Advertisment

Myanmar Earthquake: ମୃତ୍ୟୁସଂଖ୍ୟା ଟପିପାରେ ୧୦ ହଜାର, ଭାରତ ପଠାଇଲା ସହାୟତା ସାମଗ୍ରୀ

ଏଯାଏଁ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପରେ ୨ ହଜାର ୩ ଶହରୁ ଅଧିକ ଆହତ ହୋଇଛନ୍ତି । ଏବେ ବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Earthquake

Earthquake

Advertisment

ମିଆଁମାର ଭୂକଂପରେ ୧୦ ହଜାର ଛୁଇଁବ ମୃତକଙ୍କ ସଂଖ୍ୟା । ଏଭଳି ଆଶଙ୍କା କରିଛି ଆମେରିକାର ଜିଓଲୋଜିକାଲ ସର୍ଭେ ସଂସ୍ଥା । ଏଯାଏଁ ୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପରେ ୨ ହଜାର ୩ ଶହରୁ ଅଧିକ ଆହତ ହୋଇଛନ୍ତି । ଏବେ ବି ଧ୍ବଂସାବଶେଷ ତଳେ ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରାଜଧାନୀ ନାପିଦାର ମଶାଣି ଭୂଇଁ ସଦୃଶ ରୂପ ନେଇଛି।

Advertisment

ଗତକାଲିର ଏ ପ୍ରଳୟଙ୍କରୀ ବିପର୍ଯ୍ୟୟ ପରେ ମିଆଁମାରର ଜୁଣ୍ଟା ସରକାରର ମୁଖ୍ୟ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ବିଶ୍ବର ଯେ କୌଣସି ରାଷ୍ଟ୍ର ଯେ କୌଣସି ପ୍ରକାର ସହାୟତା ପାଇଁ ଆଗେଇ ଆସିବାକୁ ସେ ନିବେଦନ କରିଛନ୍ତି। ଏପଟେ ଭାରତ ଉଭୟ ଦେଶକୁ ସବୁ ପ୍ରକାର ସହାୟତା ଲାଗି ପ୍ରସ୍ତୁତ ଥିବା ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ସେହିଭଳି ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ସହାୟତା ପାଇଁ ଆଗେଇ ଆସିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ବହୁ ପରିମାଣର ମେଡିକାଲ ସାମଗ୍ରୀ ମିଆଁମାର ପଠାଯାଉଛି। ଗତକାଲି ଶକ୍ତିଶାଳୀ ଭୂମିକଂପର ଝଟକା ମିଆଁମାର ସମେତ ଥାଇଲାଣ୍ଡ୍, ଭିଏତନାମ, ବାଂଲାଦେଶ, ଚୀନ, ଏପରିକି ଭାରତର ମଣିପୁର, ମେଘାଳୟ ଆଦିରେ ବି ଅନୁଭୂତ ହୋଇଥିଲା। ମିଆଁମାରରେ ଗତକାଲି ଲଗାତର ୬ ଥର ପାଇଁ ଭୂକମ୍ପର ଝଟକା ଆସିଥିଲା। ଏହା ମଧ୍ୟରେ ସର୍ବାଧିକ ତୀବ୍ରତା ଥିଲା ୭.୭ । ଭୂକମ୍ପର ପ୍ରଭାବ ଥାଇଲାଣ୍ଡର ବ୍ୟାଙ୍କକରେ ବି ପଡ଼ିଥିଲା। ସେପଟେ ଗତକାଲି ରାତିରେ ମିଆଁମାରରେ ପୁଣି ଭୂକମ୍ପର ଝଟକା ଅନୁଭୂତ ହୋଇଛି।...

ଭୂକମ୍ପ ବିପତ୍ତିରେ ମିଆଁମାର ସହ ଠିଆହେଲା ଭାରତ । ମିଆଁମାରରେ ପହଞ୍ଚିଲା ଭାରତର ସହାୟତା ସାମଗ୍ରୀ । ପ୍ରଥମ ପର୍ଯ୍ୟାୟରେ ମିଆଁମାର ୟାଙ୍ଗନ ଏୟାରପୋର୍ଟରେ ପହଞ୍ଚିଛି ଭାରତ ପଠାଇଥିବା ରିଲିଫ୍ ସାମଗ୍ରୀ । ଭୂକମ୍ପ ପ୍ରଭାବିତ ମିଆଁମାର୍ ବାସିନ୍ଦାଙ୍କ ପାଇଁ ଗତକାଲିଠୁ ୧୫ ଟନରୁ ଅଧିକ ପରିମାଣର ରିଲିଫ ସାମଗ୍ରୀ ପଠାଇଛି ଭାରତ । ଯେଉଁଥିରେ ରହିଛି କମ୍ୱଳ, ପଲିଥିନ୍. ହାଇଜେନିକ କିଟ୍ସ, ସୋଲାର ଲ୍ୟାମ୍ପ, ସ୍ଲିପିଂ ବ୍ୟାଗ ସହ ଖାଦ୍ୟ ଏବଂ ରୋଷେଇ ସାମଗ୍ରୀ । ଏହାସହିତ ମେଡିକାଲ ସାମଗ୍ରୀ ମଧ୍ୟ ପଠାଇଛି ଭାରତ । ଭାରତ ସବୁ ପ୍ରକାର ସହାୟତା ଯୋଗାଇଦେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ମିଆଁମାର ଭୂକମ୍ପ: ସତରେ କ’ଣ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ବିପର୍ଯ୍ୟୟ ପାଇଁ ଦାୟୀ ?

Earthquake Financial Assistance Myanmar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ