Advertisment

ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍

ଚନ୍ଦ୍ରର କକ୍ଷପଥରେ ଭ୍ରମଣ ପରେ ପୁଣି ଫେରିବେ ମହାକାଶଚାରୀ

ଅଦ୍ୟତନ ହୋଇଛି
NASA's Moon Mission Artemis 2

Artemis II Moon Mission

Advertisment

ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍। ନାସାର ପରବର୍ତ୍ତି ଚନ୍ଦ୍ର ମିଶନ୍ ପାଇଁ ତାଙ୍କ ନାଁକୁ ଘୋଷଣା କରାଯାଇଛି। ଗତକାଲି ନାସା ତାର ବହୁପ୍ରତିକ୍ଷିତ ଆଟ୍ରେମିସ୍-୨ ସମ୍ପର୍କରେ ବିସ୍ତୁତ ସୂଚନା ଦେବା ସହ ୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛିା

Advertisment

ଖ୍ରୀଷ୍ଟିନାଙ୍କ ସମେତ ଅନ୍ୟ ତିନି ଜଣ ପୁରୁଷ ମହାକାଶଚାରୀ ଯିବେ। ଗତ ୫୦ ବର୍ଷ ଭିତରେ ପ୍ରଥମ ମହିଳା ଚନ୍ଦ୍ରକୁ ଯାଉଛନ୍ତି। ଖ୍ରୀଷ୍ଟିନାଙ୍କ ନାଁରେ ପୂର୍ବରୁ ଅନେକ ରେକର୍ଡ ରହିଛି। ସବୁଠୁ ଅଧିକ ସ୍ପେଶ୍ ଫ୍ଲାଇଟ୍, ପ୍ରଥମ ତିନି ମହିଳା ମହାକାଶଚାରୀ ଟିମରେ ବି ସେ ଥିଲେ। 

Advertisment

୨୦୨୪ରେ ନାସା ପକ୍ଷରୁ ଏହି ମିଶନ୍ ଆରମ୍ଭ ହେବ, ଯେଉଁଥିରେ ଚନ୍ଦ୍ରର କକ୍ଷପଥରେ ଭ୍ରମଣ କରିବା ପରେ ପୁଣି ଥରେ ଫେରିବେ ସମସ୍ତ ମହାକାଶଚାରୀ। ୨୩ ଲକ୍ଷ କିଲୋମିଟରର ଏହି ଆର୍ଟିମିସ୍-୨ ମିଶନ୍ ପାଇଁ ଲାଗିବ ୧୦ ଦିନର ସମୟ। ଯେଉଁଥିରେ ସମ୍ପୂର୍ଣ୍ଣ ଲାଇଫ୍  ସପୋର୍ଟରେ ରହିବେ ସମସ୍ତ ମହାକାଶଚାରୀ।

ଦେଖନ୍ତୁ ଭିଡିଓ | ରୁପେଲି ପରଦାରେ ଚନ୍ଦ୍ରମା କଥା

ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି Artemis II ମିଶନ୍ ଆଗାମୀ ପିଢି ପାଇଁ ନୂଆ ପ୍ରେରଣା ଯୋଗାଇବ। ବିଶ୍ୱର ପ୍ରତିଟି ପିଲାଙ୍କ ଠାରେ ନୂଆ ଉନ୍ମାଦନ ସୃଷ୍ଟି କରିବ। ଯାହାଦ୍ୱାରା ସେମାନେ ସ୍ୱପ୍ନ ଦେଖିବେ ଓ ସ୍ୱପ୍ନ ପୂରଣ କରିପାରିବେ।

Advertisment
NASA Moon Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ