son
୧୦ ବର୍ଷୀୟ ବାଳକର ପାସପୋର୍ଟ ଅବଧି ଶେଷ ହୋଇଯିବାରୁ ତାଙ୍କ ବାପା ମାଆ ତାଙ୍କୁ ବିମାନବନ୍ଦରରେ ଛାଡି ଚାଲି ଯିବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ପେନର ଏକ ବିମାନବନ୍ଦରରେ ମହିଳା ଏୟାର-ଅପରେସନ ସଂଯୋଜକ ଟିକଟକରେ ଅଭିଯୋଗ କରିଛନ୍ତି ଯେ ଜଣେ ୧୦ ବର୍ଷୀୟ ପିଲାର ପାସପୋର୍ଟର ଅବଧି ଶେଷ ହୋଇଯାଇଥିବା ଦେଖି ତା'ର ବାପାମା ତାକୁ ବିମାନବନ୍ଦର ଟର୍ମିନାଲରେ ଛାଡି ଛୁଟିରେ ଚାଲିଯାଇଥିଲେ। ରିପୋର୍ଟ ଅନୁଯାୟୀ, ବାପାମା ପିଲାଟିକୁ ବିମାନରେ ଚଢ଼ିବାକୁ ଛାଡି ଦେଇଥିଲେ ଏବଂ ଜଣେ ସମ୍ପର୍କୀୟଙ୍କୁ ପୁଅକୁ ନେଇ ଯିବାକୁ କହିଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ ଉକ୍ତ ପୁଅଟିକୁ ଏକା ପାଇଥିଲେ।
ସେ କହିଛନ୍ତି, "ପିଲାଟି ସ୍ପେନ ପାସପୋର୍ଟର ଅବଧି ଶେଷ ହୋଇ ଯାଇଥିଲା, କିନ୍ତୁ ସେ ଜାଣି ନଥିଲେ। ସେଣୁ ତାଙ୍କୁ ତିବା ପାଇଁ ଏକ ଭିସା ଆବଶ୍ୟକ ଥିଲା, ଯାହା ତାଙ୍କ ପାଖରେ ନଥିଲା। ଯେହେତୁ ତା'ର ଭିସା ନଥିଲା, ସେମାନେ ପିଲାଟିକୁ ଟର୍ମିନାଲରେ ଛାଡି ଦେଇଥିଲେ ଏବଂ ତାକୁ ନେବା ପାଇଁ ଜଣେ ସମ୍ପର୍କୀୟଙ୍କୁ ଡାକିଥିଲେ। ପିଲାଟି ସେହିପରି ତାଙ୍କ ସମ୍ପର୍କୀୟଙ୍କ ଅପେକ୍ଷାରେ ବସିଥିବା ବେଳେ ପିଲାଟିକୁ ବିମାନବନ୍ଦର କର୍ତ୍ତୃପକ୍ଷ ପିଲାଟିକୁ ଉଦ୍ଧାର କରିଥିଲେ।”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଏହାକୁ ସାଧାରଣ ଭାବରେ ଦେଖି ନଥିଲି। ପୁଲିସ ମଧ୍ୟ ଏହାକୁ ସାଧାରଣ ଭାବରେ ଦେଖି ନ ଥିଲା। ଡକ୍ୟୁମେଣ୍ଟ ସମସ୍ୟା ଯୋଗୁଁ ଯାତ୍ରା କରିପାରୁ ନଥିବାରୁ ବାପା ମାଆମାନେ ସେମାନଙ୍କର ଦଶ ବର୍ଷର ପୁଅକୁ ଟର୍ମିନାଲରେ ଛାଡିବା କିପରି ସମ୍ଭବ? ସେମାନେ ତାଙ୍କ ସମ୍ପର୍କୀୟଙ୍କ ଭରସାରେ କିପରି ପିଲାଟିକୁ ଛାଡି ଚାଲିଗଲେ ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ସମ୍ପର୍କୀୟମାନଙ୍କୁ ସେମାନେ ଡାକିଥିଲେ, ସେମାନେ ଅଧ ଘଣ୍ଟା, ପ୍ରାୟ ଗୋଟିଏ ଘଣ୍ଟା କିମ୍ବା ତିନି ଘଣ୍ଟା ବିଳମ୍ବରେ ଆସି ପିଲାଟିକୁ ନେଇ ପାରନ୍ତି। କିନ୍ତୁ ବାପା ମାଆ ପିଲାଟିକୁ ଛାଡି କିପରି ଅତି ଶାନ୍ତ ଭାବରେ ବିମାନରେ ଯାତ୍ରା କରିପାରିବେ।”
ତେବେ ପୋଲିସ ଷ୍ଟେସନକୁ ପିଲାଟିକୁ ନିଆ ଯାଇଥିଲା। ଏହା ପରେ ବାପା ମାଆଙ୍କୁ ଡକାଯାଇ ସେମାନଙ୍କ ଦାୟିତ୍ବରେ ପିଲାଯିକୁ ଛାଡି ଦିଆ ଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/son_1754125158.jpg)