• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ବ୍ରିଟେନ୍‌କୁ ମୁହଁତୋଡ଼ ଜବାବ ଦେବା ପରେ ମୋଦି ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛି ପାକିସ୍ତାନ୍ ମିଡିଆ । ଦୁଇ ଦିନ ପୂର୍ବରୁ ବ୍ରିଟେନରୁ ଆସୁଥିବା ନାଗରିକଙ୍କ ପାଇଁ ଭାରତ ସରକାର କଡା ନିୟମ ଘୋଷଣା କରିଛନ୍ତି । ବ୍ରିଟେନରୁ ଆସୁଥିବା ବ୍ରିଟିଶ ଯାତ୍ରୀମାନେ ଭାରତରେ ପହଞ୍ଚିବା ପରେ ୭୨ ଘଣ୍ଟା ମଧ୍ୟରେ RT-PCR ଟେଷ୍ଟ ରିପୋର୍ଟ ଦେଖାଇବା ସହ ୧୦ ଦିନ କ୍ୱାରେଣ୍ଟାଇନରେ ରହିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ପଡୋଶୀ ଦେଶ ପାକିସ୍ତାନରେ ପ୍ରଶଂସା କରିଛି । ପାକିସ୍ତାନୀ ଗଣମାଧ୍ୟମ ଭାରତ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ବ୍ରିଟିଶ ସରକାରଙ୍କୁ ଉଚିତ ଉତ୍ତର ମିଳିଛି ବୋଲି କହିଛି ।

କ’ଣ କହିଲେ ପାକିସ୍ତାନୀ ସାମ୍ବାଦିକ ?

ଭାରତରେ ସର୍ବୋତ୍ତମ ଟିକା ପ୍ରସ୍ତୁତ କରାଯାଇଛି ବୋଲି କହିଛି ପାକିସ୍ତାନୀ ଗଣମାଧ୍ୟମ । ସେମାନଙ୍କର ପାଖରେ ଭଲ ବୈଜ୍ଞାନିକ ଅଛନ୍ତି, ଆଉ ସେମାନେ ଅତି ଅଳ୍ପ ସମୟ ମଧ୍ୟରେ କରୋନା ସଞ୍ଜିବନୀ ତିଆରି କରିଛନ୍ତି । ବ୍ରିଟେନ ଭାରତୀୟ ଭ୍ୟାକ୍ସିନ୍ କୋଭିଶିଲ୍ଡଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ତାଲିକାରେ ସ୍ଥାନ ଦେଇ ନାହିଁ । ଏହି କାରଣରୁ ଭାରତୀୟମାନେ ବିଦେଶ ଯିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଟିକା ତିଆରି ପାଇଁ ନାମ ଭିନ୍ନ ଥିଲେ ସୁଦ୍ଧା ସମଗ୍ର ବିଶ୍ୱରେ ସମାନ ସୂତ୍ର ରହିଛି ବୋଲି କହିଛନ୍ତି ପାକିସ୍ତାନୀ ସାମ୍ବାଦିକ । ଭାରତ ସରକାର ବ୍ରିଟେନକୁ ମୁହଁତୋଡ଼ ଜବାବ ଦେଇଛନ୍ତି ।

ସୂଚନାଯୋଗ୍ୟ ଅକ୍ସଫୋର୍ଡ ଓ ଅଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ସ୍ୱୀକୃତୀ ଦେଇଥିବା ବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ସମାନ ଟିକା କୋଭିସିଲ୍ଡକୁ ସ୍ୱୀକୃତି ଦେଇନଥିଲା ବ୍ରିଟେନ୍ । ମାତ୍ର ଭାରତର ଜୋରଦାର ବିରୋଧ ପରେ ବ୍ରିଟେନ୍ ଗକୋଭିସିଲ୍ଡକୁ ସ୍ୱୀକୃତିପ୍ରାପ୍ତ ଟିକା ତାଲିକାରେ ସାମିଲ କରିଥିଲା । ତେବେ ଟିକାର ଦୁଇ ଡୋଜ୍ ଭାରତରେ ନେଇଥିଲେ ଏହାକୁ ସଂପୂର୍ଣ୍ଣ ଟିକାକରଣ ହିସାବରେ ଗ୍ରହଣ କରାଯିବନି ବୋଲି କହିଥିଲେ । ତେଣୁ ବ୍ରିଟେନ୍ ଯାଉଥିବା ଭାରତୀୟଙ୍କୁ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଯଦି ଜଣେ ବ୍ରିଟେନ୍‌ର ସେଇ ଟିକା ନେଇଥିବେ ତାଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବନି ।

ଆଉ ଏହାର ଜବାବରେ ବ୍ରିଟେନରୁ ଆସୁଥିବା ସମସ୍ତଙ୍କ ପାଇଁ ୧୦ ଦିନ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରିଥିଲା ଭାରତ । ଭାରତର କୋଭିଡ୍ ସାର୍ଟିଫିକେଟକୁ ୟୁକେ ମାନୁ ନଥିବାରୁ ଏଭଳି ପଦକ୍ଷେପ ନେଇଥିଲା ଭାରତ। ଆସନ୍ତା ୪ରୁ ନିୟମ ଲାଗୁ କରିବା ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।