Advertisment

ହ୍ୱାଟସଆପରେ ନିନ୍ଦା ମେସେଜ ପଡିଲା ମହଙ୍ଗା...ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ

ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।

WhatsApp messages

WhatsApp messages

Advertisment

ହ୍ୱାଟସଆପରେ ମୁସଲିମ ସଂପ୍ରଦାୟ ବିରୋଧରେ ନିନ୍ଦା ମେସେଜ କରିବା ପଡିଲା ମହଙ୍ଗା। ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇବା ଅଭିଯୋଗରେ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଲେ କୋର୍ଟ। ମୁସଲିମ ସଂପ୍ରଦାୟର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇଥିବା ଭଳି ଆପତ୍ତିଜନକ ଫଟୋ ଏବଂ ଭିଡିଓ ସେୟାର କରିଥିବା ଅଭିଯୋଗରେ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ପଞ୍ଜାବ ପ୍ରାଦେଶିକ କୋର୍ଟ। ଏଥିସହ ଜଣେ ୧୭ବର୍ଷୀୟ ନାବାଳକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ। ଏହାକୁ ସେୟାର କରିଥିବା ଅଭିଯୋଗରେ ନାବାଳକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତେବେ ଉଭୟ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଓ ସେମାନଙ୍କ ବିରୋଧରେ ମିଥ୍ୟା ମାମଲା କରାଯାଇଥିବା କହିଛନ୍ତି।

୨୦୨୨ ମସିହାରେ ଲାହୋରରେ ପାକିସ୍ତାନର ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ)ର ସାଇବର କ୍ରାଇମ ୟୁନିଟ୍ ଏମାନଙ୍କ ବିରୋଧରେ ମାମଲା ଦାୟର କରିଥିଲା। ଟିମକୁ ୩ଟି ଭିନ୍ନ ଭିନ୍ନ ଫୋନରୁ ଆପତ୍ତିଜନକ ବିଷୟବସ୍ତୁ ସହିତ ଭିଡିଓ ଏବଂ ଫଟୋ ମିଳିଥିଲା। ଅନୁସନ୍ଧାନକାରୀ ସଂସ୍ଥା ସେମାନଙ୍କର ଫୋନ୍ ଯାଞ୍ଚ କରିବା ପରେ ଏହି ଫଟୋ ଓ ଭିଡିଓ ସେୟାର କରାଯାଇଥିବା ଜାଣିବାକୁ ପାଇଥିଲା।ମୃତ୍ୟୁଦଣ୍ଡାଦେଶ ପାଇଥିବା ଛାତ୍ରଙ୍କ ବାପାଙ୍କ ସୂଚନା ଅନୁଯାୟୀ, ସେ ଏହି ରାୟକୁ ଚାଲେଞ୍ଜ କରି ଲାହୋର ହାଇକୋର୍ଟରେ ଆବେଦନ କରିବେ।

Advertisment

ତେବେ ପାକିସ୍ତାନରେ ଧାର୍ମିକ ଭାବନାକୁ କୁଠାରଘାତ କରି ଫଟୋ କିମ୍ୱା ଭିଡିଓ ପ୍ରସ୍ତୁତ କଲେ ମୃତ୍ୟୁଦଣ୍ଡ ମିଳିବାର ନିୟମ ରହିଛି। ଏହି ବିରୁଦ୍ଧରେ ଆଇନ ପ୍ରଥମେ ଭାରତର ବ୍ରିଟିଶ ଶାସକମାନଙ୍କ ଦ୍ୱାରା କୋଡ୍ କରାଯାଇଥିଲା ଏବଂ ୧୯୮୦ ଦଶକରେ ପାକିସ୍ତାନର ସାମରିକ ସରକାର ଅଧୀନରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

WhatsApp Death Sentence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ