ଭାରତ ହାତରେ ବ୍ରହ୍ମାସ୍ତ୍ର, ବୈଠକରେ ଝାଳ ନାଳ ମୁନୀର
ପାକିସ୍ତାନ ଆର୍ମି ଚିଫ୍ ଆଖିରେ ଭାରତର ବ୍ରହ୍ମାସ୍ତ୍ର ଡର । ଟେନ୍ସନରେ ଝାଳ ନାଳ ହେଲାଣି ଅସୀମ ମୁନିର । ମୁହଁରୁ ଉଡ଼ିଗଲାଣି ରଙ୍ଗ, ଡାକୁଛନ୍ତି ଘନ ଘନ ବୈଠକ । ଆକ୍ରମଣର କୋକୁଆ ଭୟରେ ଅନିଦ୍ରା ପାକିସ୍ତାନୀ ସେନା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନ ପାକିସ୍ତାନରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା, ସେନାକୁ ମୁକ୍ତ ହାତ ଦେଇଦବା, ଘନ ଘନ ଯୁଦ୍ଧାଭ୍ୟାସ କରିବା ପାକିସ୍ତାନୀ ସାମରିକ ନେତୃତ୍ୱକୁ ଚିନ୍ତିତ କରିଛି। ଯାହାକୁ ନେଇ ପୁଣିଥରେ ପାକିସ୍ତାନୀ ସେନା ରାୱଲପିଣ୍ଡିରେ ଏକ ବୈଠକ କରିଥିଲା। ଯେଉଁଥିରେ ଯୋଗ ଦେଇଥିଲେ ଆର୍ମି ଚିଫ୍ ଅସୀମ ମୁନିରଙ୍କ ସମେତ ବରିଷ୍ଠ ସାମରିକ ଅଧିକାରୀ। ଏହି ସମୟରେ, ମୁନୀର ସମେତ ବରିଷ୍ଠ ସାମରିକ ଅଧିକାରୀଙ୍କ ଗମ୍ଭୀର ମୁହଁରେ ଡର ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥିଲା।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ମହିଳାଙ୍କୁ ବିବାହ କରି ତଥ୍ୟ ଲୁଚାଇଥିଲେ, ମୁନିରଙ୍କୁ ବାସନ୍ଦ କଲା ସିଆରପିଏଫ
ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ନିଷ୍ପତ୍ତି ପରେ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ହୋଇଛି। କର୍ପସ କମାଣ୍ଡର ସମ୍ମିଳନୀରେ ଜେନେରାଲ ଅସୀମ ମୁନିର କହିଥିଲା ଯେ, ଭାରତ ପାଣିକୁ ଏକ ବ୍ରହ୍ମାସ୍ତ୍ର ଭାବରେ ବ୍ୟବହାର କରୁଛି, ଯାହା ଆମର ୨୪୦ ନିୟୁତ ଜନସଂଖ୍ୟାକୁ ପ୍ରଭାବିତ କରିବ। ଏହି ପଦକ୍ଷେପକୁ ପାକିସ୍ତାନ ସହ ଯୁଦ୍ଧ କରିବା ସହ ସମାନ । ପାକିସ୍ତାନୀ ସେନା ମାତୃଭୂମିକୁ ସୁରକ୍ଷା ଦେବା ପାଇଁ ଏକଜୁଟ । ଅସ୍ଥିରତା ବିସ୍ତାର କରିବା ପାଇଁ ଭାରତର ପ୍ରୟାସ ସଫଳ ହେବ ନାହିଁ । ଏମିତି ଅନେକ ମୁହଁ ଫୁଟାଣି ମାରିଥିଲେ ଅସୀମ । ଗୋଟିଏ ଦିନ ପୂର୍ବରୁ ମୁନୀର ପାକିସ୍ତାନୀ ସୈନ୍ୟଙ୍କୁ ଭେଟି ତାଙ୍କ ମନୋବଳ ବଢାଇବାକୁ ଯାଇଥିଲା ଆଉ ସେଠାରୁ ଫେରି ଏହି ବୈଠକ କରିଥିଲା। ହେଲେ ଏଠାରେ ସଭିଙ୍କ ମୁହଁର ରଙ୍ଗ ଏବଂ ଆଖିର ଭାଷାରୁ ସ୍ପଷ୍ଟ ଭାବରେ ବାରି ଭାରତର ସାମ୍ଭାବ୍ୟ ଆକ୍ରମଣକୁ ନେଇ ସେମାନେ ଛାନିଆ ।
ପହଲଗାମ ଆକ୍ରମଣ ପରେ, ଭାରତ ସ୍ପଷ୍ଟ ଭାବରେ କହିସାରିଛି ଯେ, ଏବେ କୌଣସି ଆତଙ୍କବାଦୀ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଏଥିପାଇଁ ଭାରତ ନିୟନ୍ତ୍ରଣ ରେଖାରେ ତାର ସାମରିକ ମୁତୟନକୁ ଆହୁରି ସୁଦୃଢ଼ ​​କରିଛି। ନିୟନ୍ତ୍ରଣ ରେଖାରେ ରାତିରେ ନଜର ରଖିବା ଏବଂ ଡ୍ରୋନ୍ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746337975.jpg)