Advertisment

Donald Trump: ପାକିସ୍ତାନ ସରକାରକୁ ଯିଏ ପାଉଛି ସିଏ ଧୋଉଛି, ବିକିଦେଲେ ମାନ ମହତ

ପାକିସ୍ତାନର ଜଣେ ବୁଦ୍ଧିଜୀବୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଯେଉଁ ଲୋକ ଗାଜା ଓ ଇରାନରେ ନରସଂହାର ପାଇଁ ଦାୟୀ, ସେ ଲୋକକୁ ପାକିସ୍ତାନ ସରକାର ନୋବେଲ୍ ପୁରସ୍କାର ଦିଆଯିବାକୁ କହୁଛନ୍ତି । ଏ ଲୋକ ଇସ୍ରାଏଲ୍ ପଛରେ ରହି ଲୋକଙ୍କୁ ମାରୁଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଲୋକ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି ।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

ପାକିସ୍ତାନ ସରକାର ଏବେ ହରଡଘଣାରେ । ପାକିସ୍ତାନ ସରକାରଙ୍କ ଗୋଟିଏ ନିଷ୍ପତ୍ତି ପାଇଁ ତାଙ୍କୁ ଏବେ ସମାଲୋଚନାର ଶିକାର ହେବାକୁ ପଡିଛି । ସୋସିଆଲ ମିଡିଆରେ ହଜାର ହଜାର ଲୋକ ସରକାରଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । କିଏ ସୋସିଆଲ୍ ମିଡିଆରେ ଲେଖୁଛନ୍ତି, ‘ପାକିସ୍ତାନ ବନ୍ଧା ପଡିଯାଇଛି’ । ପୁଣି କିଏ ଲେଖିଛନ୍ତି, ‘ପାକିସ୍ତାନର ମର୍ଯ୍ୟାଦା କି ସ୍ୱାଭିମାନ ବୋଲି ଆଉ କିଛି ନାହିଁ’ । ଏବେ ପାକିସ୍ତାନରେ ଯିଏ ପାରୁଛି, ସିଏ ଧୋଉଛି ସରକାରକୁ ।

Advertisment

ଆପଣ ଭାବୁଥିବେ, ଏମିତି କଣ ହୋଇଗଲା ଯେ, ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ବୁଦ୍ଧିଜୀବୀ ସରକାରକୁ ସମାଲୋଚନା କରିବାକୁ ପଛାଉନାହାନ୍ତି । ଘଟଣାଟି ଘଟିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ । ପାକିସ୍ତାନ ସରକାର ଡୋନାଲ୍ଡ ଟ୍ରମ୍ପଙ୍କ ନାଁ ସୁପାରିଶ କରିଛି ନୋବେଲ୍ ପୁରସ୍କାର ପାଇଁ । ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢୁଥିଲା ବେଳେ ଡୋନାଲ୍ଡ ଟ୍ରମ୍ପ କୂଟନୈତିକ ହସ୍ତକ୍ଷେପ କରି ଯୁଦ୍ଧ ବନ୍ଦ କରାଇଦେଇଥିଲେ । ଦୁଇଦେଶକୁ ହିଂସାକାଣ୍ଡରୁ ସେ ବିରତ ରଖିପାରିଥିଲେ ବୋଲି ପାକିସ୍ତାନ ସରକାର ଦର୍ଶାଇଛନ୍ତି । ତେଣୁ ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦିଆଯାଉ ବୋଲି ପାକିସ୍ତାନ ସରକାର ପ୍ରସ୍ତାବ ଦେଇଛନ୍ତି । ଏହାକୁ ନେଇ ଏବେ ପାକିସ୍ତାନ ଉଠୁଛି ପଡୁଛି ।

ଭାରତ ପ୍ରଥମରୁ କହିଆସୁଛି, ଅସ୍ତ୍ରବିରତି ପାଇଁ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ହୋଇନାହିଁ । ଅସ୍ତ୍ରବିରତି ପାଇଁ ପ୍ରଥମେ ପାକିସ୍ତାନ ପ୍ରସ୍ତାବ ଦେଇଥିଲା । ଏହା ପରେ ଅସ୍ତ୍ରବିରତି ହୋଇଥିଲା । ପାକିସ୍ତାନର ଜଣେ ବୁଦ୍ଧିଜୀବୀ ସୋସିଆଲ୍ ମିଡିଆରେ ଲେଖିଛନ୍ତି, ଯେଉଁ ଲୋକ ଗାଜା ଓ ଇରାନରେ ନରସଂହାର ପାଇଁ ଦାୟୀ, ସେ ଲୋକକୁ ପାକିସ୍ତାନ ସରକାର ନୋବେଲ୍ ପୁରସ୍କାର ଦିଆଯିବାକୁ କହୁଛନ୍ତି । ଏ ଲୋକ ଇସ୍ରାଏଲ୍ ପଛରେ ରହି ଲୋକଙ୍କୁ ମାରୁଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଲୋକ ସମର୍ଥନ କରନ୍ତି ନାହିଁ ବୋଲି ସେ କହିଛନ୍ତି । ପାକିସ୍ତାନର ବରିଷ୍ଠ ସାମ୍ୱାଦିକ ଜାହିଦ ହୁସେନ୍ କହିଛନ୍ତି, ଏହା ଦୁଃଖଦାୟକ । ଇରାନକୁ ଅଧିକାର କରିବାକୁ ଯୋଜନା କରୁଥିବା ଟ୍ରମ୍ପଙ୍କୁ ନୋବେଲ୍ ପୁରସ୍କାର ଦିଆଯିବାକୁ ପ୍ରସ୍ତାବ ଦିଆଯିବା ଆଦୌ ଗ୍ରହଣୀୟ ନୁହେଁ । ଇସ୍ରାଏଲ୍ ଆକ୍ରମଣକୁ ଚମତ୍କାର କହିଥିବା ଲୋକକୁ ପାକିସ୍ତାନ ପୁରସ୍କାର ଦେଉଥିବା ସେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ନୋବେଲ ପୁରସ୍କାର ପାଇଁ ବିକଳ ଟ୍ରମ୍ପ, ସୋସିଆଲ ମିଡିଆରେ କଲେ ଏମିତି ପୋଷ୍ଟ...

ମିଳିତ ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ଭାବେ କାମ କରିଥିବା ମଲିହା ଲୋଧି ସୋସିଆଲ ମିଡିଆରେ ଲେଖିଛନ୍ତି, ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ ପାକିସ୍ତାନ ସରକାର ଯେଉଁ ପଦକ୍ଷେପ ନେଇଛନ୍ତ, ତାହା ଦୁର୍ଭାଗ୍ୟଜନକ ।

Advertisment

ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତିଙ୍କ ସହ ମଧ୍ୟାହ୍ନ କରିବା ପରେ ଏବଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ ସରକାର ।

ଅନେକ ସାମାଜିକ କର୍ମୀ ଖୋଲାଖୋଲି କହିଛନ୍ତି, ପାକିସ୍ତାନରେ ଏତ କଣ୍ଢେଇ ସରକାର ଚାଲିଛି । ନିଜର ଇଜ୍ଜତମହତ ବୋଲି କିଛି ନାହିଁ । ଯିଏ ଯାହା କହିଲା, ଯେମିତି ନଚେଇଲା ସରକାର ସେମିତି ନାଚୁଛି । ଆଉ ଜଣେ ସାମାଜିକ କର୍ମୀ ଲେଖିଛନ୍ତି, ଏ ସରକାର ଏବେ ବସିକି ଖାଉଛି ଓ ଅନ୍ୟର ଦୟାରେ ଚାଲିଛି । ମୂଲ୍ୟବୋଧ କଣ ତାହା ଭୁଲିଗଲାଣି ?

ଅଧିକ ପଢ଼ନ୍ତୁ: ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାଁ ସୁପାରିଶ କଲା ପାକିସ୍ତାନ

Donald Trump Pakistan USA Social Media Nobel Prize Online Trolling
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ