Advertisment

ପଞ୍ଜଶିରକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ, ତଥାପି ପଛଘୁଞ୍ଚା ଦେଇନି ନର୍ଦ୍ଦନ ଆଲିଏନ୍ସ

ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ  । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି ସେମାନେ।

northern alliance-taliban

northern alliance-taliban

Advertisment

କାବୁଲ: ଆଫଗାନିସ୍ତାନର ପଞ୍ଜଶିରରେ ଚାଲିଛି ନର୍ଦ୍ଦନ ଆଲାଏନ୍ସ-ତାଲିବାନ ଘମାଘୋଟ ଯୁଦ୍ଧ  । ପଞ୍ଜଶିର ଉପତ୍ୟକାକୁ ୩ ପଟୁ ଘେରି ରହିଛନ୍ତି ତାଲିବାନ। ତାଲିବାନର ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଦେଇଛି ନର୍ଦ୍ଦନ ଆଲାଏନ୍ସ । ଶେଷ ରକ୍ତ ବିନ୍ଦୁ ଯାଏ ମାତୃଭୂମି ପାଇଁ ଲଢ଼େଇ ଜାରି ରହିବ ବୋଲି ଶପଥ କରିଛନ୍ତି ସେମାନେ। ତାଲିବାନର ମୁକାବିଲା ପାଇଁ ନର୍ଦ୍ଦନ ଆଲାଏନ୍ସ କେମିତି ନିଜକୁ ପ୍ରସ୍ତୁତି କରୁଛନ୍ତି, କେମିତି ଟ୍ରେନିଂ ଦିଆଯାଉଛି, ଜାଣନ୍ତୁ। 

Advertisment

ପୂରା ଦେଶକୁ କବ୍ଜା କରିଥିବା ଶକ୍ତି ଆଗରେ ନିଜର ପରାକ୍ରମ ଦେଖାଇବାକୁ, ତାଲିବାନ ଶାସନରୁ ନିଜ ମାଟିକୁ ମୁକ୍ତ ରଖିବାକୁ, ସ୍ୱାଧୀନତାର ଶେଷ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ହେଉଛି ପଞ୍ଜଶିର ଘାଟି  । ଆଫଗାନିସ୍ତାନ ମାନଚିତ୍ରରେ ଅଜେୟ ଉପତ୍ୟକା ପଞ୍ଜଶୀରକୁ ଜୟ କରିବାକୁ ଚାରିପଟୁ ଘେରି ରହିଛି ତାଲିବାନ।  ହେଲେ ଉପତ୍ୟାକା ଭିତରେ ରହୁଥିବା ପ୍ରତିଟି ମଣିଷ ଆଖିରେ ଏବେବି ଅମଳିନ ବୀରତ୍ୱର ଝଲକ । ସମସ୍ତଙ୍କ ଆଖି କହୁଛି, ପଛଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି  ।

Advertisment

ପିଲାଠୁ ବୁଢାଯାଏଁ  କାହା ହାତରେ ନର୍ଦ୍ଦର୍ଣ୍ଣ ଆଲାଏନ୍ସର ପତାକା, ତ ଆଉ କାହା ହାତରେ ବନ୍ଧୁକ।  ନିଜ ମାଟିକୁ ବର୍ବର ତାଲିବାନ କବଳରୁ ରକ୍ଷା କରିବା ପାଇଁ ଦେ କଠିନ ପରିଶ୍ରମ, ଝାଳବୁହା ପ୍ରଶିକ୍ଷଣ ଚଲାଇଛନ୍ତି ରେଜିଷ୍ଟାନ୍ସ ଫୋର୍ସର ଯବାନ। କେଉଁଠି ଛୋଟ ନାଳରେ ପଶି, ତ ଆଉ କେଉଁଠି ପାହାଡ଼ି ନଦୀ ଭିତରେ ପଶି ଯୁଦ୍ଧ କୌଶଳ ଶିଖୁଛନ୍ତି ସେମାନେ  । ଶାରିରୀକ ଶକ୍ତି ବୃଦ୍ଧିଠୁ ଆରମ୍ଭ କରି ଅନୁଶାସନ, ରଣକୌଶଳ ସବୁକିଛିରେ ପାରଙ୍ଗମ ହେଉଛନ୍ତି ପଞ୍ଜଶିରର ଯୋଦ୍ଧା।  କାନ୍ଧରେ ବଡ଼ ବଡ଼ କାଠ ଗଣ୍ଡିକୁ ବୋହି ନେଉଛନ୍ତି ମାଇଲ୍ ମାଇଲ୍ ବାଟ । ତା ପୁଣି ପାହାଡ଼ ଉପରକୁ। ତାଲିବାନକୁ ଟକ୍କର ଦେବାକୁ ହେଲେ ଯେତିକି ଶକ୍ତିଶାଳୀ ହେବାକୁ ପଡ଼ିବ, ସେତିକି ନିପୁଣ ବି ହେବାକୁ ପଡ଼ିବ । ତେଣୁ ଅସ୍ତ୍ରଶସ୍ତ୍ର ସହିତ ବି ତାଲିମ ଜୋରଦାର ଚାଲିଛି॥ ଋଷିଆ ହେଉ କି ବ୍ରିଟିଶ, ଅବା ତାଲିବାନର ପୂର୍ବତନ ଶାସନ କେହି ବି ପଞ୍ଜଶିରକୁ କବ୍ଜା କରିପାରିନାହାନ୍ତି ।

ଏଠାକାର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଫାଇଟର। ସମସ୍ତଙ୍କ କାନ୍ଧରେ ବନ୍ଧୁକ ରହିଛି ଓ ସମସ୍ତେ ଗୁଳି ଚଳାଇ ଜାଣନ୍ତି। ଶରୀରରେ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ପଞ୍ଜଶିରବାସୀ ସେମାନଙ୍କ ସ୍ୱାଧୀନତା ବଜାୟ ରଖିବାକୁ ଉଦ୍ୟମ କରିବେ ବୋଲି ନ୍ୟାସନାଲ ରେଜିଷ୍ଟାନ୍ସ ଫୋର୍ସର ଜଣେ ଅଧିକାରୀ ଫହିମ୍ ଦାସ୍ତୀ ଭଏସ ଅଫ୍ ଆମେରିକାକୁ କହିଛନ୍ତି ।

Advertisment

ଅସ୍ତ୍ର ତ୍ୟାଗ କରିବା ଲାଗି ତାଲିବାନ ଚେତାବନୀ ଦେଇଥିଲେ ବି, ପଞ୍ଜଶିରକୁ ପ୍ରବେଶ ଲାଗି ଥିବା ଅଣଓସାରିଆ ଗିରିପଥରେ ନ୍ୟାଶନାଲ ରେଜିଷ୍ଟାନ୍ସ ଫୋର୍ସ ବିଦ୍ରୋହୀ ମେସିନଗନ୍, ମୋର୍ଟାର ଓ ସର୍ଭେଲାନ୍ସ ପୋଷ୍ଟ କରି ତାଲିବାନ ଉପରେ କଡ଼ା ନଜର ରଖିଛନ୍ତି ଏମାନେ।

Taliban Militants Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ