Advertisment

‘କୁଖ୍ୟାତ ଆତଙ୍କୀ ମାସୁଦକୁ ଗିରଫ କର’ : ଆଫଗାନିସ୍ତାନକୁ ଚିଠି ଲେଖିଲା ପାକିସ୍ତାନ୍‌

ଆଫଗାନିସ୍ତାନକୁ ଚିଠି ଲେଖାଯାଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ସୂଚନା

ଅଦ୍ୟତନ ହୋଇଛି
JeM Chief Masood Azhar

Pakistan

Advertisment

ଭାରତରେ ଏକାଧିକ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତ ବାରମ୍ବାର ଦାବି କରୁଛି । ଏସଂକ୍ରାନ୍ତ ବହୁ ପ୍ରମାଣ ପରେ ବି ଇସଲାମାବାଦରୁ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଆତଙ୍କୀ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ଲେଖିଛି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏହି ସୂଚନା ମିଳିଛି ।

Advertisment

ତାଲିବାନ୍ କ୍ଷମତାକୁ ଆସିବା ପରଠାରୁ ମାସୁଦ୍ ଆଫଗାନିସ୍ତାନ ପଳାଇଛି । ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍ କିମ୍ବା କୁନୁରରେ ଥିବା ଅନୁମାନ କରାଯାଉଛି । ଏଥିପାଇଁ ତାଙ୍କୁ ଠାବ କରି ଗିରଫ ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ । ଅନ୍ତର୍ଜାତୀୟ ସଂସ୍ଥା ଫାଇନାନସିଆଲ୍ ଆକ୍ସନ ଟାସ୍କଫୋର୍ସ FATF ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ଉଦ୍ୟମ କରୁଥିବା କୁହାଯାଉଛି । କହିବାକୁ ଗଲେ ପାକ୍‌ ସରକାରଙ୍କ ଏହା ଏକ ନୂଆ ଚାଲ୍‌ କହିଲେ ଚଳେ । 

କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସଲାମାବାଦ୍ ବିରୋଧରେ ଏଫ୍ଏଟିଏଫର କଟକଣା ବଳବତ୍ତର ରହିଛି । ତେଣୁ ଏବେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଚରମ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅନ୍ୟ ଉପାୟ ନପାଇ ଏଫ୍ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବାକୁ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଭାରତରେ ସଂସଦ ଭବନ ଆକ୍ରମଣ ଠାରୁ ଆରମ୍ଭ କରି ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ ।

Advertisment
JeM Chief Masood Azhar Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ