Advertisment

Modi Ignored:ଟାରିଫ ଲଗାଇ ମୋଦିଙ୍କୁ ଫୋନ୍ କଲେ ଟ୍ରମ୍ପ, ୪ଥର ଆସିଲା କଲ୍, ରିସିଭ୍ କଲେନି ମୋଦି

ଟାରିଫ ଲଗାଇ ମୋଦିଙ୍କୁ ଫୋନ୍ କଲେ ଟ୍ରମ୍ପ। ୪ଥର ଆସିଲା କଲ୍, ରିସିଭ୍ କଲେନି ମୋଦି। ମୋଦିଙ୍କ ସହ କଥା ହେବାକୁ କାହିଁକି ବ୍ୟସ୍ତ ଟ୍ରମ୍ପ ?

trump modi

trump modi

Advertisment

ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇ ନିଜର ଅସଲ ରୁପ ଦେଖାଇଦେଲା ଆମେରିକା। ଏହାର ଠିକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରିଥିଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେପୁଣି ଥରେ ନୁହଁ ୪-୪ ଥର। ହେଲେ ଉଠାଇନଥିଲେ ମୋଦି। ଏପରି ଦାବି କରିଛି ଜର୍ମାନୀର ପ୍ରତିଷ୍ଠିତ ଖବରକାଗଜ ଫ୍ରାଙ୍କଫର୍ଟର ଆଲଗେମାଇନେ ଜାଇଟଙ୍ଗ ବା FAZ। ଏହି ରିପୋର୍ଟର ଶୀର୍ଷକ ଥିଲା, "ଟ୍ରମ୍ପ ଫୋନ୍ କଲେ, କିନ୍ତୁ ମୋଦି ଉତ୍ତର ଦେଲେ ନାହିଁ"।

Advertisment

ଏହି ରିପୋର୍ଟରେ ଦାବି କରାଯାଇଛି ଯେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଚାରିଥର କଥା ହେବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ।। ହେଲେ ମୋଦି କଲ୍ ଉଠାଇ ନଥିଲେ। ଖବରକାଗଜ ଆହୁରି ଲେଖିଛି ଯେ, ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ଶୁଳ୍କ ବିବାଦରେ ତାଙ୍କର ସମସ୍ତ ବିରୋଧୀଙ୍କୁ ପରାସ୍ତ କରିଛନ୍ତି, କିନ୍ତୁ ଭାରତ କ୍ଷେତ୍ରରେ, ତାଙ୍କର ରଣନୀତି ସେତେ ପ୍ରଭାବଶାଳୀ ପ୍ରମାଣିତ ହେଉନାହିଁ।

ପ୍ରକୃତରେ, ଗତ କିଛି ମାସ ମଧ୍ୟରେ ଟ୍ରମ୍ପ ପ୍ରଶାସନ ଚୀନ୍, କାନାଡା, ମେକ୍ସିକୋ ଏବଂ ୟୁରୋପୀୟ ସଂଘ ଭଳି ପ୍ରମୁଖ ବାଣିଜ୍ୟ ଅଂଶୀଦାରଙ୍କ ଉପରେ କଠୋର ଶୁଳ୍କ ଲାଗୁ କରିଥିଲା। ଏହି ସମସ୍ତ ଦେଶ ଆପୋଷ କିମ୍ବା ଆଂଶିକ ଭାବରେ ପଛଘୁଞ୍ଚା ଦେଇଥିଲେ। କିନ୍ତୁ ଭାରତ ଏକ ଭିନ୍ନ ମତ ଗ୍ରହଣ କରିଥିଲା।

Advertisment

ରିପୋର୍ଟରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ଚାପ ସତ୍ତ୍ୱେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ କିମ୍ବା ବାଣିଜ୍ୟ ରିଆତି ଦେବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ଆଉ ସରକାର ଘରୋଇ ଶିଳ୍ପ ଏବଂ କୃଷକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇଥିଲେ ଏବଂ ଟ୍ରମ୍ପଙ୍କ ଫୋନ୍ କଲ୍ ଏବଂ ଚେତାବନୀକୁ ଅଣଦେଖା କରିଥିଲେ।

ମୋଦି ଜାଣନ୍ତି ଯେ ଏସିଆରେ ଚୀନର ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ଆମେରିକାକୁ ଭାରତ ଦରକାର। ତେଣୁ, ଭାରତ ବାଣିଜ୍ୟ କ୍ଷେତ୍ରରେ ଆମେରିକୀୟ ସର୍ତ୍ତାବଳୀ ଗ୍ରହଣ କରିବାକୁ ବାଧ୍ୟ ନୁହେଁ ବୋଲି ଲେଖିଛି FAZ ଖବରକାଗଜ। ତେବେ ଏହି ରିପୋର୍ଟଗୁଡ଼ିକ ଉପରେ ଭାରତ ଏବଂ ଆମେରିକା ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦିଆଯାଇ ନାହିଁ ।

Advertisment
PM Modi Donald Trump Tariff
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ