ମଝି ଦରିଆରେ ପାକିସ୍ତାନୀଙ୍କ ମୁହଁରେ ‘ଇଣ୍ଡିଆ ଜିନ୍ଦାବାଦ’ ନାରା...

ମଝି ଦରିଆରେ ପାକିସ୍ତାନ ନାଗରିକଙ୍କ ଇଣ୍ଡିଆ ଜିନ୍ଦାବାଦ ନାରାରେ କଂପିଲା ଚାରିଆଡ । ବାରମ୍ବାର ଭାରତୀୟ ନୌସେନାକୁ ଧନ୍ୟବାଦ ଦେବାସହ ଜୀବନ ବଂଚିଥିବାରୁ ଭାରତ ଜିନ୍ଦାବାଦ କହିଲେ ପାକିସ୍ତାନୀ ।

'India Zindabad' slogan

ମଝି ଦରିଆରେ ପାକିସ୍ତାନ ନାଗରିକଙ୍କ ଇଣ୍ଡିଆ ଜିନ୍ଦାବାଦ ନାରାରେ କଂପିଲା ଚାରିଆଡ । ବାରମ୍ବାର ଭାରତୀୟ ନୌସେନାକୁ ଧନ୍ୟବାଦ ଦେବାସହ ଜୀବନ ବଂଚିଥିବାରୁ ଭାରତ ଜିନ୍ଦାବାଦ କହିଲେ ପାକିସ୍ତାନୀ । ତେବେ ଘଟଣାଟି ହେଉଛି ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରେ ପଡିଯାଇଥିଲେ ପାକିସ୍ତାନୀ କ୍ରୁ । ସେମାନଙ୍କଠୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ । 

ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି । ୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନୀ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା । ଆଇଏନ୍‌ଏସ୍‌ ତ୍ରିସୁଲ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା । ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ’ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା ।

ଆରବ ସାଗରରେ ଇରାନର ଫିସିଂ ଜାହାଜରେ କିଛି ସଶସ୍ତ୍ର ସୋମାଲିଆ ଲୁଟେରା ବଳପୂର୍ବକ ପ୍ରବେଶ କରିବା ସହ ଅପହରଣ କରିନେଇଥିଲେ । ଭାରତୀୟ ନୌସେନା ଏମର୍ଜେନ୍ସି କଲ ପାଇ ଜାହାଜର ପିଛା କରିବା ସହିତ ସୋମାଲିଆ ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ । ଜାହାଜରେ ଥିବା ସମସ୍ତ ପାକିସ୍ତାନୀ କ୍ରୁ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଥିଲେ ।