Advertisment

ମୋଦିଙ୍କ ଲୋକପ୍ରିୟତାରେ ଚକିତ ଅଷ୍ଟ୍ରେଲିଆ

ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।

ଅଦ୍ୟତନ ହୋଇଛି
PM Narendra Modi in Australia

PM Modi at Sidney

Advertisment

ଅଷ୍ଟ୍ରେଲିଆର ସିଡନୀରେ ମୋଦି କ୍ରେଜ୍। ୩ ଦିନିଆ ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହଜାର ହଜାର ପ୍ରବାସୀ ଭାରତୀୟଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା। ମୋଦିଙ୍କୁ ଦେଖିବାକୁ ସ୍ବତନ୍ତ୍ର ବିମାନ ଓ ବସ୍ ଯୋଗେ ଦୂରଦୂରାନ୍ତ ସହରରୁ ସିଡନୀକୁ ଆସିଥିଲେ ଶହଶହ ଭାରତୀୟ। ଚାଟାର୍ଡ ଫ୍ଲାଇଟକୁ ମୋଦି ଏୟାରୱେଜ୍ ଏବଂ ବସ୍‌କୁ ମୋଦି ଏକ୍ସପ୍ରେସ ଭାବେ ନାମିତ କରାଯାଇଥିଲା। ମୋଦିଙ୍କ ଲୋକପ୍ରିୟତା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ବି ଏତେ ଆଶ୍ଚର୍ଯ୍ୟଚକିତ କରିଥିଲା ଯେ, ସେ ଉତ୍ସାହିତ ହୋଇ କହିଲେ- ମୋଦି ଇଜ୍ ବସ୍।

Advertisment

ଅଧିକ ପଢ଼ନ୍ତୁ: ବିଶ୍ୱରେ ମୋଦିଙ୍କ ଦବଦବା; ପାପୁଆ ନ୍ୟୁଗିନି ଓ ଫିଜି ଦେଶ ପକ୍ଷରୁ ଦିଆଗଲା ସର୍ବୋଚ୍ଚ ସମ୍ମାନ

ମୋଦି ମୋଦି ନାରାରେ କଂପୁଛି ସିଡନୀ ସୁପରଡୋମ୍। ଅଷ୍ଟ୍ରେଲିଆ ସିଡନୀ ଅଲିମ୍ପିକ ପାର୍କ ସ୍ଥିତ କୁଡୋସ୍ ବ୍ୟାଙ୍କ୍ ଏରିନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦ ହଜାରରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉଚ୍ଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା। ମୋଦିଙ୍କ ସାଥିରେ ଅଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍। ଭାରତୀୟ ସମୁଦାୟକୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ଭାରତ-ଅଷ୍ଟ୍ରେଲିଆ ସଂପର୍କ 'ଥ୍ରୀ-ସି: କମନୱେଲ୍ଥ, କ୍ରିକେଟ୍ ଓ କରି', 'ଥ୍ରୀ-ଡି: ଡେମୋକ୍ରାସି, ଡାଏସ୍ପୋରା ଓ ଦୋସ୍ତି', 'ଥ୍ରୀ-ଇ: ଏନର୍ଜି, ଇକୋନୋମି ଓ ଏଜୁକେଶନ'ଠୁ ବି ବହୁ ଉର୍ଦ୍ଧ୍ୱରେ। ଆମ ଜୀବନଶୈଳୀ ଭିନ୍ନ ହୋଇପାରେ।ହେଲେ ଯୋଗ, କ୍ରିକେଟ୍, ଟେନିସ୍, ଫିଲ୍ମ, ଏମିତିକି ମାଷ୍ଟରସେଫ୍ ବି ଦୁଇ ଦେଶକୁ ଯୋଡ଼ୁଛି। ଏଥିସହିତ ଅଷ୍ଟ୍ରେଲିଆ ବ୍ରିସବେନରେ ନୂଆ ଭାରତୀୟ କନସୁଲେଟ୍ ବା ବାଣିଜ୍ୟିକ ଦୂତାବାସ ଖୋଲିବା ନେଇ ମଧ୍ୟ ଘୋଷଣା କରିଛନ୍ତି ମୋଦି।

Advertisment

ସିଡନୀରେ ମୋଦି ମାନିଆ ଥିଲା ଦେଖିବା ଭଳି । ଷ୍ଟାଡିୟମ ବାହାରେ ନୀଳ ଆକାଶରେ ୱେଲକମ୍ ମୋଦି ବୋଲି ଲେଖିଦେଇଯାଇଥିଲା ଏକ ବିମାନ। ମେଲବର୍ଣ୍ଣରୁ ଭାରତୀୟଙ୍କୁ ସିଡନୀ ଆଣିବା ପାଇଁ ଉଡ଼ିଥିଲା ସ୍ବତନ୍ତ୍ର ଚାଟାର୍ଡ ଫ୍ଲାଇଟ୍ 'ମୋଦି ଏୟାରୱେଜ୍'। ସେଥିରେ ସାମିଲ ହୋଇଥିଲେ ଜଣେ ୯୧ ବର୍ଷୀୟା ବୃଦ୍ଧା ନବମଣି ବୋଷ୍। ସେହିପରି କ୍ବିନ୍ସଲ୍ୟାଣ୍ଡରୁ ଆସିଥିଲା 'ମୋଦି ଏକ୍ସପ୍ରେସ୍' ବସ୍। ଷ୍ଟାଡିୟମରେ ପହଞ୍ଚିବା ପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କୁ ପାରଂପରିକ ପୂଜାପଦ୍ଧତିରେ ସ୍ବାଗତ କରାଯାଇଥିଲା। ଭାରତୀୟ ପୁରୋହିତଙ୍କ ବେଦ ମନ୍ତ୍ରୋଚ୍ଚାରଣ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ।

ମୋଦିଙ୍କ ସହ ସେଲଫି ନେବାକୁ ଅତି ଉତ୍ସାହିତ ଥିଲେ ପ୍ରବାସୀ ଭାରତୀୟ। ତେବେ ମୋଦିଙ୍କ ଉଦବୋଧନ ସରିବା ପରେ ମଞ୍ଚ ଉପରେ ତାଙ୍କୁ ଆଲିଙ୍ଗନ କରିଥିଲେ ଅଷ୍ଟ୍ରେଲିୟ ପ୍ରତିପକ୍ଷ ଆଲବାନିଜ୍। ମୋଦିଙ୍କୁ 'ବସ୍' ବୋଲି କହିବା ସହିତ, ସେ ମନେପକାଇଛନ୍ତି ଯେ, ଶେଷଥର ପାଇଁ ମୁଁ ଏହି ମଞ୍ଚରେ ଆମେରିକୀୟ ରକଷ୍ଟାର୍ ବ୍ରୁସ୍ ସ୍ପ୍ରିଙ୍ଗଷ୍ଟିନଙ୍କୁ ଦେଖିଥିଲି, କିନ୍ତୁ ମୋଦିଙ୍କ ଭଳି ସେ ମଧ୍ୟ ଏତେ ଭବ୍ୟ ସ୍ବାଗତ ପାଇନଥିଲେ। ଏଥିସହ ଅଷ୍ଟ୍ରେଲୀୟଙ୍କୁ ଭାରତ ବୁଲି ଆସିଲେ ଟ୍ରେନ୍ ଓ ବସରେ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଛନ୍ତି ପିଏମ୍ ଆଲବାନିଜ୍।

Advertisment

ପାପୁଆ ନିୟୁଗିନିରୁ ୩ଦିନିଆ ଗସ୍ତରେ ଅଷ୍ଟ୍ରେଲିଆକୁ ଯାଇ ଖ୍ୟାତନାମା ଉଦ୍ୟୋଗୀ, କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ।ତେବେ ଆଜିର କାର୍ଯ୍ୟକ୍ରମ ଥିଲା ଖୁବ୍ ବିଶାଳ ଓ ଉଲ୍ଲେଖନୀୟ । ସେଠାରେ ଦେଖିବାକୁ ମିଳିଥିଲା ଭାରତୀୟ ସଂଗୀତ ଓ ନୃତ୍ୟର ଅପୂର୍ବ ସମାବେଶ । ତେବେ ସାରା ବିଶ୍ବରେ ମୋଦିଙ୍କ କ୍ରେଜ୍ ଏଭଳି ବୃଦ୍ଧି ପାଇବାରେ ଲାଗିଛି ଯେ, ପାକିସ୍ତାନୀମାନେ ମଧ୍ୟ ମୋଦିଙ୍କୁ ଭଲପାଆନ୍ତି ବୋଲି କହିଛନ୍ତି ସିଡନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭାରତୀୟ କଣ୍ଠଶିଳ୍ପୀ ଅନୁପ ଜଲୋଟା।

PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ