ସାର୍କ ପେଟରୁ ବାହାରିଲା ନିଖୋଜ ମହିଳାଙ୍କ… !! ଶୁଣିଲେ ଉଡ଼ିଯିବ ହୋସ୍

ସାର୍କ ପେଟରେ ମହିଳା ! ଇଣ୍ତୋନେସିଆରେ ଗତ ମାସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ।

Shark

ସାର୍କ ପେଟରେ ମହିଳା! ଇଣ୍ତୋନେସିଆରେ ଗତ ମାସରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ସାର୍କ ପେଟରୁ ଜଣେ ନିଖୋଜ ଥିବା ମହିଳାଙ୍କ ମୃତଦେହ ମିଳିଛି । ମହିଳା ଜଣକ ଆମେରିକୀୟ ବୋଲି ଜଣାପଡ଼ିଛି । ଗତ କିଛିଦିନ ତଳେ ମହିଳା ଜଣକ ନିଜର କେତେଜଣ ସାଙ୍ଗମାନଙ୍କ ସହ ଇଣ୍ତୋନେସିଆ ବୁଲିବାକୁ ଯାଇଥିଲେ ।

ତେବେ ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ବନ୍ଧୁମାନଙ୍କ ସହ ୬୮ ବର୍ଷିୟ କଲିନ୍ ମୋନଫୋର ସେପ୍ଟେମ୍ବର ୨୬ ରେ ପ୍ରବଳ ସ୍ରୋତ ଦ୍ୱାରା ସମୁଦ୍ର ଭିତରକୁ ଟାଣି ହୋଇ ଯାଇଥିଲେ । ତେବେ ଏକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ କିଛିଦିନ ତଳେ ଏକ ସାର୍କ ପେଟରୁ ମଣିଷର ମୃତଦେହ ମିଳିଥିଲା ।

ପଡୋଶୀ ଦେଶ ତିମୋର-ଲେଷ୍ଟେର ଜଣେ ମତ୍ସ୍ୟଜୀବୀ ଉକ୍ତ ସାର୍କକୁ ଧରିଥିଲେ । ତେବେ ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ସାର୍କଟି ସ୍ୱାଭାବିକ ଆଚରଣ କରୁନଥିଲା । ତେଣୁ ସେ ଭାବିଥିଲେ କି ଏହା ପ୍ଲାଷ୍ଟିକ୍ କିମ୍ବା ଏକ ମାଛଧରା ଜାଲ ଗିଳି ଦେଇଥାଇପାରେ । ପରେ ଯେତେବେଳେ ଦେଖାଗଲା ସେତେବେଳେ ମହିଳାଙ୍କର ମୃତଦେହ ମିଳିଥିଲା ।

ଅନ୍ୟପଟେ ମତ୍ସ୍ୟଜୀବୀ ଜଣକ ଉକ୍ତ ମହିଳାଙ୍କର ୱେଟସୁଟ୍ ଏବଂ ସ୍ୱିମ୍‌ସୁଟ୍ ମଧ୍ୟ ପାଇଥିବା ଦାବି କରିଛନ୍ତି । ମୃତଦେହକୁ ମୋନଫୋରଙ୍କର ମତ୍ସ୍ୟଜୀବୀ ଜଣକ ଦର୍ଶାଇଥିବା ବେଳେ କର୍ତ୍ତୃପକ୍ଷ କହିଛନ୍ତି ଯେ ହୁଏତ ଅନ୍ୟ ଜଣେ କାହାର ହୋଇଥାଇପାରେ । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି । ଅଧିକାରୀମାନେ ଇଣ୍ଡୋନେସିଆର ତଟରକ୍ଷୀ ବାହିନୀ ନିକଟରେ ପହଞ୍ଚିଥିବା ଜଣାପଡ଼ିଛି ।

ତେବେ ଏହି ସମୟରେ ମହିଳାଙ୍କ ବନ୍ଧୁ ଏକ ବିଚିତ୍ର ଦାବି କରୁଛନ୍ତି । କିମ ସାସ ନାମକ ଜଣେ ମହିଳା ବନ୍ଧୁ ବୋଲି ଦର୍ଶାଇ ସୋସିଆଲ ମିଡିଆ ସାଇଟ୍ ଫେସବୁକ୍‌ରେ କହିଛନ୍ତି ଯେ, ମୋନଫୋରଙ୍କର ଏକ ସାର୍କ ଆକ୍ରମଣରେ ମୃତ୍ୟୁ ହୋଇସାରିଛି ।