Advertisment

କ୍ରୁ-୮ ମିଶନ ସ୍ଥଗିତ, ଘୂର୍ଣ୍ଣିବଳୟ ପାଇଁ ଅଟକିଲା ସୁନୀତାଙ୍କ ଘର ବାହୁଡ଼ା

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

ଅଦ୍ୟତନ ହୋଇଛି
Sunita Williams

Sunita Williams

Advertisment

ମହାକାଶରୁ କେବେ ଫେରିବେ ସୁନୀତା ୱିଲିୟମ୍ସ ? ସୁନୀତା ଓ ତାଙ୍କ ସାଥିଙ୍କୁ ମହାକାଶରୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ପାଇଁ ଅନେକ ଚେଷ୍ଟା କରାଯାଉଥିଲେ ସୁଦ୍ଧା ଏଥିରେ ବିଳମ୍ୱ ଘଟୁଛି। ନିକଟରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ନାସା ଏବଂ ସ୍ପେସ୍ ଏକ୍ସ ପକ୍ଷରୁ ଏକ ମିଶନ ଆରମ୍ଭ କରାଯାଇଥିଲା। ମାତ୍ର ଫ୍ଲୋରିଡାରେ ଭୀଷଣ ଝଡ଼ ତୋଫାନ ଓ ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

Advertisment

ନାସା ଏବଂ ସ୍ପେସ୍ ଏକ୍ସର କ୍ରୁ- ୮ ମିଶନ୍ ହେଉଛି କ୍ରୁ- ୯ ମିଶନର ପୂର୍ବ ମିଶନ୍। ଏହାର ଉଦ୍ଦେଶ୍ୟ ହେଉଛି ମହାକାଶଚାରୀ ବଚ୍ ୱିଲମୋର ଏବଂ ସୁନୀତା ୱିଲିୟମ୍ସଙ୍କୁ ISSରୁ ଫେରାଇବା। ଏହି ମିଶନ ଅଧୀନରେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ସାଥି ବ୍ରୁଚ ୱିଲମୋର ପୃଥିବୀକୁ ଫେରିବାର ଥିଲା। ମାତ୍ର ଘୂର୍ଣ୍ଣିବଳୟ କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି।

ନାସା ଘୋଷଣା କରିଛି ଯେ ପାଣିପାଗର ଅସ୍ଥିରତା କାରଣରୁ ବୁଧବାର ପର୍ଯ୍ୟନ୍ତ ଅନଡକିଂ ଉଦ୍ୟମ କରାଯାଇପାରିବ ନାହିଁ। ଅବଶିଷ୍ଟ କ୍ରୁ -୮ ସଦସ୍ୟ, ମାଥ୍ୟୁ ଡୋମିନିକ୍, ମାଇକ୍ ବାରେଟ୍, ଜାନେଟ୍ ଏପ୍ସ ଏବଂ ଋଷର ଆଲେକ୍ସଜାଣ୍ଡାର୍ ଗ୍ରେବେଙ୍କିନ୍ ସ୍ପେସ୍ ଷ୍ଟେସନ୍ (ISS)ରେ ଅଛନ୍ତି। ଏହି ସମସ୍ତ ସଦସ୍ୟ ବର୍ତ୍ତମାନ ଦୈନନ୍ଦିନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ଯେଉଁଥିରେ ବ୍ୟାୟାମ ଏବଂ ହାଉସକିପିଂ କାର୍ଯ୍ୟ ସାମିଲ ଅଛି।

Advertisment

ଚଳିତ ବର୍ଷ ଜୁନ୍ ମାସରେ ବୋଇଂର ଷ୍ଟାରଲିନର୍ ମହାକାଶଯାନରେ ଆଠ ଦିନିଆ ମିଶନରେ ଯାଇଥିଲେ ସୁନୀତା ୱିଲିୟମ୍ସ ଏବଂ ବ୍ରୁଚ ୱିଲମୋର । ଅବଶ୍ୟ, ଯାନ୍ତ୍ରିକ ତ୍ରୁଟି ହେତୁ ମହାକାଶଯାନ ସେମାନଙ୍କ ବିନା ପୃଥିବୀକୁ ଫେରିଥିଲା। ବର୍ତ୍ତମାନ ଫେବୃଆରୀ ୨୦୧୫ ସୁଦ୍ଧା କ୍ରୁ -୯ ମିଶନରେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି। ନାସା ଏବଂ ସ୍ପେସ୍ ଏକ୍ସ ଟିମ୍ ପାଣିପାଗ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଯଦି ଅବସ୍ଥା ସୁଧୁରେ ତେବେ ଆଜି ରାତି ୯ଟା ୦୫ରେ ରେ (୬.୬୫ପୂର୍ବାହ୍ନ IST) ଚେଷ୍ଟା କରାଯିବ ।

Advertisment

ଏହି ସପ୍ତାହ ଶେଷ ସୁଦ୍ଧା ସ୍ଥିତିରେ ସୁଧାର ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଯାହା କ୍ରୁ- ୮ ମିଶନର ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଏକ ଭଲ ସଙ୍କେତ । ଏକ୍ସପେଡିସନ୍ ୭୨ର କମାଣ୍ଡର ସୁନିତା ୱିଲିୟମ୍ସ,, ଫ୍ଲାଇଟ୍ ଇଞ୍ଜିନିୟର୍ ବ୍ରୁଚ ୱିଲମୋର, ନିକ୍ ହେଗ, ଏବଂ ଡନ୍ ପେଟିଟ୍ ମଧ୍ୟ କ୍ରୁ -୮ ରେ ଫେରିବାରେ ସାହାଯ୍ୟ କରିବା ପାଇଁ ସେମାନଙ୍କର କାର୍ଯ୍ୟସୂଚୀ ପରିବର୍ତ୍ତନ କରିଥିଲେ । ଏହା ପରେ ମଙ୍ଗଳବାର ସମ୍ଭାବ୍ୟ ପ୍ରସ୍ଥାନ ପାଇଁ ପ୍ରସ୍ତୁତି କରାଯାଇଥିଲା।

NASA Space X
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ