Advertisment

Pakistan-China: ପାକିସ୍ତାନକୁ ଶକ୍ତିଶାଳୀ କରୁଛି ଚୀନ୍, ଯୋଗାଇ ଦେଉଛି ଅସ୍ତ୍ରଶସ୍ତ୍ର

ପାକିସ୍ତାନକୁ ଶକ୍ତିଶାଳୀ ହାଙ୍ଗର-ଶ୍ରେଣୀ ବୁଡ଼ାଜାହାଜ ଦେଇ ପାକିସ୍ତାନର ନୌସେନାକୁ କରୁଛି ମଜବୁତ୍ କରୁଛି ଚୀନ୍। ଯାହା ଭାରତ ପାଇଁ ଚିନ୍ତାଜନକ ବିଷୟ।

ଅଦ୍ୟତନ ହୋଇଛି
Pakistan-Gets-Submarine

Pakistan-Gets-Submarine

Advertisment

ଭାରତୀୟ ଉପମହାଦେଶର ପରିସ୍ଥିତି ଏବେ ଅଶାନ୍ତ ହୋଇପଡିଛି, ଉତ୍ତେଜନାପୂର୍ଣ୍ଣ ପରିବେଶରେ ଘାଣ୍ଟି ହେଉଛି ଭାରତ। ଭାରତର ଏହି ଦୁର୍ଦ୍ଦଶା ସମୟରେ ଶତ୍ରୁଦେଶକୁ କିନ୍ତୁ ସାହାଯ୍ୟ କରୁଛି ଚୀନ୍। ଚୀନ୍ ପାକିସ୍ତାନର ନୌସେନାକୁ କରୁଛି ମଜବୁତ୍। ଚୀନ୍ ଆଠଟି ଉନ୍ନତ ମାନର ହାଙ୍ଗର-ଶ୍ରେଣୀ ବୁଡ଼ାଜାହାଜ ମଧ୍ୟରୁ ତୃତୀୟଟି ପାକିସ୍ତାନକୁ ଦେଇଛି। ଏହା ପୂର୍ବରୁ ଚୀନ୍‌ ମାର୍ଚ୍ଚ ମାସରେ ପାକିସ୍ତାନକୁ ଦ୍ୱିତୀୟ ବୁଡ଼ାଜାହାଜ ଦେଇଥିଲା।

Advertisment

ଗୁରୁବାର ଦିନ ହୁବେଇ ପ୍ରଦେଶର ଉହାନ ସହରରେ ଚୀନ୍‌ ଏହାର ଲଞ୍ଚ୍‌ କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ଚୀନ୍‌ ପାକିସ୍ତାନର ନୌସେନା ଶକ୍ତିକୁ ଲଗାତରଭାବେ ବୃଦ୍ଧି କରୁଛି। ଏହା ପୁଣି ଏପରି ଏକ ସମୟରେ ହୋଇଛି, ଯେତେବେଳେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତ କରିବାକୁ ଯାଉଛନ୍ତି।

ସବୁଠାରୁ ବଡ କଥା ହେଲା, ପାକିସ୍ତାନକୁ ଏହି ସହଯୋଗ ସେତେବେଳେ ମିଳିଛି ଯେତେବେଳେ ଅପରେସନ ସିନ୍ଦୁରରେ ଭାରତ ପାକିସ୍ତାନକୁ ସାଂଘାତିକ ଭାବରେ ଆକ୍ରମଣ କରିଛି। ଏହା ପରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଚୀନ ଗସ୍ତ କରିଛନ୍ତି। ଆଉ ଏହି ଗସ୍ତ ସମୟରେ ପାକିସ୍ତାନରେ ଚୀନ୍ ନାଗରିକଙ୍କୁ ସୁରକ୍ଷା ଦେଇ ନ ପାରିବାରୁ ଚୀନ୍ ତରଫରୁ ଗାଳି ପଡିଛି। ଏବେ ପାକିସ୍ତାନକୁ ଏହି ବୁଡ଼ାଜାହାଜ ମିଳିଛି, ଯାହା ପାକ୍ ନୌସେନାର ଶକ୍ତିକୁ ବୃଦ୍ଧି କରିଛି।

Advertisment

ଚୀନ୍ କେବଳ ପାକିସ୍ତାନକୁ ନୁହେଁ, ଇସ୍ରାଏଲର ଶତ୍ରୁ ଦେଶ ଇରାନକୁ ମଧ୍ୟ ସାମରିକ ସହଯୋଗ କରୁଛି ଆଉ ଯୋଗାଇ ଦେଉଛି କ୍ଷେପଣାସ୍ତ୍ର।

ଜୁନ୍ ମାସରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ହୋଇଥିବା ଭୟଙ୍କର ୧୨ ଦିନିଆ ଯୁଦ୍ଧରେ ଇରାନର କ୍ଷେପଣାସ୍ତ୍ର କ୍ଷମତା ବହୁ ପରିମାଣରେ ଦୁର୍ବଳ ହୋଇଯାଇଥିଲା। ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଉଛି। ଦୁଇ ଦେଶ ମଧ୍ୟରେ ବଢୁଥିବା ଏହି ବନ୍ଧୁତା ମଝିରେ ଚୀନ୍ ପାଚେରୀ ହେବାକୁ ଚେଷ୍ଟା କରୁଛି ଆଉ ଇସ୍ରାଏଲ୍ ପାଇଁ ଚିନ୍ତାର କାରଣ ହୋଇଛି। ଇସ୍ରାଏଲ ଭୟ କରୁଛି ଯେ ଚୀନ୍ ସହାୟତାରେ ଇରାନ ପୁଣି ଥରେ ତା’ର କ୍ଷେପଣାସ୍ତ୍ର କ୍ଷମତା ବୃଦ୍ଧି କରିନେବ।

Advertisment

ଅଧିକ ପଢନ୍ତୁ: ଭବିଷ୍ୟତର ସବୁଠାରୁ ଶକ୍ତିଶାଳୀ ସେନା ତିଆରି କରିବେ ଟ୍ରମ୍ପ...ଶତ୍ରୁର ନିଦ ହଜାଇଦେବେ

China Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ