Advertisment

ଆପାର୍ଟମେଣ୍ଟରେ ମାଡ ହେଲା ଯୁଦ୍ଧ ବିମାନ, ୪ ମୃତ

ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍   ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି।

ଅଦ୍ୟତନ ହୋଇଛି
Military Aircraft Crashes

Military Aircraft Crashes

Advertisment

ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍   ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁ ସଂଖ୍ୟା ଯଦିଓ ସ୍ପଷ୍ଟ ହୋଇନି ତେବେ ୪ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।   ରୁଷିଆର ୟେସ୍କେ ସହରରେ ସୋମବାର ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ବିମାନର ଇଞ୍ଜିନ ଖରାପ ଯୋଗୁ ଏହି ଦୁର୍ଘଟଣା ଘଟିଛି। ଏକାଧିକ ସାଧାରଣ ଜନତା ଆହତ ହୋଇଥିବା ରୁଷସେନା ପକ୍ଷରୁ କୁହାଯାଇଛି।

Advertisment

ରିଜିଓନାଲ ଗଭର୍ଣ୍ଣର ଭେନିଆମିନ କୋନ୍ଦ୍ରାତ୍ୟେଭଙ୍କ କହିବା ଅନୁଯାୟୀ, ସୁଖୋଇ ଏସୟୁ-୩୪ ବିମାନ ମିଡିୟମ ରେଞ୍ଜର ଲଡୁଆ ବିମାନ ଥିଲା। ଟେକ୍ ଅଫ୍ ସମୟରେ ଏସୟୁ-୩୪ର ଏକ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା। ବିମାନରେ ଦୁଇ କ୍ରୁ ମେମ୍ବର ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିଲେ। ଦୁର୍ଘଟଣା ପରେ ପ୍ରଚୁର ପରିମାଣରେ ଇନ୍ଧନ ବାହାରି ପ୍ରଚଣ୍ଡ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନ ସହ ମିଶି ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷେ ଘଟଣାର ତଦନ୍ତ କରାଯିବା ପାଇଁ ରୁଷିଆ ଇନଭେଷ୍ଟିଗେଟିଭ କମିଟି ପକ୍ଷରୁ କୁହାଯାଇଛି। ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ଜରୁରୀକାଳୀନ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିମାନ ଧକ୍କା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ୯ ମହଲା ବିଶିଷ୍ଟ ଆପାର୍ଟମେଣ୍ଟର ଅନେକ ରୁମ କ୍ଷତିଗ୍ରସ୍ତ ହୋଇଛି। ୧୭ଟି ଆପାର୍ଟେମେଣ୍ଟ ଏଥିରେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଟ୍ରେନିଂ ମିଶନ ପାଇଁ ବିମାନ ନିଆଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି। ୟେସ୍କ ସହର ସାଉଥ ୟୁକ୍ରେନ୍‌ରେ ରହିଛି। ଏଠାରେ ପ୍ରାୟ ୯୦ ହଜାର ଲୋକ ରହୁଥିବା ବେଳେ ଏକ ବଡ଼ ବିମାନ ବନ୍ଦର ରହିଛି।

Trainer Aircraft Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ