାର ଆସିବା ପରେ ମଧ୍ୟ କୌଣସି ପରିବର୍ତ୍ତନ ନାହିଁ । ସୁଧୁରିବ କ’ଣ ଦିନକୁ ଦିନ ସ୍ଥିତି ଦୟନୀୟ ହେଉଥିବା ବେଳେ ବର୍ତ୍ତମାନ ଜନସାଧାରଣ ଏଥିପାଇଁ ହଇରାଣ ହେଉଛନ୍ତି । କେତେବେଳେ ଖାଦ୍ୟଦ୍ରବର ଦର ବଢ଼ିଯାଉଥିବା ବେଳେ ଏବେ ତେଳ ଦର ଯନ୍ତ୍ରଣା ଦେଉଛି ।

ପୂର୍ବରୁ ହିଁ ଅଧିକ ଦରରେ ବିକ୍ରି ହେଉଥିବା ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇଛି । କ୍ଷଣିକରେ ଡିଜେଲର ମୂଲ୍ୟ ୫୯.୬୧ ଟଙ୍କା ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ମଧ୍ୟ ୨୪.୦୩ ଟଙ୍କାକୁ ବୃଦ୍ଧି କରାଯାଇଛି । ହଠାତ ଏତେ ଦର ବୃଦ୍ଧି ପରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି ।

ଡିଜେଲ ଲିଟର ପିଛା ୫୯.୧୬ ଟଙ୍କା ବୃଦ୍ଧି

ପେଟ୍ରୋଲ ସହିତ ଡିଜେଲ, କିରୋସିନି ତେଲ ଏବଂ ଲାଇଟ୍‌ ଡିଜେଲ ତେଲର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ଏକାଥରକେ ଡିଜେଲର ମୂଲ୍ୟ ୫୯.୧୬ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ପରେ ଡିଜେଲର ମୂଲ୍ୟ ଲିଟର ପିଛା ୨୬୩.୩୧ ଟଙ୍କାରେ ପହଞ୍ଚିଛି ।

ତେବେ ଏହାର ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନର ପେଟ୍ରୋଲିୟମ ମନ୍ତ୍ରୀ ମୁସଦ୍ଦକ ମଲିକ ପୂର୍ବତନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେଲ ଦର ବୃଦ୍ଧି ପାଇଁ ଇମ୍ରାନ୍‌ ସରକାରଙ୍କ ନୀତିକୁ ସେ ଦାୟୀ କରିଛନ୍ତି । ପୂର୍ବର ପାକିସ୍ତାନର ଅର୍ଥନୀତିକୁ ନଷ୍ଟ କରିଦେଇଛନ୍ତି । ସେ ଜାଣିଶୁଣି ସବସିଡି ଦେଇ ପେଟ୍ରୋଲର ମୂଲ୍ୟ ହ୍ରାସ କରିଥିଲେ । ଫଳରେ ବର୍ତ୍ତମାନ କାରଣରୁ ଶାହାବାଜ ସରକାରଙ୍କୁ କ୍ଷତି ସହିବାକୁ ପଡ଼ୁଛି ।

ସେପଟେ ପାକିସ୍ତାନରେ ପୁଣି ତେଜିଛି ରାଜନୈତିକ ଝଡ଼ । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବେ ବୋଲି ପାକ ଗୃହମନ୍ତ୍ରୀଙ୍କ ବୟାନ ପରେ ରାଜନୀତି ଆରମ୍ଭ ହୋଇଥିଲା । ଏହାକୁ ନେଇ ଇମ୍ରାନଙ୍କ ଦଳ ପାକିସ୍ତାନ ତେହେରିକ୍ ଏ ଇନସାଫ ପାର୍ଟିର ସାଂସଦ ଅତାଉଲ୍ଲା ପାକ୍ ସରକାରଙ୍କୁ ଖୋଲା ଚେତାବନୀ ମଧ୍ୟ ଦେଇଥିଲେ । ଯଦି ଇମ୍ରାନ ଖାନଙ୍କୁ ଗିରଫ କରାଯାଏ, ତେବେ ଏହାର ପରିମାଣ ଭୟାବହ ହେବ ବୋଲି ଧମକ୍ ଦେଇଥିଲେ ।