Advertisment

କରୋନା ବେଳେ ଆଉ ଏକ ଆତଙ୍କ 'ମଙ୍କିପକ୍ସ' !

୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି।

ଅଦ୍ୟତନ ହୋଇଛି
MonkeyPox

MonkeyPox

Advertisment

କରୋନା, ଟମାଟୋ ଫ୍ଲୁ କୋପ ଏବେବି ଥିବା ବେଳେ ସାମନାକୁ ଆସିଛି ଆଉ ଏକ ଆତଙ୍କ, ଯାହାର ନାଁ ମଙ୍କିପକ୍ସ। ଇଂଲଣ୍ଡରେ ଆଉ ୪ ଜଣ ମଙ୍କିପକ୍ସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା କେତେ ମାରାତ୍ମକ ଓ ସଂକ୍ରାମକ, ଏନେଇ ଅଧିକ ଗବେଷଣା ଚାଲୁଥିବା ବେଳେ ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସି(UKHSA) ଏହା ବିପଜ୍ଜନକ ନୁହେଁ ବୋଲି କହିଛି। 

Advertisment

UKHSA କହିଛି, ଏହା ଲୋକମାନଙ୍କ ପାଇଁ ଏତେଟା ବିପଦ ନୁହେଁ। ଏହା ବହୁତ କମ୍ ଲୋକଙ୍କ ଠାରେ ଦେଖାଦେଉଛି, ଯାହା ଅତି ନଗଣ୍ୟ। ମଙ୍କିପକ୍ସ ସାଧାରଣତଃ ପଶ୍ଚିମ ଆଫ୍ରିକାକୁ ଗସ୍ତ କରିଥିବା ଲୋକଙ୍କ ଠାରେ ଦେଖିବାକୁ ମିଳିଛି।

ତେବେ ନୂଆ ଚିହ୍ନଟ ହୋଇଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ଉତ୍ତର-ପୂର୍ବ ଇଂଲଣ୍ଡର। ତେବେ ଏମାନଙ୍କର ମେ ୧୪ ଓ ମେ ୭ରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସହ କୌଣସି ସମ୍ପର୍କ ନାହିଁ।   

Advertisment

ଆକ୍ରାନ୍ତ ହୋଇଥିବା ୪ ବ୍ୟକ୍ତିଙ୍କ ଉପରେ ଅଧିକ ତଦନ୍ତ ଚାଲିଥିବା ନେଇ UKHSA କହିଛି। ଏମାନେ ସମଲିଙ୍ଗୀ ସମ୍ପର୍କ ରଖିଥିବା ଯାଞ୍ଚ୍‌ରୁ ଜଣାପଡ଼ିଛି।  ତେବେ ଆକ୍ରାନ୍ତ ବ୍ୟକ୍ତିଙ୍କ ବିଭିନ୍ନ ଲକ୍ଷଣ ଦେଖାଦେଉଛି। ସେଗୁଡିକ ହେଲା-

  • ଜ୍ୱର
  • ମୁଣ୍ଡବିନ୍ଧା 
  • ମାଂସପେଶୀରେ ଯନ୍ତ୍ରଣା
  •  ଥଣ୍ଡା ଓ ଥକ୍କାପଣ

ଏପରିକି ମୁଖର ଉପରିଭାଗ କୁଣ୍ଡାଇ ହେବା ପରେ ଏହା ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ। ଏହାର ଲକ୍ଷଣ ସହ ହାଡ଼ଫୁଟି ଲକ୍ଷଣର ସମାନତା ରହିଥିବା କୁହାଯାଉଛି । ତେବେ ଏହା ସଂକ୍ରାମକ ହୋଇଥିଲେ ବି ଅତି ସହଜରେ ବ୍ୟାପିନଥାଏ କିନ୍ତୁ ଆକ୍ରାନ୍ତ ହୋଇଥିବା ରୋଗୀର କପଡ଼ା, ଟାୱେଲ, ବେଡ୍‌ ବ୍ୟବହାର କଲେ,ଏହା ସହଜରେ ବ୍ୟାପିଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କ କାଶ, ଛିଙ୍କର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହି ରୋଗ ବ୍ୟାପିବାର ସମ୍ଭାବନା ଥାଏ। 

Advertisment
England Monkeypox
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ