Advertisment

Food Crisis Pakistan: ପାକିସ୍ତାନରେ ଭୋକ ଦାଉ; ଅନାହାରରେ କୋଟିଏ !

ପାକିସ୍ତାନରେ ଉତ୍କଟ ଖାଦ୍ୟ ସଂକଟରେ ୧.୧ କୋଟିରୁ ଅଧିକ ଲୋକ । ଖାଦ୍ୟାଭାବରେ ସଢୁଛନ୍ତି ପାକ୍ ‍ଜନସଂଖ୍ୟାର 22 ପ୍ରତିଶତ ଲୋକ ।

ଅଦ୍ୟତନ ହୋଇଛି
Food Crisis Pakistan

Food Crisis Pakistan

Advertisment

ପାକିସ୍ତାନରେ ଭୋକର ଦାଉ । ଅନାହାରରେ ଅଛନ୍ତି କୋଟିଏରୁ ଅଧିକ ପାକ୍ ନାଗରିକ । ସାମ୍ନାକୁ ଆସିଲା ପାକିସ୍ତାନରେ ଖାଦ୍ୟସଂକଟର ବିକଟ ରୂପ । ଭୋକରେ ସଢୁଛି ଆତଙ୍କବାଦୀଙ୍କ ଆଶ୍ରୟଦାତା ପାକିସ୍ତାନ । ୟୁଏନ୍ ରିପୋର୍ଟରେ ଋଣଗ୍ରସ୍ତ ପାକିସ୍ତାନର କାଙ୍ଗାଳ ଚେହେରା ପଦାକୁ ଆସିଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (FAO) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । ଗତ ମେ' ୧୬ ତାରିଖରେ ଜାରି ଗ୍ଲୋବାଲ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି । କାଙ୍ଗାଳ ପାକିସ୍ତାନ ପାଖରେ ନିଜ ଲୋକଙ୍କ ପେଟ ଭରିବାକୁ ସମ୍ୱଳ ନାହିଁ । ନିଜ ପିଲାଙ୍କୁ ଯୋଗାଇ ପାରୁନି ପୁଷ୍ଟିକର ଖାଦ୍ୟ । ବଢୁଥିବା ଖାଦ୍ୟ ସଂକଟର ବୋଝ ତଳେ ଏବେ ଚେପା ହୋଇଗଲାଣି ପାକିସ୍ତାନ । 

Advertisment

ୟୁଏନ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଗମ୍ଭୀର ଖାଦ୍ୟ ସଂକଟରେ ୧.୧ କୋଟିରୁ ଅଧିକ ଲୋକ । ଖାଦ୍ୟାଭାବରେ ସଢୁଛନ୍ତି ପାକ୍ ‍ଜନସଂଖ୍ୟାର 22 ପ୍ରତିଶତ ଲୋକ । ସେ ଭିତରୁ ଅନାହାରରେ ଯୁଝୁଛନ୍ତି ବହୁ ପାକିସ୍ତାନୀ । ୨୦୨୪ରୁ ୨୦୨୫ ମଧ୍ୟରେ ଖାଦ୍ୟ ଅସୁରକ୍ଷା ହାରରେ ୩୨ ପ୍ରତିଶତ ବୃଦ୍ଧି ହୋଇଛି । ସିନ୍ଧ, ବେଲୁଚିସ୍ତାନ, ଖୈବର ପଖତୁନ୍ଖ୍ୱା ବେଶି ପ୍ରଭାବିତ ହୋଇଛି । ଅନାହାର ଦ୍ୱାରଦେଶରେ ଏସବୁ ଅଞ୍ଚଳର ୬୮ଟି ଗ୍ରାମୀଣ ଜିଲ୍ଲା ରହିଛି । ବନ୍ୟାପ୍ରଭାବିତ ଗ୍ରାମୀଣ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ । ଗ୍ଲୋବାଲ୍ ‍ ଆକ୍ୟୁଟ୍ ମାଲ ‍ନ୍ୟୁଟ୍ରିସନ୍‍ (GAM) ହାରରେ ଚିନ୍ତାଜନକ ବୃଦ୍ଧି ହୋଇଛି । ୨୦୧୮ରୁ ୨୦୨୪ ମଧ୍ୟରେ 'ତୀବ୍ର କୁପୋଷଣ ହାର'ରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି । ଜନସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତିଠୁ ବି ତିନିଗୁଣା ଅଧିକ 'ତୀବ୍ର କୁପୋଷଣ ହାର' ରହିଛି। 

ଅଧିକ ପଢନ୍ତୁ : ଟଙ୍କା ରୋଜଗାରର ନିଶା ଜ୍ୟୋତି ମଲହୋତ୍ରାଙ୍କୁ କରିଦେଲା ପାକିସ୍ତାନ ଗୁପ୍ତଚର!

Advertisment

୧୦ ପ୍ରତିଶତରୁ ଊର୍ଦ୍ଧ୍ୱ 'ତୀବ୍ର କୁପୋଷଣ ହାର'କୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ସଂକେତ ବୁଝାଯାଏ । ମାର୍ଚ୍ଚ ୨୦୨୩ରୁ ଜାନୁଆରୀ ୨୦୨୪ ଭିତରେ ଗମ୍ଭୀର କୁପୋଷଣର ଶିକାର ଥିଲେ ୨୧ ଲକ୍ଷ ଶିଶୁ । ୬ରୁ ୫୯ ମାସର ଶିଶୁଙ୍କ ଭିତରେ ୨୧ ଲକ୍ଷ ଶିଶୁ ଗମ୍ଭୀର କୁପୋଷଣର ଶିକାର ଥିଲେ । ଦାରିଦ୍ର୍ୟ, ଜଳବାୟୁ ପରିବର୍ତ୍ତନ ଓ ସରକାରୀ ଅବହେଳା ଗ୍ରାମୀଣ ଅର୍ଥନୀତିକୁ ବିନାଶ ମୁହାଁ କରିଛି । ଖରାପ ରାସ୍ତା, ଦୁର୍ବଳ ଭିତ୍ତିଭୂମି ସିନ୍ଧ୍ ‍,ଖୈବର ପଖତୁନ୍ଖ୍ୱା ଓ ବେଲୁଚିସ୍ତାନର ବିଦ୍ରୋହ ସଂକଟକୁ ତୀବ୍ର କରିଛି । 

ବାହ୍ୟ ଋଣ ବୋଝରେ ରୁନ୍ଧି ହୋଇଗଲାଣି ଆତଙ୍କୀ ରାଷ୍ଟ୍ର ପାକିସ୍ତାନ । ଚୀନ୍‍, IMF, ବିଶ୍ବବ୍ୟାଙ୍କ ଭଳି ବିପୁଳ ବାହ୍ୟ ଋଣ ଭାରରେ ବୁଡ଼ିଛି ପାକିସ୍ତାନ । ବିଦେଶୀ ଋଣରେ ଲୋକଙ୍କୁ ଖାଦ୍ୟ ନୁହେଁ, ଆତଙ୍କୀଙ୍କୁ ପୋଷି ବରବାଦ୍ ହେଲାଣି ପାକିସ୍ତାନ । ୧୩୧ ବିଲିୟନ୍ ଡଲାରରେ ପହଞ୍ଚିଲାଣି ପାକିସ୍ତାନର ବାହ୍ୟ ଋଣ ପରିମାଣ । ପାକିସ୍ତାନ କରିଥିବା ମୋଟ୍ ‍ଋଣ ପରିମାଣ ଏହାର ଜିଡିପିର ୪୨ ପ୍ରତିଶତ । ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାର ସ୍ଥିତି ବି ଅତି ଦୟନୀୟ । ଏବେ ପାକ ମୁଦ୍ରା ଭଣ୍ଡାରରେ ଅଛି ମାତ୍ର 15 ବିଲିୟନ୍ ‍ ଡଲାର ବିଦେଶୀ ମୁଦ୍ରା । ପାକିସ୍ତାନ ବିଦେଶୀ ମୁଦ୍ରା ଭଣ୍ଡାର ଦେଶର ୩ ମାସର ଆମଦାନୀ ଖର୍ଚ୍ଚକୁ ବି ନିଅଣ୍ଟ । ଜନତାଙ୍କ ସମସ୍ୟା ଦୂର ବଦଳରେ ଋଣ ଟଙ୍କାରେ ଆତଙ୍କୀଙ୍କୁ ପୋଷୁଛି ପାକିସ୍ତାନ । 

Advertisment
Pakistan Malnutrition
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ