Yunus
ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଫେବ୍ରୁଆରୀରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୟୁନୁସ କହିଛନ୍ତି, "ଅନ୍ତରୀଣ ସରକାରଙ୍କ ପକ୍ଷରୁ, ମୁଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ଚିଠି ପଠାଇବି। ଯେଉଁଥିରେ ନିର୍ବାଚନ କମିଶନଙ୍କୁ ରମଜାନ ପୂର୍ବରୁ ଫେବୃଆରୀ ୨୦୨୬ରେ ଜାତୀୟ ନିର୍ବାଚନ କରିବାକୁ ଅନୁରୋଧ କରିବି।”
ଗତ ବର୍ଷର ଛାତ୍ର ନେତୃତ୍ୱାଧୀନ ପ୍ରତିବାଦ ଆନ୍ଦୋଳନର ପ୍ରଥମ ବାର୍ଷିକୀ - 'ଜୁଲାଇ ବିଦ୍ରୋହ' ପାଳନ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଏକ ଟେଲିଭିଜନ ସମ୍ବୋଧନରେ ୟୁନୁସ୍ ଏହା କହିଥିଲେ।
ବାଂଲାଦେଶରେ ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ଏପ୍ରିଲ ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ୟୁନୁସଙ୍କ ଘୋଷଣା ପରେ ଫେବ୍ରୁରାରୀରେ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସଙ୍କେତ ମିଳିଛି।
ୟୁନୁସ୍ କହିଛନ୍ତି ଯେ,"ଆମେ ଚାହୁଁଛୁ ଯେ ଏହି ନିର୍ବାଚନ ଆମ ଦେଶର ଇତିହାସରେ ସ୍ମରଣୀୟ ହେଉ।” ମୁକ୍ତ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ନିର୍ବାଚନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ତାଙ୍କ ସରକାର ଆସନ୍ତାକାଲିଠାରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପୂରଣ କରିବା ପାଇଁ ସାଂଗଠନିକ ପ୍ରସ୍ତୁତି ଆରମ୍ଭ କରିବ ବୋଲି କହିଛନ୍ତି। ପୂର୍ବରୁ, ୟୁନୁସ 'ଜୁଲାଇ ବିପ୍ଳବ' ବାର୍ଷିକୀକୁ "ବାଂଲାଦେଶର ଇତିହାସର ଏକ ଅବିସ୍ମରଣୀୟ ଅଧ୍ୟାୟ" ବୋଲି କହିଥିଲେ।
ଗତ ବର୍ଷ ଶେଶ୍ ହସିନାଙ୍କ ବିରୋଧରେ ଆନ୍ଦୋଳନ ତେଜିବା ପରେ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦଇ ଦେଶ ଛାଡି ପଳାଇଥଲେ। ଗତ ବର୍ଷ ଅଗଷ୍ଟ ୮ ତାରିଖରେ ନୋବେଲ୍ ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତି ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Yunus_1754465177.jpg)