Advertisment

Pakistan At UNSC Meet: ଓଲଟିଗଲା ପାକିସ୍ତାନ ଚାଲ୍‌; ଭାରତ ବିରୋଧରେ UNSC ଯାଇଥିଲା, ନିଜେ ବେଜିତ୍‌ ହୋଇ ଫେରିଲା

ଭାରତ ବିରୋଧରେ ଜାତିସଂଘ ସୁରକ୍ଷା ପରିଷଦ(UNSC)କୁ ସାହାଯ୍ୟ ମାଗିବାକୁ ଯାଇଥିବା ପାକିସ୍ତାନ ନିଜ ଜାଲରେ ନିଜେ ଫସିଯାଇଛି । ପହଲଗାମ୍‌ ହମ୍‌ଲା ଘଟଣାରେ ପାକିସ୍ତାନକୁ କଡ଼ା ଭତ୍ସନା କରିଛନ୍ତି UNSC । ନିଜ ଦେଶରେ ଆତଙ୍କବାଦୀଙ୍କୁ ପୋଷିବା ନେଇ ଘେରିଛନ୍ତି ।

ଅଦ୍ୟତନ ହୋଇଛି
Pakistan At UNSC Meet

Pakistan At UNSC Meet

Advertisment

ଜାତିସଂଘ ସୁରକ୍ଷା ପରିଷଦ (UNSC) ବୈଠକ ଜରିଆରେ ଭାରତ ଉପରେ ଅନ୍ତର୍ଜାତୀୟ ଚାପ ପକାଇବାକୁ ଚାଲ୍‌ ଖେଳିଥିବା ପାକିସ୍ତାନ ଏବେ ନିଜ ଜାଲରେ ଫସିଯାଇଛି । ପହଲଗାମ ଘଟଣାକୁ ଆନ୍ତର୍ଜାତିକରଣ କରିବାକୁ ଚେଷ୍ଟା କରି ନିଜେ ବେଜିତ ହୋଇଛି ପାକିସ୍ତାନ । ଏପରିକି ପାକିସ୍ତାନର ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେବା କଥାକୁ ନିନ୍ଦା କରିବା ସହ ଏଭଳି ମନ୍ତବ୍ୟ ଉସୁକାଇବା ଭଳି ପରିସ୍ଥିତି ସୃଷ୍ଟି କରୁଥିବାରୁ ଏହାକୁ ତୀବ୍ର ଭତ୍ସନା କରିଛି UNSC । 

Advertisment

ଅଧିକ ପଢ଼ନ୍ତୁ: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ! ଆତଙ୍କବାଦର ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ଭାରତ 

ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ପାକିସ୍ତାନ ଏହି ବୈଠକ ପାଇଁ ଅନୁରୋଧ କରିଥିଲା । ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ରୁଦ୍ଧଦ୍ୱାର ବୈଠକରେ ପାକିସ୍ତାନକୁ ପହଲଗାମ ଆକ୍ରମଣରେ ଲସ୍କର-ଏ-ତୋଇବାର ସମ୍ପୃକ୍ତି ନେଇ ପାକିସ୍ତାନକୁ ଘେରିଥିଲେ ଜାତିସଂଘ ସୁରକ୍ଷା ପରିଷଦ । ଏଥିସହ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପାକିସ୍ତାନକୁ କଡା ସମାଲୋଚନା କରାଯାଇଥିଲା । ଏହାଛଡା ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ମାରିବା ପ୍ରସଙ୍ଗରେ ମଧ୍ୟ ପାକିସ୍ତାନକୁ ପ୍ରଶ୍ନ କରିଥିଲେ ସୁରକ୍ଷା ପରିଷଦ ସଦସ୍ୟ । 

Advertisment

ଏହି ବୈଠକରେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ କହିଥିଲେ ଯେ, ସାଧାରଣ ଲୋକଙ୍କୁ ଟାର୍ଗେଟ କରି ହତ୍ୟା କରିବା ଆଦୌ ଗ୍ରହଣୀୟ ନୁହେଁ । ଏହି କାଣ୍ଡ ପାଇ ଯେଉ ମାନେ ଦାୟୀ ସେମାନଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡ ମିଳିବା ଉଚିତ ବୋଲି ଗୁଟେରସ ମତ ରଖିଥିଲେ । 

Pakistan India Pakistan War UNSC Meeting Pahalgam Terrorist Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ