Astrospeak
  • Live TV
  • Read In English

Pak Ready For Neutral investigation: ଭାଙ୍ଗିଲା ପାକିସ୍ତାନର ତୋଡ଼, ସରିଫ୍ କହିଲେ- ନିରପେକ୍ଷ ତଦନ୍ତ ପାଇଁ ଆମେ ପ୍ରସ୍ତୁତ

ଭାରତର ଆକ୍ସନ ପରେ ଆରମ୍ଭରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ପରେ ପାକିସ୍ତାନ ଭାରତ ଶରଣରେ ପଶିଛି । ପହଲଗାମ୍‌ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ।

Neutral investigation
ପାକିସ୍ତାନର ପ୍ରସ୍ତାବ

ପହଲଗାମ ନରସଂହାର ପରେ ଭାରତର ପ୍ରତିଶୋଧମୂଳକ ଆକ୍ସନକୁ ନେଇ ପଡ଼ୋଶୀ ପାକିସ୍ତାନ୍ ଛାନିଆ । ଆରମ୍ଭରୁ ତୋଡ ଦେଖାଉଥିବା ପାକ୍ ମୋଦିଙ୍କ ରଣହୁଙ୍କାରରେ ଏବେ ନରମିଛି । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ପରେ ପାଣି ପାଇଁ ଭାରତର ଶରଣରେ ପଶିଛି ପାକିସ୍ତାନ । ହମ୍‌ଲାର ୪ ଦିନ ପରେ ଉପାୟଶୂନ୍ୟ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ପହଲଗାମ୍‌ ଘଟଣା ଲାଗି ପାକିସ୍ତାନକୁ ଅଯଥାରେ ଦୋଷାରୋପ କରାଯାଉଥିବା ମଧ୍ୟ କହିଛନ୍ତି ।

ଖୈବର ପଖତୁନଖ୍ୱାରେ ଆଜି ପାକିସ୍ତାନ ମିଲିଟାରୀ ଏକାଡେମୀର ଏକ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସରିଫ୍ ପହଲଗାମ୍ ଆକ୍ରମଣକୁ ନେଇ ବୟାନ ଦେଇଛନ୍ତି । ସରିଫ୍‌ ଆତଙ୍କୀ ହମ୍‌ଲାରେ ପାକିସ୍ତାନର ସମ୍ପୃକ୍ତିକୁ ଖଣ୍ଡନ କରି କହିଛନ୍ତି, ''ପହଲଗାମ୍ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି । ଆମେ ସମସ୍ତ ସହଯୋଗ କରିବାକୁ ପ୍ରସ୍ତୁତ । ପହଲଗାମ୍‌ ଆକ୍ରମଣ ପାକିସ୍ତାନ ବିରୋଧରେ ଚାଲିଆସୁଥିବା ଦୋଷାରୋପ ଖେଳର ଏକ ଉଦାହରଣ । ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଉଚିତ୍ । ଏକ ଦାୟିତ୍ୱସମ୍ପନ୍ନ ରାଷ୍ଟ୍ର ଭାବରେ ଆମେ ଯେକୌଣସି ପ୍ରକାର ନିରପେକ୍ଷ, ସ୍ୱଚ୍ଛ ଓ ବିଶ୍ୱାସଯୋଗ୍ୟ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ପ୍ରସ୍ତୁତ ।'' ତେବେ ଏନେଇ ଅଦ୍ୟାବଧି ଭାରତ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।

ଅଧିକ ପଢ଼ନ୍ତୁ: ପହଲଗାମ୍ ଆକ୍ରମଣକୁ ଟ୍ରମ୍ପଙ୍କ ନିନ୍ଦା, କହିଲେ- ଏହା ଭୟଙ୍କର ଥିଲା

ଅନ୍ୟପଟେ ପହଲଗାମ୍‌ ହମ୍‌ଲା ପାଇଁ ନିଜକୁ ଦାୟୀ କରିଥିବା 'ଦ ରେଜିଷ୍ଟାନ୍ସ ଫ୍ରଣ୍ଟ' (TRF) ମଧ୍ୟ ନିଜର ସ୍ୱର ବଦଳାଇଛି । ୨୨ ତାରିଖ ଦିନ ପହଲଗାମ୍‌ ନରସଂହାରରେ ୨୬ ଜଣଙ୍କ ମୃତ୍ୟୁର ଠିକ୍‌ ପରେ TRF ଏହି ହମ୍‌ଲା କରିଥିବା ନିଜ ଆଡୁ ସ୍ୱୀକାର କରିଥିଲା । ହେଲେ ଏବେ ସେ ଏହାକୁ ଖଣ୍ଡନ କରି କହିଛି ଯେ, ଆକ୍ରମଣ ପଛରେ TRFର କୌଣସି ସମ୍ପୃକ୍ତି ନାହିଁ । ପହଲଗାମ୍‌ ଆଟାକ୍‌ର ତୁରନ୍ତ ବାଦ୍ ତାଙ୍କର ଡିଜିଟାଲ ପ୍ଲାଟଫର୍ମରୁ ଏକ ଅନଧିକୃତ ମେସେଜ୍ ପୋଷ୍ଟ କରାଯାଇ ଆକ୍ରମଣ ପାଇଁ ଦାୟୀ କରାଯାଇଥିଲା । ଯାହାକି କାଶ୍ମୀର ରେଜିଷ୍ଟାନ୍ସକୁ ବଦନାମ୍ କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର ବୋଲି ବିବୃତ୍ତି ଜରିଆରେ ଦାବି କରିଛି ଏହି ଆତଙ୍କୀ ସଂଗଠନ ।