Advertisment

Mystery Ship: ୧୨୦ ବର୍ଷ ପୂର୍ବେ ନିଖୋଜ ଜାହାଜର ମିଳିଲା ସନ୍ଧାନ; ୫୨୫ ଫୁଟ ପାଣି ତଳୁ ମିଳିଲା ଧ୍ୱଂସାବଶେଷ

୧୨୦ ବର୍ଷ ପରେ ମିଳିଲା ନିଖୋଜ ଜାହାଜ । ୧୯୦୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ନିଖୋଜ ହୋଇଯାଇଥିଲା ଏହି ଜାହାଜ ।

ଅଦ୍ୟତନ ହୋଇଛି
Missing Mystery Ship Found After 120 Years

Mystery Ship

Advertisment

ଆଶ୍ଚର୍ଯ୍ୟ ! ୧୨୦ ବର୍ଷ ପରେ ମିଳିଲା ନିଖୋଜ ଜାହାଜ । ୧୯୦୪ ମସିହାରେ ଏକ ଭୟଙ୍କର ସାମୁଦ୍ରିକ ଝଡରେ ନିଖୋଜ ହୋଇଯାଇଥିଲା ଜାହାଜ । ତେବେ ବଡ଼ କଥା ହେଉଛି କେମିତି ଏତେ ଦିନପରେ ମିଳିଲା ନିଖୋଜ ଜାହାଜ ? କିପରି ହେଲା ଠାବ ? ଆଜକୁ ୧୨୦ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଏକ ଜାହାଜକୁ ନିକଟରେ ଅଷ୍ଟ୍ରେଲିଆରେ ଠାବ କରାଯାଇଛି ।

Advertisment

‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୧୯୦୪ ମସିହାରେ କୋଇଲା ବୋଝେଇ ଏସ୍‌ଏସ୍‌ ନେମେସିସ୍‌ ନାମକ ଏହି ଜାହାଜ ମେଲବୋର୍ଣ୍ଣ ଅଭିମୁଖେ ଯାତ୍ରା କରୁଥିଲା । ତେବେ ନିଉ ସାଉଥ୍‌ ୱେଲ୍‌ସ ନିକଟରେ ସାମୁଦ୍ରିକ ଝଡର ସମ୍ମୁଖୀନ ହେବାପରେ ୩୨ ନାବିକଙ୍କ ସହ ଜାହାଜଟି ବୁଡିଯାଇଥିଲା । 

ଦୁର୍ଘଟଣାର କିଛି ସପ୍ତାହ ପରେ ଏକାଧିକ ନାବିକଙ୍କ ମୃତଦେହ ଓ ଜାହାଜର କେତେକ ଯନ୍ତ୍ରାଂଶ ସମୁଦ୍ରକୂଳରେ ଲାଗିଥିଲେ ସୁଦ୍ଧା ୨୪୦ ଫୁଟ ଲମ୍ବ ଜାହାଜର ପତ୍ତା ମିଳିନଥିଲା । ୧୨୦ ବର୍ଷ ପରେ ରିମୋଟ୍‌ ସେନ୍‌ସିଂ କମ୍ପାନୀ ‘ସବ୍‌ସି ପ୍ରଫେସନାଲ ମେରାଇନ ସର୍ଭିସେସ୍‌’ ପକ୍ଷରୁ ସିଡ୍‌ନୀ ନିକଟରେ ସମୁଦ୍ର ଭିତରେ ଉକ୍ତ ଜାହାଜକୁ ଠାବ କରାଯାଇଛି । ପ୍ରାୟ ୫୨୫ ଫୁଟ ପାଣି ତଳେ ଏହାର ଧ୍ୱଂସାବଶେଷ ମିଳିଛି।

Advertisment

ଅଧିକ ପଢ଼ନ୍ତୁ: ରହସ୍ୟମୟ ଦ୍ୱୀପ, ଉଭାନ ହୋଇଯାଏ ଜାହାଜ

ପ୍ରଥମେ ଏହା ଏସ୍‌ଏସ୍‌ ନେମେସିସ୍‌ ଭଗ୍ନାଂଶ ବୋଲି ଅନୁମାନ କରାଯାଉଥିଲା । ତେବେ ଅଷ୍ଟ୍ରେଲୀୟ ସାମୁଦ୍ରିକ ଗବେଷଣା ସଂସ୍ଥା ସିଏସ୍‌ଆଇଆରଓ ( CSIRO ) ପକ୍ଷରୁ ଏହାକୁ ସ୍ବୀକୃତି ପ୍ରଦାନ କରାଯାଇଛି ।

ସମୁଦ୍ର ଶଯ୍ୟାରୁ ଜାହାଜର ଦୁଇଟି ଲଙ୍ଗରକୁ ଉଦ୍ଧାର କରାଯାଇଛି । ଜାହାଜ ଠାବ ହେବାପରେ ସରକାରଙ୍କ ପକ୍ଷରୁ ନାବିକଙ୍କ ପରିବାର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଶିଶୁ ବାପ ଛେଉଣ୍ଡ ହୋଇଥିଲେ ବୋଲି ସୂଚନା ରହିଛି । 

Advertisment

ସେହିପରି ଗତବର୍ଷ ମଧ୍ୟ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ସମୁଦ୍ରରେ ବୁଡ଼ି ଯାଇଥିବା ଜାପାନର ଏକ ବଣିକ ଜାହାଜକୁ ଗଭୀର ସମୁଦ୍ରରୁ ଠାବ କରାଯାଇଥିଲା। ୮୪ ବର୍ଷ ପରେ ଗଭୀର ସମୁଦ୍ରରୁ ଜାହାଜ ଟି ମିଳିଥିଲା।

Mysterious
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ