Advertisment

ଭାରତ ମହାଶକ୍ତି ହେବାର ସ୍ୱପ୍ନ ଦେଖୁଛି, ଆଉ ଆମେ ଭିକ ମାଗୁଛୁ...

ଏହା ସହ ଭାରତକୁ ପ୍ରଶଂସା କରି ସେ କହିଛନ୍ତି, ‘ଭାରତ ଓ ଆମକୁ ତୁଳନା କର ... ଗୋଟିଏ ଦିନରେ ଉଭୟ ଦେଶ ସ୍ୱାଧିନତା ପାଇଥିଲୁ। କିନ୍ତୁ ଆଜି ସେମାନେ (ଭାରତ) ଏକ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଆମେ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଭିକ ମାଗୁଛୁ।

ଅଦ୍ୟତନ ହୋଇଛି
Fazlur Rehman

Fazlur Rehman

Advertisment

ଭାରତ ମହାଶକ୍ତି ହେବାର ଚର୍ଚ୍ଚା ଏବେ ପାକିସ୍ତାନରେ ମଧ୍ୟ ହେଉଛି । ସୋମବାର ପାକିସ୍ତାନର ପ୍ରମୁଖ ଦକ୍ଷିଣପନ୍ଥୀ ଇସଲାମ ନେତା ମୌଲାନା ଫଜଲୁର ରେହମାନ ଭାରତ ସହ ତାଙ୍କ ଦେଶକୁ ତୁଳନା କରି ସଂସଦରେ କ୍ଷୋଭ ପ୍ରକାଶ କରିଛନ୍ତି। ଦୁଇ ଦେଶ ଏକାସାଙ୍ଗରେ ସ୍ୱାଧୀନ ପାଇଥିଲା, ଏବେ ଭାରତକୁ ଦେଖ ଓ ଆମକୁ ଦେଖ ବୋଲି ପାକିସ୍ତାନ ସଂସଦରେ କହିଥିଲେ ଫଜଲୁର ରେହମାନ। ଏହା ସହ ସେ ତାଙ୍କ ପୂର୍ବତନ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ତେହେରିକ-ଇ-ଇନସାଫକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳର ରାଲି ଆୟୋଜନ କରିବା ତଥା ସରକାର ଗଠନ କରିବାର ଅଧିକାର ରହିଛି।

Advertisment

ସୂଚନା ଅନୁସାରେ ପିଟିଆଇ ନେତା ଅସଦ କ୍ୱାସେର ଏକ ରାଲି ଆୟୋଜନ କରିବା ପାଇଁ ପାର୍ଟିକୁ ଅନୁମତି ଦେବାକୁ ଦାବି କରିଥିଲେ । ଏହାର ଉତ୍ତରରେ ରେହମାନ କହିଥିଲେ କି ଅସଦ କ୍ୱାସେରଙ୍କ ଦାବି ଯଥାର୍ଥ । ରାଲି କରିବା ପିଟିଆଇର ଅଧିକାର । ଆମେ ୨୦୧୮ ନିର୍ବାଚନକୁ ମଧ୍ୟ ବିରୋଧ କରିଥିଲୁ ଏବଂ ଆମର ମଧ୍ୟ ଫେବୃଆରୀ ୮ରେ ହୋଇଥିବା ନିର୍ବାଚନ ଉପରେ ଆପତ୍ତି ରହିଛି। ଯଦି ୨୦୧୮ ନିର୍ବାଚନ କଡ଼ାକଡ଼ି ହୋଇଥିଲା ତେବେ ବର୍ତ୍ତମାନର ନିର୍ବାଚନକୁ କାହିଁକି କଡ଼ାକଡ଼ି କରାଯାଇପାରିବ ନାହିଁ ବୋଲି କହିଥିଲେ ରେହମାନ ।

ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନୱାଜ୍‌) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ଗଠବନ୍ଧନ ଏବେ ସରକାରରେ । ଯଦି ପିଟିଆଇ ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ତେବେ ତାଙ୍କୁ ସରକାର କରିବାକୁ ଅନୁମତି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଯଦି ପିଟିଆଇ ପ୍ରକୃତରେ ଏକ ବଡ଼ ଗୋଷ୍ଠୀ, ତେବେ ସେମାନଙ୍କୁ ସରକାର କରିବାକୁ ଅନୁମତି ଦିଅ ବୋଲି କହିଛନ୍ତି ମୌଲାନା ଫଜଲୁର ରେହମାନ ।

Advertisment

JUI-F ନେତା ଅଭିଯୋଗ କରିଛନ୍ତି ଯେ ଫେବୃଆରୀ ୮ରେ ଅନୁଷ୍ଠିତ ନିର୍ବାଚନ ଠିକ୍ ନୁହେଁ, ଏହା ତ୍ରୁଟିପୂର୍ଣ୍ଣ । ସେ କହିଛନ୍ତି, ଏହା କେଉଁ ପ୍ରକାର ନିର୍ବାଚନ, ଯେଉଁଠାରେ ହାରିଥିବା ଲୋକମାନେ ସନ୍ତୁଷ୍ଟ ନୁହଁନ୍ତି ଏବଂ ବିଜେତାମାନେ ଚିନ୍ତିତ ? ଏହା ସହ ଭାରତକୁ ପ୍ରଶଂସା କରି ସେ କହିଛନ୍ତି, ‘ଭାରତ ଓ ଆମକୁ ତୁଳନା କର ... ଗୋଟିଏ ଦିନରେ ଉଭୟ ଦେଶ ସ୍ୱାଧିନତା ପାଇଥିଲୁ। କିନ୍ତୁ ଆଜି ସେମାନେ (ଭାରତ) ଏକ ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି ଏବଂ ଆମେ ଦେବାଳିଆ ପରିସ୍ଥିତିକୁ ଏଡାଇବାକୁ ଭିକ ମାଗୁଛୁ। ପାକ୍ ସାଂସଦଙ୍କ ବୟାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Pakistan PTI Leaders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ