Advertisment

ପାର୍ଲରରେ ୫୦ ହଜାର ଟଙ୍କାର ମେକ୍‌ଅପ୍‌ ନେଇ ମା’, ଝିଅ ଫେରାର ! ଖୋଜୁଛି ପୋଲିସ୍‌...

ମେକ୍‌ଅପ୍‌ ନେବା ପରେ ୨ ଜଣ ମହିଳା ବିନା ପେମେଣ୍ଟରେ ବିୟୁଟି ପାର୍ଲରରୁ ଚାଲାକି କରି ଖସି ପଳାଇ ଥିବା ଜଣାପଡ଼ିଛି। ସେମାନଙ୍କର ଏଭଳି କାରନାମାକୁ ନେଇ ପାର୍ଲରର ମାଲିକାଣୀ ପୋଲିସ୍‌ରେ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mother And Daughter Ran Away From Beauty Parlour Without Payment

Mother And Daughter Ran Away From Beauty Parlour Without Payment

ମେକ୍‌ଅପ୍‌ ନେବା ପରେ ୨ ଜଣ ମହିଳା ବିନା ପେମେଣ୍ଟରେ ବିୟୁଟି ପାର୍ଲରରୁ ଚାଲାକି କରି ଖସି ପଳାଇ ଥିବା ଜଣାପଡ଼ିଛି। ସେମାନଙ୍କର ଏଭଳି କାରନାମାକୁ ନେଇ ପାର୍ଲରର ମାଲିକାଣୀ ପୋଲିସ୍‌ରେ ଅଭିଯୋଗ କରିଛନ୍ତି। ଏହାସହ ସେ ସୋସିଆଲ ମିଡିଆରେ ସମ୍ପୃକ୍ତ ମହିଳାଙ୍କୁ ଖୋଜିବା ପାଇଁ ଅପିଲ୍‌ କରିବା ସହ ପୋଷ୍ଟ ଶେଆର କରିଛନ୍ତି। ବ୍ରିଟେନରେ ଏଭଳି ଘଟଣା ଘଟିଛି। ପାର୍ଲର ମାଲିକାଣୀଙ୍କ ନାଁ ଜେଡ୍‌ ଏଡମ୍ସ (Jade Adams)।  

Advertisment

୨୮ ବର୍ଷୀୟ ଏଡମ୍ସଙ୍କ କହିବା ଅନୁସାରେ, ଦୁଇ ଦିନ ପୂର୍ବେ ୨ ଜଣ ମହିଳା ତାଙ୍କ ପାର୍ଲରକୁ ଆସିଥିଲେ। ସେମାନେ ମା’, ଝିଅ ବୋଲି ପରିଚୟ ଦେଇଥିଲେ। ଉଭୟ ମେକ୍‌ଅପ୍‌ ନେବା ସହ Botox ଟ୍ରିଟ୍‌ମେଣ୍ଟ୍‌ ଓ ଆଉ ଏକ ମହଙ୍ଗା ଟ୍ରିଟ୍‌ମେଣ୍ଟ୍‌ ମଧ୍ୟ କରାଇଥିଲେ। ବିଲ୍‌ ୪୮,୯୪୨ ଟଙ୍କା ହୋଇଥିବା ଜାଣି ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଚାଲାକି କରି ସେଠାରୁ ଖସି ପଳାଇ ଥିଲେ। 

ଜେଡ୍‌ ଏଡମ୍ସଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌

ଜେଡ୍‌ ଏଡମ୍ସଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌

ଫେସ୍‌ବୁକ୍‌ରେ ଏକ ଫଟୋ ଶେଆର କରି ଏଡମ୍ସ ଲେଖିଛନ୍ତି, ‘ଦୟାକରି ଚୋରର ଫଟୋ ଶେଆର କରନ୍ତୁ। ବିଡ଼ମ୍ବନାର ବିଷୟ, କାଲି ମୋ କ୍ଲିନିକ୍‌କୁ ସମ୍ପୃକ୍ତ ମହିଳା ଓ ତାଙ୍କ ଝିଅ ବିୟୁଟି ଟ୍ରିଟ୍‌ମେଣ୍ଟ୍‌ କରିବାକୁ ଆସିଥିଲେ। ହେଲେ ପେମେଣ୍ଟ ନକରି ସେମାନେ ଖସି ପଳାଇଥିଲେ। ଏନେଇ ଏଡମ୍ସ  ପୋଲିସ୍‌ରେ ମଧ୍ୟ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ‘ଉଭୟ ମହିଳା ଟ୍ରିଟ୍‌ମେଣ୍ଟ୍‌(Botox ଓ  lip Fillers) ପାଇଁ ବୁକିଂ କରିଥିଲେ। ଏହାପରେ ମେକ୍‌ଅପ୍‌ ଇତ୍ୟାଦି କରିଥିଲେ। ଯେତେବେଳେ ଟଙ୍କା କଥା ଉଠିଲା, ସେତେବେଳେ ଉଭୟ ବାହାରକୁ ଚାଲି ଯାଇଥିଲେ। ଆଉ ଫେରି ନଥିଲେ। ସେମାନଙ୍କର ୪୮ ହଜାରରୁ ଅଧିକ ଟଙ୍କାର ବିଲ୍‌ ହୋଇଥିଲା।

Advertisment
Advertisment
Advertisment