Living Nostradamus Prediction: 2025 ପାଇଁ ଭବିଷ୍ୟବାଣୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ AI...ଏଲିଅନଙ୍କ ସହ ହେବ ଯୋଗାଯୋଗ

ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କ ତାଲିକାରେ ‘ଜେନେଟିକ ଭାବେ ପରିବର୍ତ୍ତିତ ମଣିଷ’, ‘ନିୟନ୍ତ୍ରଣ ବାହାରେ ଏଆଇ’ ଏବଂ ‘ଏଅନଙ୍କ ସହ ଯୋଗାଯୋଗ’ ପରି କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି ।

ନିୟନ୍ତ୍ରଣ ବାହାରକୁ ଚାଲିଯିବ AI !

AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିକୁ ନେଇ ଆଶା ଯେତିକି ଆଶଙ୍କା ବି ସେତିକି । ଏଆଇ କାମ କରିବାର ପଦ୍ଧତିକୁ ଯେତିକି ସହଜ କରିଛି ସେତିକି ସୁନ୍ଦର ବି କରିପାରିଛି । ଅନେକ ରୋଜଗାରର ବାଟ ବି ଦେଖାଇଛି । ହେଲେ ଆଗାମୀ ଦିନରେ ଏଇ ଏଆଇ ଯେ ମଣିଷ ପାଇଁ କାଳ ହେବ ଏପରି ଭୟ ବି ସମସ୍ତଙ୍କ ମନରେ ରହିଛି । ଆଉ ଏ ଭୟ ଯେ ଅମୂଳକ ନୁହେଁ ଏବଂ ଏହି ଆଶଙ୍କା ଖୁବ ଶୀଘ୍ର ଅର୍ଥାତ ୨୦୨୫ରେ ବାସ୍ତବତା ରୂପ ନେବାକୁ ଯାଉଛି । ଏମିତି ଭବିଷ୍ୟବାଣୀ କରିଛନ୍ତି ଲିଭିଙ୍ଗ ନୋଷ୍ଟ୍ରାଡମସ ।

ଅଧିକ ପଢ଼ନ୍ତୁ: ସତ ହେଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୪ର ଦୁଇଟି କଥା ସତ ହେଲାଣି… ଆହୁରି ଅଛି ତିନି

ଉତ୍କଣ୍ଠା ଭିତରେ ୨୦୨୫ । ଆଉ ମାତ୍ର ଗୋଟିଏ ଦିନ ଅପେକ୍ଷା । କ’ଣ ନେଇ ଆସିବ ଏ ନୂଆବର୍ଷ ? ପଚିଶ ପଦଧ୍ୱନିରେ ଦୂରେଇ ଯିବ କି ଅତୀତର ଦୁଃଖଶୋକ ? ନା କେଉଁ ଅପ୍ରତ୍ୟାଶିତ ବିପଦକୁ ଆମନ୍ତ୍ରଣ କରିବ ? ଏମିତି ଆଶା ଓ ଆଶଙ୍କା ଭିତରେ ସାମ୍ନାକୁ ଆସିଛି ଲିଭିଙ୍ଗ ନୋଷ୍ଟ୍ରାଡମସଙ୍କ ଭବିଷ୍ୟବାଣୀ ।

କିଏ ଏହି ‘ଲିଭିଙ୍ଗ ନୋଷ୍ଟ୍ରାଡମସ’ ?

ଜଣେ ବ୍ରାଜିଲିଆନ ଧର୍ମଗୁରୁ ଅଥୋସ ସୋଲମ ଯିଏ କି ଲିଭିଂ ନୋଷ୍ଟ୍ରାଡମସ ଭାବେ ପରିଚିତ । ସେ ଜଣେ ପାରାସାଇକୋଲଜିଷ୍ଟ ମଧ୍ୟ । ସେ ୨୦୨୫ରେ ହେବାକୁ ଥିବା ସମ୍ଭାବ୍ୟ ଘଟଣାବଳୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି । ସେ ତାଙ୍କ ତାଲିକାରେ ‘ଜେନେଟିକ ଭାବେ ପରିବର୍ତ୍ତିତ ମଣିଷ’, ‘ନିୟନ୍ତ୍ରଣ ବାହାରେ ଏଆଇ’ ଏବଂ ‘ଏଲି୍ୟନଙ୍କ ସହ ଯୋଗାଯୋଗ’ ପରି କେତେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ଏଥିସହିତ ୨୦୨୫ ଅନେକ ପ୍ରାକୃତିକ ବିପର୍ଯ୍ୟୟକୁ ଆମନ୍ତ୍ରଣ କରିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ଲିଭିଂ ନୋଷ୍ଟ୍ରାଡମସ କୋଭିଡ-୧୯, ରୁଷ-ୟୁକ୍ରେନ ଯୁଦ୍ଧ, ରାଣୀ ଏଲିଜାବେଥଙ୍କ ମୃତ୍ୟୁ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ ଯାହା ପରବର୍ତ୍ତୀ ସମୟରେ ସତ ହୋଇଥିଲା । ଏବେ ସେ ୨୦୨୫ର ଭବିଷ୍ୟବାଣୀ କରିଛନ୍ତି ଯାହା କି ବିଭିନ୍ନ ମିଡିଆ ସେୟାର କରିଛି।

ନିୟନ୍ତ୍ରଣ ବାହାରେ ରହିବ ଏଆଇ

ଲିଭିଂ ନୋଷ୍ଟ୍ରାଡମସଙ୍କ ଚେତାବନୀ ଦେଇଛନ୍ତି, ୨୦୨୫ରେ ‘ଡିଜିଟାଲ ବିପର୍ଯ୍ୟୟ’ର ଆରମ୍ଭ ହେବ । ଏଥିସହିତ କୃତ୍ରିମ ବୁଦ୍ଧିମତା ବା ଏଆଇ ଫେରି ନଆସିବା ପରି ଏକ ଜଟିଳ ସ୍ଥିତିରେ ପହଞ୍ଚିବ । ଏଆଇ ତାର କାର୍ଯ୍ୟଦକ୍ଷତାର ସର୍ବୋଚ୍ଚ ଶିଖର ଛୁଇଁବ । ଅନେକ କ୍ଷେତ୍ରରେ ଏଆଇ ସିଷ୍ଟମ ଅପରିବର୍ତ୍ତନିୟ ନିର୍ଣ୍ଣୟ ନେବ । ବିଶେଷକରି ପରିବହନ ଏବଂ ସାଇବର ସୁରକ୍ଷା ପରି ସମ୍ବେଦନଶୀଳ କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିବ।

ସେ ଆହୁରି କହିଛନ୍ତି, ସ୍ୱୟଂଚାଳିତ ଏଆଇଙ୍କ ମଧ୍ୟରୁ କିଛି କିଛିଙ୍କ ପାଖରେ ସ୍ୱ-ସଚେତନତାର ଆଭାସ ଦେଖା ଦେଲାଣି । ଯାହା ଫଳରେ ସେମାନେ ଅପରିବର୍ତ୍ତନୀୟ ନିଷ୍ପତ୍ତି ନେଇପାରିବେ । ବିଶେଷ କରି ସାଇବର ସିକ୍ୟୁରିଟି, ପରିବହନ ପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଯଦି ଏଆଇ ସ୍ୱ-ସଚେତନ ହୋଇ ନିଷ୍ପତ୍ତି ନିଅନ୍ତି ତେବେ ତାହା ମାନବସମାଜ ପାଇଁ ଭସ୍ମାସୁର ସାଜିବ ବୋଲି କହିଛନ୍ତି ବ୍ରାଜିଲିୟାନ ପାରା ସାଇକୋଲଜିଷ୍ଟ ।

ମଣିଷର ଜେନେଟିକ ପରିବର୍ତ୍ତନ ଘଟିବ

୨୦୨୫ର ସବୁଠାରୁ ବଡ ଘଟଣା ଘଟିବ ଯାହା ମଣିଷର ବିଶ୍ୱାସ ବାହାରେ ରହିବ ବୋଲି କହିଛନ୍ତି ସୋଲମ । ସେ କହିଛନ୍ତ, ଏହି ବର୍ଷରେ ମଣିଷର ଜେନେଟିକ ପରିବର୍ତ୍ତନ ଘଟିବ । ସରକାର ଏବଂ ବିଭିନ୍ନ କର୍ପୋରେଟ ହାଉସର ବୈଜ୍ଞାନିକମାନେ ମିଳିତ ଭାବେ ଆଡଭାନ୍ସ ଟେକ୍ନୋଲଜିର ବ୍ୟବହାର କରି ଉନ୍ନତ ମଣିଷ ସୃଷ୍ଟି କରିବେ । ଏହି ମଣିଷ ସାଧାରଣ ମଣିଷଠାରୁ ଯଥେଷ୍ଟ ବୁଦ୍ଧିମାନ, ଶକ୍ତିଶାଳୀ ହୋଇଥିବ । ଏଥିସହିତ ତାର ରୋଗ ପ୍ରତିରୋଧକ ଶକ୍ତି ବି ବହୁତ ଅଧିକ ଥିବ । ଏପରି ମଣିଷ ଏସିଆନ ଦେଶମାନଙ୍କରେ ପ୍ରଥମେ ଦେଖାଯିବେ ବୋଲି ସେ କହିଛନ୍ତି ।

ସାମ୍ନାକୁ ଆସିବେ ଏଲଅନ

ଲିଭିଂ ନୋଷ୍ଟ୍ରାଡମସ କହିଛନ୍ତି, ନୂଆବର୍ଷ ୨୦୨୫ ଏକ ଉଚିତ ସମୟ ହେବ ଯେଉଁଠି ବୈଜ୍ଞାନିକମାନେ ମହାଜାଗତିକ ଦୁନିଆର ପ୍ରାଣୀ ବା ଏଲିଅନଙ୍କ ଉପରୁ ପରଦା ହଟାଇବେ । ଏଥିସହିତ ଆଗାମୀ ବର୍ଷରେ ବୈଜ୍ଞାନିମାନେ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନର ପ୍ରମାଣ ପ୍ରସ୍ତୁତ କରିବେ ବୋଲି ମଧ୍ୟ ସେ ଭବିଷ୍ୟବାଣୀ କରିଛନ୍ତି ।

ଏଥିସହିତ ୨୦୨୫କୁ ନେଇ ସେ ଆକଳନ କରି କହିଛନ୍ତିଯେ, ରୁଷ, ଆମେରିକା, ରୁଷିଆ ଆଦି ଦେଶ ତାଙ୍କର ତଥ୍ୟ ଲୁଚାଇବେ । ତେବେ ଏଲନ ମସ୍କଙ୍କ ସ୍ପେଶ ଏକ୍ସ ପରି ଅନେକ ଘରୋଇ ସଂସ୍ଥା ଏହି ସତ୍ୟକୁ ସାମ୍ନାକୁ ଆଣିବାରେ ସଫଳ ହେବେ ବୋଲି ସେ କହିଛନ୍ତି ।

ମିଡିଆ ସହ ସାକ୍ଷାତକାର ଦେଇ ଲିଭିଂ ନୋଷ୍ଟ୍ରାଡମସ କହିଛନ୍ତି, ବିଶ୍ୱସ୍ତରରେ ଶକ୍ତି ସଙ୍କଟ ଦେଖାଦେବ । ଏହି ଅଭାବ ସାରା ବିଶ୍ୱରେ ଏକ ବିନାଶକାରୀ ପ୍ରଭାବ ପକାଇବ । ସ୍ୱାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ପ୍ରତ୍ୟାରୋପଣକାରୀ ଚିପ୍ସ ବ୍ୟବହାର କରି ଏହା ଉପରେ ସରକାର କଡା ନଜର ରଖିବେ । ଜିଓଇଞ୍ଜିନିୟରିଂ ଯୋଗୁ ଅଦ୍ଭୁତ ଜଳବାୟୁ ଜନିତ ବିପର୍ଯ୍ୟୟ, ଗୁପ୍ତ ମିଲିଟାରୀ ଅପରେଶନର ଖୁଲାସା ହେବା ନେଇ ମଧ୍ୟ ସେ ସତର୍କବାଣୀ ଶୁଣାଇଛନ୍ତି ।

ଲିଭିଂ ନୋଷ୍ଟ୍ରାଡମସ ତାଙ୍କ ଭବିଷ୍ୟବାଣୀ ତାଲିକାରେ ତାଙ୍କର ରହସ୍ୟମୟ ଦାବି ରଖିବା ସହ ଟେକ୍ନଲଜିର ପ୍ରଗତିଠାରୁ ଆରମ୍ଭ କରି ରାଜନୈତିକ ପରିବର୍ତ୍ତନ ପରି ଅନେକ ପ୍ରସଙ୍ଗ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: NASAର ଭୟଙ୍କର ଭବିଷ୍ୟବାଣୀ; ଏହିଦିନ ଶେଷ ହେବ ପୃଥିବୀ !