Gold Tongues
ଇଜିପ୍ଟରେ ମିଳିଲା ସୁନା ଜିଭ ଥିବା ମମି । ମୃତଦେହକୁ ସଂରକ୍ଷଣ କରାଯାଉଥିବା ମମି ଭିତରୁ ସୁନାର ଜିଭ ମିଳିଛି । ଇଜିପ୍ଟର ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ ବେଳେ ୨୫ଶହ ବର୍ଷ ତଳର ଏଭଳି ସୁନାର ଜିଭ ଠାବ ହୋଇଛି । ମମି ଭିତରେ ଥିବା ମୃତଦେହ ପ୍ରାୟ ନଷ୍ଟ ହୋଇଯାଇଥିବା ବେଳେ ସୁନାର ଜିଭ ଗୁଡିକ ସୁରକ୍ଷିତ ରହିଛି । ଏହି ଜିଭ ଗୁଡିକ ଖ୍ରୀଷ୍ଟପୂର୍ବ ୩୦୦ରୁ ୬୪୦ ପୂର୍ବରୁ ବୋଲି ପ୍ରମାଣ ମିଳୁଛି ।
ଇଜିପ୍ଟରେ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ ମମି ଭିତରେ ରଖାଯାଇ ରାସାୟନିକ ପ୍ରଲେପ ଦିଆଯାଇଥାଏ । ଖନନ ବେଳେ ମୃତଦେହକୁ ରଖିବା ପାଇଁ ବ୍ୟବହାର ହୋଇଥିବା କଫିନ, କଣ୍ଟା ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଠାବ ହୋଇଛି । ଏନେଇ ଇଜିପ୍ଟ ସରକାରଙ୍କ ପକ୍ଷରୁ ଅଧିକ ଗବେଷଣା ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670304640.jpg)