Advertisment

କାଙ୍ଗାଳ ହେଲାଣି ପାକିସ୍ତାନ, ମଞ୍ଚ ଉପରେ ନିଜେ କହୁଛନ୍ତି ଦେଶର ମନ୍ତ୍ରୀ !

କ୍ଷୀର ଲିଟର ୨୫୦, ଚିକେନ୍ କେଜି ୭୮୦, ମଉଳିବାରେ ଲାଗିଛି IMF ପ୍ୟାକେଜ୍ ଆଶା । ତେଣେ କାଙ୍ଗାଳ ଦେଶକୁ ଲଜ୍ଜିତ କଲା ତୁର୍କୀକୁ ରିଟର୍ଣ୍ଣ ରିଲିଫ ଖୁଲାସା ।

ଅଦ୍ୟତନ ହୋଇଛି
Pakistan

Pakistan

Advertisment

'ପାକିସ୍ତାନ ଦେବାଳିଆ ହେବାକୁ ଯାଉଛି, ଏକଥା ମିଛ' । 'ସତ ହେଉଛି, ପାକିସ୍ତାନ ଦେବାଳିଆ ହୋଇସାରିଛି' । ଏକଥା ଆମେ କହୁନୁ । ଖୋଲା ମଞ୍ଚରେ ଖୋଲାଖୋଲି କହୁଛନ୍ତି ଖୋଦ୍ ପାକିସ୍ତାନ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ସିଆଲକୋଟର ଏକ କାର୍ଯ୍ୟକ୍ରମରେ ପାକ୍ ମନ୍ତ୍ରୀଙ୍କ କବୁଲନାମା । ସେ କହିଛନ୍ତି, ଆମେ ଏକ ଦେବାଳିଆ ଦେଶର ବାସିନ୍ଦା । ଏଥିପାଇଁ ସରକାର, ଅମଲା ଓ ରାଜନେତାମାନେ ଦାୟୀ । ପାକିସ୍ତାନ ସମସ୍ୟାର ସମାଧାନ IMF ବା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ପାଖରେ ନାହିଁ । ଏହା ଆମ ଦେଶ ଭିତରେ ଅଛି । ଆଉ ଏକ ରୋଚକ କଥା ହେଉଛି, ଏହି ଅଭିଭାଷଣ ବେଳେ ସମାଧାନର ସୂତ୍ର ବତାଇବାକୁ ଯାଇ, ଦାମୀ ସରକାରୀ ଜମି ଉପରେ ନିର୍ମିତ ୨ଟି ଗଲ୍ଫ କ୍ଲବ୍ ବିକିଦେଲେ ଆମର ଏକ-ଚତୁର୍ଥାଂଶ ଋଣ ଶୁଝିଯିବ ବୋଲି ପରାମର୍ଶ ଦେଇଛନ୍ତି ଖ୍ୱାଜା ଆସିଫ୍ ।

Advertisment

ପାକିସ୍ତାନରେ ଏବେ କ୍ଷୀର ଲିଟର ୨୫୦ ଟଙ୍କା ଓ ଚିକେନ୍ କେଜି ୭୮୦ ଟଙ୍କା । ପେଟ୍ରୋଲ ଲିଟର ୨୭୨କୁ ଡିଜେଲ୍ ୨୮୦ । ମୁଦ୍ରାସ୍ଫିତି ଚଳିତ ସପ୍ତାହରେ ପ୍ରାୟ ୪୦ ପ୍ରତିଶତକୁ ବଢ଼ିଛି । ୧ ଡଲାରର ବିନିମୟ ମୂଲ୍ୟ ପ୍ରାୟ ୨୬୩ ପାକିସ୍ତାନୀ ଟଙ୍କା ରହିଛି । ପାକ୍ ବୈଦେଶିକ ମୁଦ୍ରା ଭଣ୍ଡାରରେ ଯେତିକି ଅର୍ଥ ଅଛି, ସେଥିରେ ୩ ସପ୍ତାହ ବି ଆମଦାନୀ ଜାରି ରଖିବା ସମ୍ଭବ ନୁହେଁ । ଅର୍ଥ ସଂକଟରୁ ମୁକୁଳିବା ପାଇଁ ଶେଷ ଆଶ୍ରା ପାଲଟିଥିବା IMFର ୭ ବିଲିୟନ୍ ଡଲାର ଜରୁରୀକାଳୀନ ଋଣ ପ୍ୟାକେଜ୍ ବି ପଦ୍ମ ଘୁଞ୍ଚିଲା ଭଳି ଘୁଞ୍ଚି ଘୁଞ୍ଚି ଯାଉଛି ।

IMFକୁ ସନ୍ତୁଷ୍ଟ କରିବା ପାଇଁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ୧୭୦ ବିଲିୟନ ଡଲାରର ମିନି ବଜେଟ୍ ଘୋଷଣା କରିଥିଲେ। ଫଳରେ ବିଭିନ୍ନ ସାମଗ୍ରୀ ଉପରେ ଆଶାତୀତ ଟିକସ ବୃଦ୍ଧି ସହିତ, ତୈଳଦର ଲିଟର ପ୍ରତି ପ୍ରାୟ ୨୦ ଟଙ୍କା ବଢ଼ି ସର୍ବକାଳୀନ ରେକର୍ଡ ଭାଙ୍ଗିଛି ।

Advertisment

ଏସବୁ ଭିତରେ ସାମ୍ନାକୁ ଆସିଛି କାଙ୍ଗାଳ ପାକିସ୍ତାନର ଏକ ଅତି ଚାଲାକିଆପଣ । ନିଜ ଦେଶର ଲୋକ ଭୋକରେ ଡହଳବିକଳ ହେଉଥିବା ବେଳେ, ଭାବମୂର୍ତ୍ତି ରକ୍ଷା ପାଇଁ ତୁର୍କୀ ଭୂକଂପ ବିପନ୍ନଙ୍କ ଲାଗି ରିଲିଫ ସାମଗ୍ରୀ ପଠାଇଛି ପାକିସ୍ତାନ ସରକାର । ତେବେ ରୋଚକ କଥା ହେଉଛି, ସେହି ରିଲିଫ୍ ସାମଗ୍ରୀ ଗୁଡ଼ିକ ଗତବର୍ଷ ବନ୍ୟା ବିପତ୍ତି ବେଳେ ନିଜେ ତୁର୍କୀ ପାକିସ୍ତାନକୁ ପଠାଇଥିଲା । ଏବେ ପାକିସ୍ତାନ ତାକୁ ଆଉଥରେ ନିଜ ନାଁରେ ପ୍ୟାକିଂ କରି ତୁର୍କୀକୁ ପଠାଇ ଦେଇଛି । ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଖୁଲାସା କରିବା ପରେ, ଇସଲାମାବାଦକୁ ବିଶ୍ୱସ୍ତରରେ ଲଜ୍ଜିତ ହେବାକୁ ପଡ଼ିଛି । 

Pakistan Turkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ