Advertisment

ପାକିସ୍ତାନରେ ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି !

ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।

ଅଦ୍ୟତନ ହୋଇଛି
Pakistan TV Show

Pakistan TV Show

Advertisment

ଲାଇଭ୍ ଟିଭି ଡିବେଟ୍‌ରେ ପିଟାପିଟି । ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଦୁଇ ଜଣ ଅତିଥିଙ୍କ ମଧ୍ୟରେ ହାତାହାତିର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାକିସ୍ତାନ ମୁସଲିମ୍ ଲିଗ-ନୱାଜ୍‌ର ସିନେଟର ଅଫନାନ୍ ଉଲ୍ଲା ଖାନ୍ ଓ ପାକିସ୍ତାନ ତେହରିକ୍ ଏ ଇନସାଫ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଓକିଲ ସେର୍ ଅଫଜଲ୍ ଖାନ୍ ।

Advertisment

ପାକିସ୍ତାନର ପ୍ରସିଦ୍ଧ ଟିଭି ଆଙ୍କର ଜାଭେଦ୍ ଚୌଧୁରୀଙ୍କ ‘କଲ୍ ତକ୍’ ଶୋ’ରେ ଉଭୟ ଆସିଥିଲେ । ପାକିସ୍ତାନୀ ସେନା ଓ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ବିତର୍କ ହୋଇଥିଲା । ଆଉ ଏଥିରେ ରାଗି ଯାଇ ଇମ୍ରାନ୍ ଖାନଙ୍କ ଓକିଲ ସେର୍ ଅଫଜଲ୍ ଖାନ୍ ସିନେଟର ଅଫନାନ୍ ଉଲ୍ଲା ଖାନ୍‌ଙ୍କୁ ମାଡ଼ ମାରିଥିଲେ । ଷ୍ଟୁଡିଓ ଭିତରେ ହିଁ ଉଭୟେ ଗଡ଼ାଗଡ଼ି ହୋଇ ଗଣ୍ଡଗୋଳ କରିଥିଲେ । ଲାଇଭ୍ ଟିଭି ଶୋ’ରେ ଏଭଳି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ପ୍ରଥମ ଘଟଣା ନୁହେଁ ଏହାପୂର୍ବରୁ ବି ସମାନ ଘଟଣା ପାକିସ୍ତାନରେ ଘଟିଛି ।

Advertisment

Pakistan TV Show
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ