ପଦାରେ ପଡ଼ିଲା ପେଣ୍ଟାଗନର ଟପ୍ ସିକ୍ରେଟ୍ : ରୁଷ, ୟୁକ୍ରେନ ଓ ଚୀନ୍ ସଂପର୍କିତ ଗୁପ୍ତତଥ୍ୟ ଲିକ୍

ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ ।

ସାରା ବିଶ୍ୱରେ ହଇଚଇ

ସବୁଠୁ ଶକ୍ତିଶାଳି ଦେଶର ରକ୍ଷା ବିଭାଗ ବି ସୁରକ୍ଷିତ ନୁହେଁ । ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ର ଡାଟା ଲିକ୍ ପରେ ସାରା ବିଶ୍ୱରେ ହଇଚଇ । ଗୁପ୍ତ ଦସ୍ତାବିଜରେ ରୁଷ୍, ଚୀନ୍ ଏବଂ ୟୁକ୍ରେନ୍ ସମେତ ଅନେକ ଦେଶ ସଂପର୍କରେ ଏଭଳି ତଥ୍ୟ ରହିଛି ଯାହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା । ଯାହା ଦିନେ ଟପ୍ ସିକ୍ରେଟ୍ ଥିଲା ତାହା ଏବେ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି ।

ଦଶନ୍ଧିର ସବୁଠୁ ବଡ଼ ଗୁଇନ୍ଦା ବିଫଳତାର ସାମ୍ନା କଲା ଆମେରିକା । ଲିକ୍ ହୋଇଗଲା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନର ଗୁପ୍ତ ତଥ୍ୟ । ଟପ୍ ସିକ୍ରେଟ୍ ଫାଇଲକୁ ସାର୍ବଜନୀନ କରିଦେଲା ୨୧ ବର୍ଷୀୟ ଯୁବକ । ପେଣ୍ଟାଗନରୁ ଲିକ୍ ହୋଇଥିବା ଗୁପ୍ତ ଦସ୍ତାବିଜରେ ରୁଷ୍, ଚୀନ୍, ୟୁକ୍ରେନ୍ ସମେତ ବହୁ ଦେଶ ସଂପର୍କରେ ଏମିତି ଅନେକ ସମ୍ବେଦନଶୀଳ ତଥ୍ୟ ରହିଛି, ଯାହାକି ଏଯାଏଁ ଟପ୍ ସିକ୍ରେଟ୍ ବା କ୍ଲାସିଫାଏଡ୍ ଫାଇଲ୍ ଭାବେ ଲୁଚାଇ ରଖିଥିଲା ଆମେରିକା । ସେସବୁ ଫାଇଲ୍ ଲିକ୍ ହେବା ଫଳରେ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆମେରିକାର ବହୁ ଚକିତ କଲା ଭଳି ଆଭିମୁଖ୍ୟ ପଦାରେ ପଡ଼ିଯାଇଛି ।

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୧: ରୁଷ୍ ପ୍ରସଙ୍ଗରେ ମିଳିତ ଜାତିସଂଘର ଆଭିମୁଖ୍ୟ ନରମ

ଦସ୍ତାବିଜକୁ ଦେଖିଲେ ଆମେରିକା ନଜରରେ ମିଳିତ ଜାତିସଂଘ ରୁଷ୍ ପ୍ରସଙ୍ଗରେ କୌଣସି କଠୋର ପଦକ୍ଷେପ ନେଇନାହିଁ । ରୁଷ ସହ ଗହମ କାରବାର ନେଇ ମିଳିତ ଜାତିସଂଘ ମହାସଚିବଙ୍କୁ ମଧ୍ୟ ଆମେରିକା ଟାର୍ଗେଟ୍ କରିଛି । ଏହି ଚୁକ୍ତି ଦ୍ୱାରା ୟୁକ୍ରେନ୍ ଯୁଦ୍ଧ ପାଇଁ ରୁଷିଆକୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ ହେବ । ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ ରୁଷିଆର ହିତ ପାଇଁ କାମ କରୁଥିବା ନେଇ ଦସ୍ତାବିଜରେ ଉଲ୍ଲେଖ କରିଛି ଆମେରିକା ।...

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୨: ୟୁକ୍ରେନରେ ରୁଷ୍ ସୈନ୍ୟ ମୃତ୍ୟୁସଂଖ୍ୟାକୁ ନେଇ ଦ୍ୱନ୍ଦ୍ୱ

ପେଣ୍ଟାଗନ୍ ଟପ୍ ସିକ୍ରେଟ୍ ୩: ରୁଷକୁ ଗୁପ୍ତଭାବେ ରକେଟ୍ ବିକିପାରେ ଇଜିପ୍ଟ

ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୪: ଆମେରିକା ଉପରେ ଖପ୍ପା ଦକ୍ଷିଣ କୋରିଆ

 ପେଣ୍ଟାଗନ୍ ଟପ୍ ସିକ୍ରେଟ୍-୫: ମହାଶକ୍ତିଶାଳୀ ଅସ୍ତ୍ରର ପରୀକ୍ଷଣ କରିଛି ଚୀନ 

 

 

ଖାଲି ଏତିକି ନୁହେଁ, ପ୍ରତିରକ୍ଷା ବିଭାଗର ଟ୍ରାଭେଲ୍ ରେକର୍ଡ ସହ ଅନେକ ବ୍ୟକ୍ତିଗତ ତଥ୍ୟ ଏବଂ ପ୍ରାୟ ୩୦ ହଜାର ୟୁଏସ୍ ସେନାଧିକାରୀ ଓ ସାଧାରଣ ଲୋକଙ୍କ କ୍ରେଡିଟ୍ କାର୍ଡ ଡାଟା ମଧ୍ୟ ଲିକ୍ ହୋଇଥିବା କୁହାଯାଉଛି। ତେବେ ପଦାକୁ ଆସିଥିବା ଏହି ସବୁ ଡକ୍ୟୁମେଣ୍ଟ ସତ ନା ତାକୁ ବଦଳାଯାଇଛି, ସେନେଇ ମଧ୍ୟ ଆଶଙ୍କା ଲାଗିରହିଛି ।...