Iran
ଇସ୍ରାଏଲ୍ ଓ ଇରାନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଭିତରେ ଭାରତୀୟଙ୍କୁ ଆକାଶପଥ ଛାଡିଛି ଇରାନ୍ । ସୀମାପାର୍ ଆତଙ୍କବାଦ କାରଣରୁ ଇରାନ୍ ତାର ଆକାଶପଥ ବନ୍ଦ କରିଦେଇଥିଲା । ତେବେ ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇଛି ଇରାନ୍ । ଦିଲ୍ଲୀରେ ଆସି ଖୁବଶୀଘ୍ର ପହଞ୍ଚିବେ ପ୍ରାୟ ଏକ ହଜାର ଭାରତୀୟ ।
କେବଳ ଭାରତୀୟଙ୍କ ପାଇଁ ଇରାନ ତାର ଆକାଶପଥ ଖୋଲିଛି । ଇସ୍ରାଏଲ୍ ସହ ଶତ୍ରୁତା ପରେ ବହୁ ସଂଖ୍ୟାରେ ଭାରତୀୟ ଛାତ୍ର ଇରାନରେ ଅଟକି ରହିଥିଲେ । ଭାରତୀୟଙ୍କୁ ଇସ୍ରାଏଲ୍ ଓ ଇରାନରୁ ଆଣିବା ପାଇଁ ଭାରତ ଅପରେସନ୍ ସିନ୍ଧୁ ଲଞ୍ଚ କରିଛି । ମହାନ ଏୟାର ଚାର୍ଟର୍ଡ ବିମାନରେ ଫେରିବେ ଏହି ଛାତ୍ରଛାତ୍ରୀ । ଭାରତ ଫେରିବାକୁ ଚାହୁଁଥିବା ଭାରତୀୟଙ୍କ ପାଇଁ ଚାଟର୍ଡ ବିମାନ ବ୍ୟବସ୍ଥା କରାଯାଇଥିବା ଇରାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ମଧ୍ୟପ୍ରାଚ୍ୟରେ ଏବେ ଉତ୍ତେଜନା ଲାଗିରହିଛି । ଇସ୍ରାଏଲ୍ ପ୍ରଥମେ ଇରାନ୍ ଉପରେ ଆକ୍ରମଣ କରିଥିଲା । ଇରାନ୍ ମଧ୍ୟ ପ୍ରତିଆକ୍ରମଣ କରିଛି । ଏହି ପରିସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ରହିଛି ।
ପ୍ରଥମ ପଦକ୍ଷେପ ସ୍ୱରୂପ ଇରାନ ଉତ୍ତରାଞ୍ଚଳରୁ ଆର୍ମେନିଆକୁ ୧୧୦ ଜଣ ଭାରତୀୟ ଛାତ୍ରଙ୍କୁ ଅଣାଯାଇଥିଲା । ପରେ ସେମାନେ ସୁବିଧାରେ ସ୍ୱତନ୍ତ୍ର ବିମାନରେ ଆସି ଦିଲ୍ଲୀରେ ପହଞ୍ଚିଥିଲେ । ଇସ୍ରାଏଲରୁ ଆସିବାକୁ ଇଚ୍ଛୁକ ଥିବା ଭାରତୀୟମାନଙ୍କୁ ମଧ୍ୟ ଅଣାଯିବାର ଉଦ୍ୟମ କରାଯାଉଛି । ଇସ୍ରାଏଲରୁ ଭାରତୀୟମାନଙ୍କୁ ପ୍ରଥମେ ସ୍ଥଳପଥରେ ବର୍ଡର ପାର୍ କରାଯିବ । ତେଲ୍ ଆଭିଭରୁ ସେମାନଙ୍କୁ ଅଣାଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Iran_1750429731.jpg)