Lottery
ଲଟେରୀ ଜିତିବା ପରେ ଏମିତି ନାଚିଲେ ଯେ, ଗଳି ପଡ଼ିଲେ । ଗୋଟେ ମିଲିୟନ ଡଲାର ଜିତିବା ଖୁସିରେ ଭରା ଷ୍ଟେଜ୍ ଉପରେ ପଡ଼ିଗଲେ ମହିଳା । ଏପରି ଅଭାବନୀୟ ଓ ହାସ୍ୟାସ୍ପଦ ଘଟଣା ଘଟି ଯାଇଛି ସୁଦୂର ଆମେରିକାରେ । ଲଟେରୀରେ ଗୋଟେ ମିଲିୟନ ଜିତିବା ଖୁସିକୁ ସହ୍ୟ କରି ନପାରି ଷ୍ଟେଜ ଉପରେ ପଡ଼ି ଯାଇଛନ୍ତି ମହିଳା ଜଣକ ।
ମହିଳାଙ୍କର ନାମ ପାମେଲା ବ୍ରାଡସ’ । ପୂର୍ବରୁ କେବେ ମଧ୍ୟ ନ୍ୟୁୟର୍କ ସହର ଦେଖି ନଥିଲେ ସେ । କିନ୍ତୁ ତାଙ୍କର ଭାଗ୍ୟ ଏପରି ଚମକିଲା ଯେ, ଗୋଟେ ମିଲିୟନ ଡଲାରର ମାଲିକାଣୀ ହୋଇଗଲେ ସେ । ଏହି ଲଟେରୀରେ ଖେଳରେ ମୋଟ ପାଞ୍ଚ ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରା ଯାଇଥିଲା । ଏହା ମଧ୍ୟରେ ପାମେଲାଙ୍କର ନାମ ମଧ୍ୟ ସାମିଲ ଥିଲା ।
ଷ୍ଟେଜ ଉପରେ ଯେତେବେଳେ ପାମେଲାଙ୍କୁ ବିଜୟୀ ଭାବେ ଘୋଷଣା କରାଗଲା, ସେତେବେଳେ ତାଙ୍କର ଖୁସିର ସୀମା ରହିଲା ନାହିଁ । ଏଇ ଖୁସିରେ ସେ ନାଚିବା ଆରମ୍ଭ କରିଥିଲେ ଓ ତଳେ ପଡ଼ି ଯାଇଥିଲେ । ପରେ ଷ୍ଟେଜ ଉପରେ ଥିବା ତାଙ୍କ ଝିଅ ପାମେଲାଙ୍କୁ ଉଠାଇଥିଲେ । ତେବେ ଏହି ଟଙ୍କାରେ ସେ ଏକ ନୂଆ ଘର କିଣିବାକୁ ଯୋଜନା କରିଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Lottery_1704180482.jpg)