nepal protest
ନେପାଳରେ Gen-Z ରାସ୍ତାକୁ ଓହ୍ଲାଇଛନ୍ତି । ସଂସଦ ଭିତରେ ପଶିଛନ୍ତି, ଆନ୍ଦୋଳନ କରୁଛନ୍ତି । ନେପାଳ ଅଶାନ୍ତ ହୋଇପଡିଛି । ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହେବାରୁ ୧୬ଜଣଙ୍କ ମୃତ୍ୟୁ ଘଟିଛି । ଏଥର ଆନ୍ଦୋଳନର ନେତୃତ୍ୱ ଯୁବକମାନେ ନିଜ ହାତରେ ନେଇଛନ୍ତି। ନେପାଳର କେପି ଓଲି ସରକାର ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ ଓ ଏକ୍ସ ପରି ୨୬ଟି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନିଷେଧାଜ୍ଞା ଲଗାଇବାର ନିଷ୍ପତ୍ତି ନେବା ପରେ ସମଗ୍ର ଦେଶ ଅଶାନ୍ତ ହୋଇପଡିଛି ।
ସରକାର ଯୁବଗୋଷ୍ଠୀଙ୍କୁ ରିଲ୍ ତିଆରି କରିବାରୁ ଅଟକାଇବା ମାତ୍ରେ, ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ପ୍ରକୃତ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି । ଦୁର୍ନୀତି ବିଷୟରେ ଓ ଚାକିରି କେଉଁଠାରେ ଅଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଯାହା ଫଳରେ ସରକାରଙ୍କୁ ସେନା ମୁତୟନ କରିବାକୁ ପଡ଼ିଛି, କର୍ଫ୍ୟୁ ଲଗାଇବାକୁ ପଡ଼ିଛି।
ନେପାଳ ସରକାରର କହିବା ଅନୁଯାୟୀ, ଏହି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ନେପାଳରେ "ପଞ୍ଜୀକୃତ ହୋଇ ନ ଥିଲେ" ଏବଂ ତେଣୁ ସେଗୁଡ଼ିକୁ ନିଷେଧାଜ୍ଞା ଲଗାଯାଇଛି। କିନ୍ତୁ ନେପାଳର ଯୁବ ଜନତା ପାଇଁ ଏହା ଏକ ବାହାନା ଛଡ଼ା ଆଉ କିଛି ନୁହେଁ। ସେମାନେ କହୁଛନ୍ତି ଯେ ପ୍ରକୃତରେ ଏହି ପଦକ୍ଷେପ ସରକାରଙ୍କ ପାଇଁ ଆଲୋଚନାରେ ଉଠୁଥିବା ପ୍ରତ୍ୟେକ ସ୍ୱରକୁ ଦବାଇବାକୁ ସହଜ କରିଦେଇଛି। ଏହି କାରଣରୁ ଆଜିର ଯୁବକମାନେ, ଖାସକରି Gen-Z ରାସ୍ତାକୁ ଓହ୍ଲାଇଛନ୍ତି ।
Gen-Z ହେଉଛନ୍ତି ୧୯୯୫ ପରେ ଜନ୍ମ ହୋଇଥିବା ଲୋକମାନେ, ଯେଉଁମାନେ ବର୍ତ୍ତମାନ ୧୮ ରୁ ୩୦ ବର୍ଷ ବୟସରେ ଅଛନ୍ତି। ଯେଉଁମାନେ ଇଣ୍ଟରନେଟ ଏବଂ ଟେକ୍ନୋଲୋଜି ସହିତ ବଢ଼ିଛନ୍ତି । ସେମାନେ ଡିଜିଟାଲ ଦୁନିଆର ନାଗରିକ । ଦୁନିଆରେ କଣ ଚାଲିଛି ସେନେଇ ସେମାନେ ଅବଗତ ଅଛନ୍ତି । ସମାଜରେ ନ୍ୟାୟ ଓ ସମାନତା କଣ ପାଇଁ ଜରୁରି ସେପ୍ରତି ବି ସଚେତନ ଅଛନ୍ତି । ଇନଷ୍ଟାଗ୍ରାମ ଭଳି ଫେମସ ପ୍ଲାଟଫର୍ମରେ ନେପାଳର ଲକ୍ଷାଧିକ ୟୁଜର୍ସ ଅଛନ୍ତି । ଯେଉଁମାନେ ଏଣ୍ଟରଣ୍ଟେନମେଣ୍ଟ , ନ୍ୟୁଜ ଓ ବିଜନେସ ପାଇଁ ସୋସିଆଲ ମିଡିଆ ଉପରେ ନିର୍ଭର ।
ନେପାଳରGen-Z ସେପ୍ଟେମ୍ବର ୮ ତାରିଖରେ ସମଗ୍ର ନେପାଳରେ ବିକ୍ଷୋଭର ଘୋଷଣା କରିଥିଲେ ଏବଂ ତାହା କରିଛନ୍ତି ମଧ୍ୟ। ୨୪ ବର୍ଷୀୟ ଛାତ୍ର ୟୁଜନ ରାଜଭଣ୍ଡାରୀ କହିଛନ୍ତି ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଆମକୁ ଉତ୍ତେଜିତ କରିଛି, କିନ୍ତୁ ଏହା ଏକମାତ୍ର କାରଣ ନୁହେଁ ଯେଉଁଥିପାଇଁ ଆମେ ଏଠାରେ ଏକତ୍ରିତ ହୋଇଛୁ। ଆମେ ନେପାଳରେ ହୋଇଥିବା ଦୁର୍ନୀତିର ବିରୋଧ କରୁଛୁ।
ଅନ୍ୟ ଜଣେ ୨୦ ବର୍ଷୀୟ ଛାତ୍ରୀ ଇକ୍ଷମା ତୁମରୋକ କହିଛନ୍ତି ଯେ ସେ ସରକାରର "ଏକଛତ୍ରବାଦୀ ମନୋଭାବ"ର ବିରୋଧରେ ବିକ୍ଷୋଭ କରୁଛନ୍ତି। ଆମେ ପରିବର୍ତ୍ତନ ଦେଖିବାକୁ ଚାହୁଁଛୁ। ଅନ୍ୟମାନେ ଏହାକୁ ସହିଛନ୍ତି, କିନ୍ତୁ ଆମ ପିଢ଼ି ସହିତ ଏହାର ଅନ୍ତ ହେବା ଉଚିତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757328545.jpg)