Advertisment

ଅଚାନକ ନାରଙ୍ଗୀ ପାଲଟିଲା ଆମେରିକାର ନ୍ୟୁୟର୍କ ସହର

ବୁଧବାର ବିଶ୍ୱର ଏହି ଧନୀ ସହରର ଏୟାର୍ କ୍ୱାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ବିଶ୍ୱରେ ସବୁଠୁ ନିମ୍ନସ୍ତରର ରେକର୍ଡ ହୋଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
New York City Sky Turns Bright Orange as Smoke

New York City Sky Turns Bright Orange as Smoke

Advertisment

ଅଚାନକ ନାରଙ୍ଗୀ ପାଲଟିଲା ଆମେରିକାର ନ୍ୟୁୟର୍କ ସହର। ରାଜଧାନୀ ଦିଲ୍ଲୀର ପ୍ରଦୂଷଣଠାରୁ ବି ନ୍ୟୁୟର୍କର ସ୍ମଗ୍ ଦୁର୍ଦ୍ଦଶା ବଳିଯାଇଛି। ପ୍ରଦୂଷଣର ମାତ୍ରା ବଢ଼ିବା ପରେ ନ୍ୟୁୟର୍କରେ ଏବେ ସ୍ଥିତି ଏଭଳି, ଘରୁ ନବାହାରିବା ଲାଗି ଲୋକଙ୍କୁ ଦିଆଯାଇଛି ଚେତାବନୀ। ବିଶ୍ବର ସବୁଠୁ ଧନୀ ସହର ୮୦ ଦଶକ ପରେ ପ୍ରଥମ ଥର ପାଇଁ ଏଭଳି ବଡ଼ ପ୍ରଦୂଷଣ ସଂକଟ ଦେଇ ଗତି କରିବାର କାରଣ କଣ? 

Advertisment

ଅଚାନକ ନାରଙ୍ଗୀ ପାଲଟିଲା ଆମେରିକାର ନ୍ୟୁୟର୍କ ସହର। ବିଶ୍ବର ସବୁଠୁ ଧନୀ ସହର ଏବେ ସର୍ବାଧିକ ପ୍ରଦୂଷିତ ନଗରୀ ଦିଲ୍ଲୀର ପ୍ରଦୂଷଣଠୁ ବି ଟପିଗଲା। ନ୍ୟୁୟର୍କର 'ସ୍ମଗ୍' ଦୁର୍ଦ୍ଦଶା ଏବେ ସାଂଘାତିକ ହୋଇଛି। ଦିନ ୧୧ଟାରୁ ଅପରାହ୍ଣ ୨ଟା, ଅର୍ଥାତ୍ ମାତ୍ର ୩ ଘଣ୍ଟା ଭିତରେ ସ୍ବଚ୍ଛ ସୁନ୍ଦର ସହରକୁ ଗିଳି ଦେଉଛି ପ୍ରଦୂଷଣର ରାକ୍ଷସ। ସୁଉଚ୍ଚ ଅଟ୍ଟାଳିକା ସବୁ ଅଦୃଶ୍ୟ ହୋଇଯାଉଛି ଧୂଆଁର ଘନ ଆସ୍ତରଣ ଭିତରେ। ନ୍ୟୁୟର୍କ ଓ ନ୍ୟୁଜର୍ସିକୁ ଯୋଡ଼ୁଥିବା ଜର୍ଜ ୱାଶିଂଟନ୍ ବ୍ରିଜ୍‌ରେ ଧୂଆଁର ଆସ୍ତରଣ। ନ୍ୟୁୟର୍କରେ ସ୍ଥିତି କେବଳ ବିଗିଡ଼ିନି ବରଂ ବିପଜ୍ଜନକ ସ୍ଥିତିରେ ପହଞ୍ଚିଛି ବାୟୁ ପ୍ରଦୂଷଣର ମାତ୍ରା। 

ବୁଧବାର ବିଶ୍ବର ଏହି ଧନୀ ସହରର ଏୟାର୍ କ୍ବାଲିଟି ଇଣ୍ଡେକ୍ସ ବା ବାୟୁ ଗୁଣବତ୍ତା ସୂଚକାଙ୍କ ବିଶ୍ୱରେ ସବୁଠୁ ନିମ୍ନସ୍ତରର ରେକର୍ଡ ହୋଇଥିଲା । ଏଭଳି ଉତ୍କଟ ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପ୍ରତି ଅତି ବିପଜ୍ଜନକ ହୋଇଥିବାରୁ କୋଡ୍ ରେଡ୍ ଆଲର୍ଟ ଜାରି କରାଯାଇଛି। ଲୋକଙ୍କୁ ଘର ଭିତରେ ରହିବାକୁ ଚେତାଇ ଦିଆଯାଇଛି। ବାହାରେ କାର୍ଯ୍ୟକ୍ରମ ବାତିଲ କରାଯାଇଛି ଏବଂ ମାଗଣାରେ ଉଚ୍ଚ ମାନର ମାସ୍କ ବିତରଣ କରାଯାଉଛି। ଆମେରିକାର ପୂର୍ବ ଉପକୂଳରେ ସମସ୍ତ ସ୍କୁଲ ବନ୍ଦ ରଖାଯାଇଛି। ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ୮୦ ଦଶକ ପରେ ନ୍ୟୁୟର୍କରେ ଏଭଳି ବାୟୁ ପ୍ରଦୂଷଣ ଦେଖାଯାଇନଥିଲା।

Advertisment

ଆମେରିକାର ନ୍ୟୁୟର୍କ ସମେତ କିଛି ସହର ଧୂଆଁମୟ ହେବାର କାରଣ ହେଉଛି କାନାଡ଼ାରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁ । ଗତ ୬ ସପ୍ତାହ ଧରି ୮ ମିଲିୟନ ଏକରରୁ ଅଧିକ ଜଙ୍ଗଲ ଜଳିବାରେ ଲାଗିଛି। କାନାଡ଼ାର ବିଭିନ୍ନ ଅଞ୍ଚଳରେ ୨ହଜାରରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ବେଳେ, ୪ଶହରୁ ଅଧିକ ଜଙ୍ଗଲ ନିଆଁ ଏବେବି ଅଣାୟତ୍ତ ସ୍ଥିତିରେ ରହିଛି। କେବଳ କ୍ୟୁବେକରେ ୧୫୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଛି ।

ଫଳରେ ଦକ୍ଷିଣକୁ ଧୂଆଁ ନିର୍ଗତ ହୋଇ ଆମେରିକାର ନ୍ୟୁୟର୍କ ସହରକୁ ଧୂଆଁମୟ କରିଛି। ଜଙ୍ଗଲ ନିଆଁକୁ ଲିଭାଇବା ପାଇଁ କାନାଡ଼ା ଅନ୍ୟ ଦେଶର ସାହାଯ୍ୟ ଲୋଡ଼ିଥିବା ବେଳେ, ଏବେ ସୁଦ୍ଧା ୨୦ ହଜାର ଲୋକ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। କାନାଡ଼ାର ବନାଗ୍ନି ନିର୍ବାପନ କାର୍ଯ୍ୟରେ ୬ଶହରୁ ଅଧିକ ଅଗ୍ନିଶମ ଯବାନ ନିୟୋଜିତ ହୋଇଥିବା ଟୁଇଟ୍ କରିଛନ୍ତି ବାଇଡେନ୍।

Advertisment

ଏଥିସହ ଆମେରିକାବାସୀଙ୍କୁ ବିପଦପୂର୍ଣ୍ଣ ବାୟୁ ପ୍ରଦୂଷଣରୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି। ତେଣେ ବର୍ଷ ପରେ ବର୍ଷ ଅଧିକରୁ ଅଧିକ ଜଙ୍ଗଲ ନିଆଁ ଦେଖାଦେବା ପଛରେ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି ଟ୍ରୁଡୋ।

New York City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ