୬୦ ନମ୍ବର ଛୁଆକୁ ସ୍ୱାଗତ କଲେ ତିନି ସ୍ତ୍ରୀଙ୍କ ସ୍ୱାମୀ, ସେଞ୍ଚୁରୀ ମାରିବା ଲକ୍ଷ୍ୟରେ ପାକିସ୍ତାନୀ ବ୍ୟକ୍ତି

ୟେ ଦିଲ୍‌ ମାଙ୍ଗେ ମୋର୍‌ ! ନୂଆବର୍ଷରେ ପାକିସ୍ତାନୀ ବ୍ୟକ୍ତିଙ୍କ ଘରକୁ ଆସିଲା ୬୦ ନମ୍ବର ଛୁଆ ।

Pakistani Man

ହୁ ହୁ ହୋଇ ବଢ଼ୁଥିବା ଦରଦାମ ଭିତରେ ବର୍ତ୍ତମାନ ସମୟରେ ଦମ୍ପତି ଆମେ ଦୁଇ ଆମର ଦୁଇ ନୁହେଁ, ଆମେ ଦୁଇ ଆମର ଏକକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ପିଲା ଜନ୍ମ କରି ତାଙ୍କୁ ପାଳିବା, ପାଠଶାଠ ପଢ଼ାଇ ବଡ଼ ମଣିଷ କରିବା ବର୍ତ୍ତମାନ ସମୟରେ କଷ୍ଟକର ହୋଇପଡ଼ୁଛି । ବାପାମା’, ଘର ପରିବାରର ଦାୟିତ୍ୱ ଆଉ ତା’ ଉପରେ ଅଧିକ ପିଲା ଜନ୍ମ ଏବେର ଯୁଗରେ ଏକପ୍ରକାର ଅସମ୍ଭବ । ହେଲେ ପାକିସ୍ତାନର ଜଣେ ବ୍ୟକ୍ତି ଏସବୁକୁ ଭୁଲ ପ୍ରମାଣିତ କରି ୬୦ ନମ୍ବର ପିଲାର ବାପା ହୋଇଛନ୍ତି । ଆଉ ଏକ ବଡ଼ କଥା ହେଲା ଏତିକିରେ ସେ ଫୁଲଷ୍ଟପ୍‌ ଲଗାଇବାକୁ ଚାହୁଁନାହାନ୍ତି । ବରଂ ସେଞ୍ଚୁରୀ ମାରିବା ଲକ୍ଷ୍ୟରେ ଆଉ ପିଲା କରିବେ ବୋଲି କହିଛନ୍ତି ।

ପାକିସ୍ତାନର ୫୦ ବର୍ଷିୟ ସରଦାର ଜାନ୍‌ ମୋହମ୍ମଦ ଖିଲଜି । ଘରେ ୩ ସ୍ତ୍ରୀ ଓ ୬୦ ପିଲା । ପେସାରେ ସେ ଜଣେ ଡାକ୍ତର ହୋଇଥିବା ବେଳେ ତାଙ୍କ ଏକ କ୍ଲିନିକ୍‌ ମଧ୍ୟ ରହିଛି । ପାକିସ୍ତାନରେ ଏବେ ଦେବାଳିଆ ଅର୍ଥନୀତି ପାଇଁ ସରକାର କାଙ୍ଗାଳ ହେବାକୁ ବସିଲାଣି, ହେଲେ ଖିଲଜି କିନ୍ତୁ ଗୋଟିଏ ପରେ ଗୋଟିଏ ପିଲାଙ୍କୁ ସ୍ୱାଗତ କରିଚାଲିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ହୋଇଥିବା ୬୦ ଜଣ ପିଲାଙ୍କ ମଧ୍ୟରୁ ୫ ପିଲାଙ୍କର ମୃତ୍ୟୁ ଘଟିଛି । ଅନ୍ୟ ସମସ୍ତ ୫୫ ପିଲା ଘରେ ଥିବାବେଳେ ସୁସ୍ଥ ଅଛନ୍ତି ।

ସମ୍ବାଦଦାତାଙ୍କ ସହ ବାର୍ତ୍ତାଳାପରେ ଖିଲଜି କହିଛନ୍ତି, ନୂଆ ବର୍ଷରେ ପୁଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି । ଆଉସେ ୬୦ ନମ୍ବର ଶିଶୁର ନାମ ହାଜି ଖୁସହାଲ ଖାନ ରଖିଛନ୍ତି । ହେଲେ ଡାକ୍ତରବାକୁ ଏତିକିରେ ଅଟକିଯିବେନି । ତାଙ୍କର ୧୦୦ ପିଲା କରିବା ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ଚତୁର୍ଥ ବିବାହ ପାଇଁ ମଧ୍ୟ ସେ ଯୋଜନା କରିଛନ୍ତି । ଏଥପାଇଁ ସମସ୍ତ ବନ୍ଧୁଙ୍କୁ ମଧ୍ୟ ଝିଅ ଦେଖିବା ପାଇଁ କହି ସାରିଛନ୍ତି । ଆଉ ଅଧିକ ବୟସ ହେବା ପୂର୍ବରୁ ସେ ଚତୁର୍ଥ ବିବାହ କରିବା ପାଇଁ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ସାଂଘାତିକ ସ୍ଥିତି : ପଲିଥିନ୍‌ରେ ଏଲପିଜି ଗ୍ୟାସ୍‌ କିଣୁଛନ୍ତି ଲୋକେ

କେବଳ ଖିଲଜି ନୁହେଁ ଅଧିକ ସନ୍ତାନ ଜନ୍ମ କରିବା ପଛରେ ତାଙ୍କ ସ୍ତ୍ରୀମାନଙ୍କର ମଧ୍ୟ ହାତ ରହିଛି । ତିନି ସ୍ତ୍ରଅ ମଧ୍ୟ ଅଧିକ ପିଲା ଜନ୍ମ କରିବା ପାଇଁ ଚାହୁଁଛନ୍ତି । ତାଙ୍କ ଘରେ ଅଧିକ ଝିଅ ଅଧିକ ଏବଂ କମ୍ ପୁଅ ଅଛନ୍ତି । ତେବେ ସେ ସବୁ ପିଲାଙ୍କ ନାଁ ମଧ୍ୟ ମନେ ଅଛି । କିଛି ପିଲାଙ୍କ ବୟସ ୨୦ରୁ ମଧ୍ୟ ଅଧିକ । ହେଲେ ଏବେ ସୁଦ୍ଧା କୌଣସି ପିଲାଙ୍କର ବିବାହ ହୋଇନାହିଁ ।

କ୍ଲିନିକ୍‌ରୁ ହିଁ ରୋଜଗାର କରୁଥିବା ଟଙ୍କାରେ ତାଙ୍କର ଏତେ ବଡ଼ ପରିବାର ଚଳେ । ପୂର୍ବରୁ ପିଲାଙ୍କ ଖର୍ଚ୍ଚକୁ ନେଇ ସେମାନଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥିଲା, କିନ୍ତୁ ଗତ ତିନି ବର୍ଷରୁ ଅଧିକ ହେବ ଦରଦାମ ବୃଦ୍ଧି ହେତୁ ଅସୁବିଧା ହେଉଛି । ଏହି କାରଣରୁ ଏବେ ତାଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତଥାପି ଯେତତେନ ପ୍ରକାରେ ସେ ଘର ଚଳାଉଛନ୍ତି ।