ଆଜି ମୋଦି-ବାଇଡେନ୍‌ ଭର୍ଚୁଆଲ ବୈଠକ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ।

Modi-Biden virtual meeting today

News Summary

ମୋଦି-ବାଇଡେନ୍ ଭର୍ଚୁଆଲ ବୈଠକ

ଆଜି ମୋଦି-ବାଇଡେନ୍ ଭର୍ଚୁଆଲ ବୈଠକ । ଭିଡିଓ କନ୍ଫରେନ୍ସ ଜରିଆରେ ପରସ୍ପରକୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଦୁଇ ରାଷ୍ଟ୍ରମୁଖ୍ୟ ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବା ସହ ଦକ୍ଷିଣ ଏସିଆ, ଇଣ୍ଡୋ-ପାସିଫିକ୍ ଅଞ୍ଚଳ ଏବଂ ବୈଶ୍ୱିକ ପ୍ରସଙ୍ଗରେ ମତ ବିନିମୟ କରିବେ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମୋଦି-ବାଇଡେନ୍ ବୈଠକ, ଚତୁର୍ଥ ଭାରତ-ଆମେରିକା ଟୁ ପ୍ଲସ୍ ଟୁ ମନ୍ତ୍ରିସ୍ତରୀୟ ଆଲୋଚନା ପୂର୍ବରୁ ଅନୁଷ୍ଠିତ ହେବ ଟୁ ପ୍ଲସ୍ ଟୁ ମନ୍ତ୍ରିସ୍ତରୀୟ ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରା ଏସ୍ ଜୟଶଙ୍କର ଏବଂ ଆମେରିକୀୟ ପ୍ରତିପକ୍ଷ ଲୋୟେଡ୍ ଅଷ୍ଟିନ୍ ଓ ଆଣ୍ଟୋନି ବ୍ଲିଙ୍କେନ୍ ନେତୃତ୍ୱ ନେବେ ।

ସେପଟେ ହ୍ୱାଇଟହାଉସ ପକ୍ଷରୁ କୁହାଯାଇଛି ଯେ, ମୋଦି ଓ ବାଇଡେନଙ୍କ ମଧ୍ୟରେ କୋଭିଡ୍ ମହାମାରୀର ଅନ୍ତ ଘଟାଇବା, ଜଳବାୟୁ ପରିବର୍ତ୍ତନର ମୁକାବିଲା, ବିଶ୍ୱ ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ମଜବୁତ କରିବା ଦିଗରେ ମଧ୍ୟ ଆଲୋଚନା ହେବ । ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତିରେ ଏହି ବୈଠକ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି