Hamza Bin Laden
ମରିନି, ଜିନ୍ଦା ହୈ ଜଲ୍ହାଦ ଓସାମା ବିନ୍ ଲାଡେନର ପୁଅ ହମଜା ବିନ ଲାଡେନ । ଗୁପ୍ତ ଭାବେ ବାପା ଭଳି ଅଲ କାଏଦର ନେତୃତ୍ୱ ନେଉଛି ହମଜା ବିନ୍ ଲାଡେନ । ସାମ୍ନାକୁ ଆସିଥିବା ଗୁଇନ୍ଦା ରିପୋର୍ଟରେ ଏହା ଖୁଲାସା ହୋଇଛି । ହମଜା ତା’ର ଭାଇ ଅବଦୁଲ୍ଲା ବିନ୍ ଲାଡେନକୁ ସାଥୀ କରି ଆଫଗାନିସ୍ତାନରେ ଅଲ୍ କାଏଦାର ନେଟୱର୍କ ବିସ୍ତାର କରୁଛି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ।
ତାଲିବାନ ବିରୋଧୀ ମିଲିଟାରୀ ସଂଗଠନ ନ୍ୟାସନାଲ ମୋବିଲାଇଜେସନ ଫ୍ରଣ୍ଟ - NMF ମଧ୍ୟ ବିସ୍ତୃତ ଭାବେ ହମଜା ଓ ତା’ର ସହଯୋଗୀଙ୍କ ଅପରେସନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି । ୨୦୧୯ରେ ଆମେରିକା କରିଥିବା ଏୟାର ଷ୍ଟ୍ରାଇକରେ ହମଜା ପ୍ରାଣ ହରାଇଥିବା ଦାବିକୁ NMF ରିପୋର୍ଟ ଖଣ୍ଡନ କରିଛି । ଏଥିରେ କୁହାଯାଇଛି ଯେ ଲାଡେନ ନିହତ ହେବା ପରେ ଅୟମାନ ଅଲ ଜୱାହିରି ଅଲକାଏଦା କଥା ବୁଝିବା ଆରମ୍ଭ କରିଥିଲା । ତା’ ପାଖରେ ହମଜା ରହିଥିଲା । ଜୱାହିରି ସହ ସେ ମିଳିତ ଭାବେ କାମ କରୁଥିଲା । ତେଣୁ ମୃତ୍ୟୁ ଖବରରେ କୌଣସି ସତ୍ୟତା ନ ଥିବା ରିପୋର୍ଟରେ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726314378.jpg)