Advertisment

ସ୍ପେନର ମୁର୍ସିଆ ସହରରେ ଭୟଙ୍କର ଅଗ୍ନିକାଣ୍ଡ, ନାଇଟ୍ କ୍ଲବରେ ନିଆଁ ଲାଗି ଚାଲିଗଲା ୧୩ ଜଣଙ୍କ ଜୀବନ

ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା।

Fire In Night Club

Fire In Night Club

Advertisment

ସ୍ପେନର ମୁର୍ସିଆ ସହରରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ନାଇଟ୍ କ୍ଲବରେ ନିଆଁ ଲାଗି ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଘଟିଛି ଏହି ଅଘଟଣ। ନିଆଁକୁ ଆୟତ୍ତ ସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ତେବେ ବହୁସଂଖ୍ୟାରେ ଲୋକ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ଜରୁରୀକାଳୀନ ସେବା ପକ୍ଷରୁ ଜାରି କରାଯାଇଥିବା ଫଟୋ ଅନୁଯାୟୀ, ‘ଫୋଣ୍ଡା ମିଲାଗ୍ରୋସ୍’ ନାମକ ‘ଟେଟ୍ରେ’ ନାଇଟ୍ କ୍ଲବରେ ଘଟିଛି ଏହି ଅଗ୍ନିକାଣ୍ଡ।

Advertisment

ସକାଳ ପ୍ରାୟ ୬ଟା ବେଳେ ଦୁଇ ମହଲା ବିଶିଷ୍ଟ ନାଇଟ୍ କ୍ଲବରେ ନିଆଁ ଲାଗିଥିଲା । ପ୍ରଥମେ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା। ପରବର୍ତ୍ତି ସମୟରେ ଆଉ ୨ ଜଣଙ୍କ ମୃତଦେହ ମିଳିଥିଲା। ଏଭଳି ଭାବେ ଘଣ୍ଟାଏ ଭିତରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି । ଘଟଣାସ୍ଥଳରେ ୪୦ରୁ ଅଧିକ ଅଗ୍ନିଶମ କର୍ମଚାରୀ ଓ ୧୨ଟି ଜରୁରୀକାଳୀନ ଗାଡ଼ି ଥିବା ସୂଚନା ମିଳିଛି। ତେବେ କେମିତି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।

Spain Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ