Advertisment

Pakistan's True Face Exposed: ‘ଆମେ ଗତ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛୁ’

ପହଲଗାମ୍ ହମଲା ପରେ ଦୁଃଖ ପ୍ରକାଶ ତ କରିପାରିନି ବରଂ ଯେଉଁ ନର ରାକ୍ଷସ ମାନେ ନୀରିହ ଲୋକଙ୍କୁ ହତ୍ୟା କଲେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଆଖ୍ୟା ଦେଲେ।

ଅଦ୍ୟତନ ହୋଇଛି
Pakistan's True Face Exposed

Pakistan's True Face Exposed

Advertisment

ଖୋଲିଲା ପାକିସ୍ତାନର ମୁଖା। ପହଲଗାମ୍ ହମଲା ପରେ ଦୁଃଖ ପ୍ରକାଶ ତ କରିପାରିନି ବରଂ ଯେଉଁ ନର ରାକ୍ଷସ ମାନେ ନୀରିହ ଲୋକଙ୍କୁ ହତ୍ୟା କଲେ ତାଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ଆଖ୍ୟା ଦେଲେ। ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ଇସାକ୍ ଦାରଙ୍କ ବୟାନ ପାକିସ୍ତାନର ଅସଲ ଚେହେରାକୁ ସମସ୍ତଙ୍କ ସାମ୍ନାରେ ଆଣିଛି। 

Advertisment

ଗତକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ ଓ କଡ଼ା ଧମକ ପରେ ଡରର ଥର ହର ହେଉଛି ପାକିସ୍ତାନ। ଆଉ ଏହାକୁ ନେଇ ନିଜ ଦେଶର ଗଣମାଧ୍ୟମ ବି ପାକିସ୍ତାନ ସରକାରକୁ ଘେରିଥିଲେ। ଏହାର ଜବାବ ଦେବା ବେଳେ ଥମ ଥମ ହେଇପଡ଼ିଥିଲେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ। ପାଟି ଖନି ମାରିଯାଇଥିଲା ଆଉ ନିଜ ମନ ଭିତର କଥା ପଦାକୁ ଆସି ଯାଇଥିଲା। ଆତଙ୍କବାଦୀଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି କହି ସଫେଇ ରଖିଥିଲେ। ଏଭଳି ବେଲଜିଆ ବୟାନ ଏବେ ପାକିସ୍ତାନକୁ ସାରା ବିଶ୍ବରେ ନିନ୍ଦିତ କରିଛି।

ଅଧିକ ପଢ଼ନ୍ତୁ: ସେନା ଗୁଳିରେ ଟପ୍‌ ଆତଙ୍କୀ କମାଣ୍ଡର ଅଲତାଫ୍‌ ନିହତ

ଅନ୍ୟପଟେ ପାକିସ୍ତାନ ନୁହେଁ, ଆତଙ୍କୀସ୍ତାନ । ଏକଥା ନିଜ ମୁହଁରେ ମାନିଛି ପାକିସ୍ତାନ । ଅନ୍ତର୍ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱଜା ଅସିଫ କହିଛନ୍ତି ଆମେ ଗତ ୩୦ ବର୍ଷ ଧରି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛୁ । ପହଲଗାମ ଆକ୍ରମଣ ପ୍ରସଙ୍ଗରେ ଉପସ୍ଥାପକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ଦେଇଥିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ । 

Advertisment

ତେବେ ପାକିସ୍ତାନ ଆତଙ୍କୀଙ୍କୁ ପାଳିବା, ଟ୍ରେନିଂ ଦେବା ଓ ସମର୍ଥନ ଦେଇଉଥିବା ସେ ମାନିଛନ୍ତି । ପହଲଗାମ ଆତଙ୍କୀ ଆକ୍ରମଣ ବେଳେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ବୟାନ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛି ।     

ଏପଟେ ପହଲଗାମ୍ ହମଲା ପରେ ଆକ୍ସନ ମୋଡକୁ ଆସିଥିବା ମୋଦି ସରକାର ଆଜି ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଶାହ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପାକିସ୍ତାନ ନାଗରିକଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ। ପାକ୍ ନାଗରିକଙ୍କ ଭିସା ରଦ୍ଦ କରି ତୁରନ୍ତ ସେମାନଙ୍କୁ ନିଜ ନିଜ ରାଜ୍ୟରୁ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଯୁଦ୍ଧ ହେଲେ କିଏ ଜିତିବ, ଜାଣନ୍ତୁ କାହାର କେତେ ସୈନ୍ୟବଳ...

Prime Minister Modi Pahalgam Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ